ନ୍ୟୁଜିଲ୍ୟାଣ୍ଡ୍ ଓପନ୍ ମୁଖ୍ୟ ଡ୍ର’ରେ ଲକ୍ଷ୍ୟ ସେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ନ୍ୟୁଜିଲ୍ୟାଣ୍ଡ୍ ଓପନ୍ ମୁଖ୍ୟ ଡ୍ର’ରେ ଲକ୍ଷ୍ୟ ସେନ୍

ଅକଲ୍ୟାଣ୍ଡ୍: ଭାରତର ଯୁବ ଶଟଲର୍ ଲକ୍ଷ୍ୟ ସେନ୍ କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ଲଗାତାର ଦୁଇଟି ମ୍ୟାଚ୍ ଜିତି ଚଳିତ ନ୍ୟୁଜିଲ୍ୟାଣ୍ଡ ଓପନର ମୁଖ୍ୟ ଡ୍ର’ରେ ସ୍ଥାନ ହାସଲ କରିଛନ୍ତି। ଲକ୍ଷ୍ୟ ପ୍ରଥମ କ୍ୱାଲିଫାଇଙ୍ଗ୍ ମୁକାବିଲାରେ ନିଜ ଦେଶର ଅଜୟ ଜୟରାମଙ୍କୁ ସିଧାସଳଖ ୨୧-୧୮, ୨୧-୧୩ ଗେମରେ ପରାସ୍ତ କରିଥିଲେ। ଏହି ମୁକାବିଲାକୁ ଜିତିବା ପାଇଁ ଲକ୍ଷ୍ୟ ମାତ୍ର ୩୧ ମିନିଟ୍ ସମୟ ନେଇଥିଲେ।

ସେହିପରି ୩୨ ମିନିଟ୍ ବିଶିଷ୍ଟ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ଲକ୍ଷ୍ୟ ୨୧-୧୧, ୨୧-୧୨ ଗେମରେ ମ୍ୟାଲେସିୟାର ଟେକ୍ ଝି ସୁ’ଙ୍କୁ ହରାଇଛନ୍ତି। ୧୭ ବର୍ଷୀୟ ଏହି ଭାରତୀୟ ତାରକା ମୁଖ୍ୟ ଡ୍ର’ର ପ୍ରଥମ ରାଉଣ୍ଡରେ ତାଇପେଇର ୱାଙ୍ଗ ଜୁ ୱେଇଙ୍କୁ ଭେଟିବେ।

ଭାରତର ଅନ୍ୟତମ ତାରକା ପରୁପଲ୍ଲୀ କଶ୍ୟପ୍ ମୁଖ୍ୟ ରାଉଣ୍ଡରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଛନ୍ତି। କଶ୍ୟପ୍ ପ୍ରଥମ କ୍ୱାଲିଫାୟରରେ ଅଷ୍ଟ୍ରେଲିଆର ପିଟର୍ ୟାନଙ୍କୁ ୨୧-୮, ୨୧-୯ ଗେମରେ ହରାଇଥିଲେ। କିନ୍ତୁ ଦ୍ୱିତୀୟ କ୍ୱାଲିଫାୟରରେ ସେ ଚାଇନାର ସୁନ୍ ଫେସିଆଙ୍ଗଙ୍କଠାରୁ ୧୬-୨୧, ୧୮-୨୧ ଗେମରେ ହାରିଯାଇଥିଲେ। ଆସନ୍ତାକାଲିଠାରୁ ମୁଖ୍ୟ ଡ୍ର’ ଆରମ୍ଭ ହେବ।



from Odisha Reporter http://bit.ly/2DG98Vd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages