ପତ୍ନୀ ଓ ୩ ଶିଶୁଙ୍କୁ ହତ୍ୟା କଲେ ଇଞ୍ଜିନିୟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ପତ୍ନୀ ଓ ୩ ଶିଶୁଙ୍କୁ ହତ୍ୟା କଲେ ଇଞ୍ଜିନିୟର

ଗାଜିଆବାଦ: ଦିଲ୍ଲୀର ଗାଜିଆବାଦଠାରେ ଜଣେ ଇଞ୍ଜିନିୟର ତାଙ୍କ ପତ୍ନୀ ଓ ୩ ଜଣଙ୍କୁ ଶିଶୁଙ୍କୁ ହତ୍ୟା କରିବା ଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ନିଜର ଦୋଷକୁ ବ୍ୟକ୍ତି ଜଣଙ୍କ ଫ୍ୟାମିଲି ହ୍ୱାଟସ୍‌ ଆପ ଗ୍ରୁପ୍‌ରେ ଏକ ଭିଡିଓ ଜାରି କରି ସ୍ୱୀକାର କରିଛନ୍ତି।

ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିବାକୁ ଚାହୁଁଥିବା କଥା ନିଜ ଶାଳକଙ୍କୁ କହି ନିଖୋଜ ହୋଇଯାଇଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ନାଁ ସୁମିତ। ସେ ରବିବାର ଦିନ ଇନ୍ଦ୍ରାପୁରମ ଠାରେ ନିଜ ଘରେ ୩୨ ବର୍ଷୀୟ ପତ୍ନୀ ଓ ୩ ଜଣ ପିଲାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ।

ପୁଲିସ୍‌ର ସୂଚନା ଅନୁଯାୟୀ, ସୁମିତ ବେଙ୍ଗାଲୁରୁରେ ଏକ ଆଇଟି କମ୍ପାନୀରେ ଚାକିରି କରୁଥିଲେ। ତେବେ ଜାନୁଆରୀ ମାସରେ ତାଙ୍କର ଚାକିରି ଚାଲି ଯାଇଥିଲା। ଏହାପରେ ବେଶ ଆର୍ଥିକ ସଙ୍କଟ ମଧ୍ୟରେ ସେ ନିଜ ପରିବାରକୁ ଚଳାଉଥିଲେ। ଖାସ୍ ଏହି କାରଣ ପାଇଁ ସେ ପୂରା ପରିବାରକୁ ଶେଷ କରିଦେଖାକୁ ଚେଷ୍ଟା କରିଥିବା କୁହାଯାଉଛି।

ଗତକାଲି ସନ୍ଧ୍ୟା ୬ଟାରେ ବ୍ୟକ୍ତି ଜଣଙ୍କ ହ୍ୱାଟସ୍‌ଆପ ଗ୍ରୁପ୍‌ରେ ନିଜର ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏହାପରେ ସୁମିତ ଶାଳକଙ୍କୁ ଆତ୍ମହତ୍ୟା କରିବାକୁ ଯାଉଥିବା କହି ନିଖୋଜ ହୋଇଯାଇଛନ୍ତି। ପୁଲିସ୍‌ ଏଯାଏ ତାଙ୍କର ପତ୍ତା ପାଇନାହିଁ।



from Odisha Reporter http://bit.ly/2L9dudR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages