
ବଲାଙ୍ଗିର(ଘଟେଶ୍ୱର ମିଶ୍ର):ପେଟକୁ ଗଣ୍ଡେ ଦାନା ଦେହକୁ କନା ଯୋଗାଇବା ପାଇଁ ସେମାନେ ଚାଲିଯାଆନ୍ତି ଅନ୍ୟ ରାଜ୍ୟକୁ। ବାପା, ମା’,ସ୍ତ୍ରୀ ପିଲା ଛୁଆ ଓ ନିଜ ଭିଟା ମାଟିକୁ ପରକରି ସେମାନେ ବାହାରି ପଡ଼ନ୍ତି। ଆଖିରେ ଆଖିଏ ସ୍ୱପ୍ନ ନେଇ ବାହରନ୍ତି ଦାଦନ ଖଟିବାକୁ। ହେଲେ ଯାହାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସେମାନେ ଏତେ ସବୁ ତ୍ୟାଗ କରିନ୍ତି ତାହା ବେଳେ ବେଳେ ଅଧୁରା ରହିଯାଏ। ଆଉ ଦାନା ପାଇଁ ଦାଦନ ଖଟିବାକୁ ଯାଇଥିବା ପୁଅଟିଏ ତା’ର ପରିବାର ଲୋକର ଶେଷ ସମୟରେ ମଧ୍ୟ ଉପସ୍ଥିତ ହୋଇପାରେନା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିରରେ। ଏଠି ଜଣେ ବୃଦ୍ଧା ମା’ ରୋଗ ଶଯ୍ୟାରେ ପଡ଼ି ପଡ଼ି ଆରପାରିକୁ ଚାଲିଯାଇଛି।
ବଲାଙ୍ଗିର ଭିମଭାଇ ମେଡିକାଲ କଲେଜ ହସପିଟାଲରେ କ୍ଷୀରବତି କବାଟ ନାମ୍ନୀ ଜଣେ ମହିଳା ଏମିତି ଆଖି ବୁଜିଦେଇଛନ୍ତି। କ୍ଷୀରବତିଙ୍କ ପରିବାର ଲୋକେ ଦାଦନ ଖଟିବାକୁ ଯାଇଥିବା ବେଳେ ୧୧ ବଷର୍ର ନାତିର ଆଖି ସାମ୍ନାରେ ସେ ଆଖିବୁଜିଦେଇଛନ୍ତି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଓଡ଼ିଆପାଲି ଗାଁରେ ହେଉଛି କ୍ଷୀରବତିଙ୍କ ଘର। କ୍ଷୀରବତିଙ୍କ ସାନ ପୁଅ, ବୋହୂ ବେଙ୍ଗାଲୋରୁକୁ ଦାଦନ ଖଟିବା ପାଇଁ ଯାଇଛନ୍ତି । ବଡ଼ପୁଅ ଓ ବୋହୂଙ୍କ ଆଗରୁ ଅଜଣା ରୋଗରେ ମୃତ୍ୟୁ ଘଟିଛି। ତେଣୁ ବୁଢ଼ି ମା’ ସହିତ ୧୧ ବଷର୍ର ନାତି କମଳ କବାଟ ରହୁଥିଲା । ବୁଢ଼ି ମା’ ଭିକ ମାଗି ନାତି କମଳକୁ ଚଳାଉଥିଲା। ହଠାତ ଗତ ମାର୍ଚ୍ଚ ୨୦ ତାରିଖରେ ବ୍ଲଡ୍ ପ୍ରେସର ବଢ଼ିଯାଇ ପକ୍ଷାଘାତ ରୋଗରେ ଶିକାର ହୋଇଥିଲେ କ୍ଷୀରବତି।
୧୧ ବଷର୍ର ନାତି କମଳ ହାର ନମାନି ଧାର ଉଧାର କରି ବୁଢ଼ି ଆଇକୁ ଗତ ୨୩ ତାରିଖରେ ବଲାଙ୍ଗିର ଭିମଭାଇ ମେଡିକାଲ ଭର୍ତ୍ତି କରିଥିଲା । ସହରର କିଛି ସମାଜେସବୀ ଏ ସଂପର୍କରେ ଖବର ପାଇବା ପରେ କ୍ଷୀରବତିଙ୍କୁ ଚିକିତ୍ସା କରାଇଥିଲେ। ହେଲେ ଶେଷରେ କ୍ଷୀରବତିଙ୍କ ମୃତ୍ୟୁ ଘଟିଥିଲା। ଶବସତ୍କାର ପାଇଁ ପରିବାର ଓ ପରିଜନ କେହି ନଥିବାରୁ ବଲାଙ୍ଗିରର ‘ବିଂ ହ୍ୟୁମାନ’ ନାମକ ସାମାଜିକ ସଂଗଠନ ସହାୟତାର ହାତ ବଢ଼ାଇଥିଲା ।
ସଂଗଠନର କର୍ମକର୍ତ୍ତା ମାନେ ଶବକୁ ବିଭୂତିପଡ଼ାରେ ଥିବା ଶ୍ମଶାନକୁ ନେଇ ସତ୍କାର କରିଥିଲେ। ଏତେ ଘଟଣା ଘଟିଯାଇଥିଲେ ମଧ୍ୟ ନିବାର୍ଚନେର ବ୍ୟସ୍ତ ଥିବା ନେତା କିମ୍ବା କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ସାକ୍ଷାତ ମିଲିନଥିଲା । ନିର୍ବାଚନ ବେଳେ ପାହାଡ଼ର ପ୍ରତିଶୃତି ଦେଉଥିବା ନେତାମାନଙ୍କୁ ସତେ ଯେପରି ପରିହାସ କରୁଥିଲା କ୍ଷୀରବତିଙ୍କ ଆତ୍ମା ।
from Odisha Reporter http://bit.ly/2KgrYI6
No comments:
Post a Comment