୩୨ ବର୍ଷରେ ପାଦ ଦେଲେ ‘ହିଟ୍‌ମ୍ୟାନ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

୩୨ ବର୍ଷରେ ପାଦ ଦେଲେ ‘ହିଟ୍‌ମ୍ୟାନ୍’

ମୁମ୍ବାଇ: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ତିନୋଟି ଡବଲ୍ ସେଞ୍ଚୁରୀର ଅଦ୍ଭୁତ ରେକର୍ଡ କରିଥିବା ରୋହିତ୍ ଶର୍ମା ଆଜି ଅର୍ଥାତ୍ ଏପ୍ରିଲ୍ ୩୦ ତାରିଖରେ ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି। ‘ହିଟମ୍ୟାନ୍’ ନାମରେ ପରିଚିତ ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ୍ ୫୦ ଓଭର ଫର୍ମାଟରେ କେବଳ ତିନୋଟି ଦ୍ୱିଶତକ ମାରିନାହାନ୍ତି ବରଂ ଦିନିକିଆରେ ସବୁଠାରୁ ଶ୍ରେଷ୍ଠ (୨୬୪) ଇନିଂସ୍ ଖେଳିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି।

ରୋହିତ ବର୍ତ୍ତମାନ ଆଇପିଏଲର ଦ୍ୱାଦଶ ସିଜନରେ ବ୍ୟସ୍ତ ଅଛନ୍ତି। ତାଙ୍କ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ୧୨ରୁ ୭ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ଏବଂ ପ୍ଲେଅଫ୍ ନିକଟତର ହୋଇଛି। ଅନ୍ୟପକ୍ଷରେ ରୋହିତଙ୍କ ପାଇଁ ୨୦୧୯ ବେଶ୍ ଚ୍ୟାଲେଞ୍ଜିଂ, କାରଣ ମେ’ ୩୦ ତାରିଖରୁ ଆରମ୍ଭ ହେବାକୁଥିବା ବିଶ୍ୱକପରେ ତାଙ୍କଠାରୁ ବହୁତ କିଛି ଆଶା ରହିଛି। ତେବେ ଜନ୍ମଦିନରେ ରୋହିତଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା।

ନଭେମ୍ବର-ଡିସେମ୍ବର ସହ ସ୍ୱତନ୍ତ୍ର କନେକ୍ସନ୍: ଦିନିକିଆରେ ରୋହିତଙ୍କ ଦ୍ୱିଶତକ ନଭେମ୍ବର-ଡିସେମ୍ବର ସହ ସ୍ୱତନ୍ତ୍ର କନେକ୍ସନ୍ ଅଛି। ନଭେମ୍ବରରେ ରୋହିତ ଦୁଇଟି ଏବଂ ଡିସେମ୍ବରରେ ରୋହିତ ଗୋଟିଏ ଦ୍ୱିଶତକ ମାରିଛନ୍ତି। ନଭେମ୍ବର ୨, ୨୦୧୩ରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୨୦୯ ରନ୍ କରିଥିଲେ। ଏହା ପରେ ସେ ନଭେମ୍ବର ୧୩, ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ଏବଂ ଡିସେମ୍ବର ୧୩, ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୨୦୮* ରନ୍ କରିଥିଲେ। ଏହାଛଡ଼ା ରୋହିତ ଡିସେମ୍ବର ୧୩, ୨୦୧୫ରେ ରିତିକା ସଜଦେଙ୍କୁ ବିବାହ କରିଥିଲେ। ସେହିପରି ବିବାହର ତିନିବର୍ଷ ଅର୍ଥାତ୍ ଡିସେମ୍ବର ୩୦, ୨୦୧୮ରେ ରୋହିତଙ୍କ ପତ୍ନୀ ରିତିକା କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ସେତେବେଳେ ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଯୋଗୁ ମୁମ୍ବାଇରେ ପତ୍ନୀଙ୍କ ସହ ରହିପାରି ନଥିଲେ। କିନ୍ତୁ ଝିଅ ଜନ୍ମ ହେବା ଖବର ପାଇବା ପରେ ସେ ତୁରନ୍ତ ମେଲବର୍ଣ୍ଣରୁ ମୁମ୍ବାଇ ଚାଲିଆସିଥିଲେ।

ଟି-୨୦ରେ ୩୫ ବଲରେ ଶତକର ରେକର୍ଡ: ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଥିବା ହିଟମ୍ୟାନ୍ ୨୨ ଡିସେମ୍ବର, ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଇନ୍ଦୋର ଟି-୨୦ରେ ମାତ୍ର ୩୫ ବଲରେ ଶତକ ମାରି ବିଶ୍ୱ ରେକର୍ଡ କରିଥିଲେ। ଏଥିସହ ସେ ଟି-୨୦ କ୍ରିକେଟରେ ଡେଭିଡ୍ ମିଲରଙ୍କ ଦ୍ରୁତ ଶତକର ୱାର୍ଲ୍ଡ ରେକର୍ଡ ସମକକ୍ଷ ହୋଇଥିଲେ।

ନଭେମ୍ବରରେ ୩ ଟେଷ୍ଟ ଶତକ: କେବଳ ଏତିକି ନୁହେଁ, ରୋହିତ ନିଜ ଟେଷ୍ଟ କ୍ୟାରିୟରରେ ତିନୋଟି ଶତକ ମାରିଛନ୍ତି ଏବଂ ସବୁଯାକ ନଭେମ୍ବରରେ ହିଁ ଆସିଛି। ରୋହିତ ନିଜର ପ୍ରଥମ ଦୁଇ ଟେଷ୍ଟ (୧୭୭, ୭ ନଭେମ୍ବର, ୨୦୧୩, ୱେଷ୍ଟଇଣ୍ଡିଜ ଏବଂ ୧୧୧*, ୧୫ ନଭେମ୍ବର, ୨୦୧୩ ବନାମ ୱେଷ୍ଟଇଣ୍ଡିଜ୍)ରେ ଲଗାତାର ଶତକ ନିଜ ନାମରେ କରିଥିଲେ। ଏହି ଦୁଇଟି ଯାକ ଶତକ ନଭେମ୍ବରରେ ହୋଇଥିଲା । ଏହାଛଡ଼ା ସେ ତୃତୀୟ ଶତକ (୧୦୨*, ୨୬ ନଭେମ୍ବର, ୨୦୧୭ ବନାମ ଶ୍ରୀଲଙ୍କା) ମଧ୍ୟ ନଭେମ୍ବରରେ ମାରିଥିଲେ।

ଶୁଭେଚ୍ଛାର ସୁଅ: ରୋହିତଙ୍କ ୩୨ତମ ଜନ୍ମଦିବସରେ ଶୁଭେଚ୍ଛାର ସୁଅ ଛୁଟିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ଭିଭିଏସ୍ ଲକ୍ଷ୍ମଣ, ବୀରେନ୍ଦ୍ର ସେହ୍ୱାଗ, ହରଭଜନ ସିଂହ, ଚେତେଶ୍ୱର ପୂଜାରା, ସୁରେଶ ରାଇନା, ମହମ୍ମଦ କୈଫ, କେଦାର ଯାଦବ, ୟୁଜବେନ୍ଦ୍ର ଚହଲ୍, ଶିଖର ଧୱନ୍, ଆଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ୍, ଆରପି ସିଂହ, ବିନୋଦ କାମ୍ବଲୀ, ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ରାହୁଲ ଶର୍ମା, ଧୱଲ୍ କୁଲକର୍ଣ୍ଣି ଓ ପ୍ରଜ୍ଞାନ ଓଝା ରୋହିତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।



from Odisha Reporter http://bit.ly/2WjBjkg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages