
ନୂଆଦିଲ୍ଲୀ: ଦିନ ଥିଲା ବିଜେପି ନେତା ଅବତାର ସିଂହ ଜୀବନ ନିର୍ବାହ କରିବାକୁ ଚା’ ବିକ୍ରି କରୁଥିଲେ। ହେଲେ ସମୟ ବଦଳିବା ସହ ତାଙ୍କ ଭାଗ୍ୟ ରେଖା ମଧ୍ୟ ବଦଳିଥିଲା। ପ୍ରଥମେ ସେ ବିଜେପି ଟିକେଟ୍ରେ ଦିଲ୍ଲୀର କାଉନସିଲର ହୋଇଥିଲେ। ଏବେ ସେ ଉତ୍ତର ଦିଲ୍ଲୀର ମେୟର ହୋଇଛନ୍ତି।
ସେହିପରି ଅବତାର ସିଂହ ପ୍ରଥମ ଦଳିତ ଶିଖ୍ ସଂପ୍ରଦାୟର ବ୍ୟକ୍ତି ଭାବେ ଉତ୍ତର ଦିଲ୍ଲୀର ମେୟର ହେବାର ରେକର୍ଡ କରିଛନ୍ତି। ଉତ୍ତର ଦିଲ୍ଲୀର ମେୟର ପଦ ନିର୍ବାଚନ ପାଇଁ ବିଜେପିର ରାଜ୍ୟ ମୁଖ୍ୟ ମନୋଜ ତିୱାରୀ ପ୍ରଥମେ ଅବତାର ସିଂହଙ୍କ ନାଁ ସୁପାରିସ୍ କରିଥିଲେ। ତେବେ ତାଙ୍କ ବିରୋଧରେ କେହି ବି ପ୍ରାର୍ଥୀ ହୋଇ ନଥିଲେ। ତେଣୁ ସେ ଅନାୟସରେ ଉତ୍ତର ଦିଲ୍ଲୀର ମେୟର ହୋଇଛନ୍ତି।
ଦିଲ୍ଲୀର ଜଣେ ବିଜେପି ନେତା କହିଛନ୍ତି, “ଅବତାର ସିଂହ ହେଉଛନ୍ତି ବିଜେପିର ଜଣେ କଠିନ ପରିଶ୍ରମୀ କ୍ୟାଡର୍। ସେ ଜଣେ ଚା’ ବିକାଳି ଥିଲେ। କିନ୍ତୁ କଠିନ ପରିଶ୍ରମ କରି ଦିଲ୍ଲୀ ଭଳି ସ୍ଥାନର ମେୟର ପଦବୀରେ ପହଞ୍ଚିଛନ୍ତି।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଉତ୍ତର, ଦକ୍ଷିଣ ଓ ପୂର୍ବ ଦିଲ୍ଲୀର ମେୟର ମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହାର ଏକ ଫଟୋ ମଧ୍ୟ ମୋଦି ଟ୍ୱିଟରରେ ପୋଷ୍ଟ କରିଛନ୍ତି।
from Odisha Reporter http://bit.ly/2DG8Ldj
No comments:
Post a Comment