ଏସିଆନ୍ ବକ୍ସିଂ ଚାମ୍ପିଅନଶିପ୍: ବିଶ୍ୱ ବିଜେତାଙ୍କୁ ହରାଇ ସେମିରେ କବିନ୍ଦର ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଏସିଆନ୍ ବକ୍ସିଂ ଚାମ୍ପିଅନଶିପ୍: ବିଶ୍ୱ ବିଜେତାଙ୍କୁ ହରାଇ ସେମିରେ କବିନ୍ଦର ସିଂହ

ବ୍ୟାଙ୍ଗକକ୍: ଚଳିତ ଏସିଆନ୍ ବକ୍ସିଂ ଚାମ୍ପିଅନଶିପରେ ଭାରତର କବିନ୍ଦର ସିଂହ ବିଷ୍ଟ (୫୬ କେଜି) ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିଅନ୍ କାଇରାତ୍ ୟେରାଲିୟେଭଙ୍କୁ ହରାଇ ସେମିଫାଇନାଲରେ ସ୍ଥାନ ହାସଲ କରିବା ସହ ପଦକ ପକ୍କା କରିଛନ୍ତି।

ସେହିପରି ସୋନିଆ ଚହଲ୍ (୫୭ କେଜି) ମଧ୍ୟ ମହିଳା ଅନ୍ତିମ-୪ରେ ପହଞ୍ଚିଛନ୍ତି। କଜାଖସ୍ତାନ ବକ୍ସର ୟେରାଲିୟେଭଙ୍କ ବିରୋଧରେ କବିନ୍ଦର ଦମଦାର ପ୍ରଦର୍ଶନ କରିଥିଲେ। ପ୍ରଥମ ରାଉଣ୍ଡରେ ୟେରାଲିୟେଭ ଭାରତୀୟ ବକ୍ସରଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇ ରାଉଣ୍ଡରେ କବିନ୍ଦର ଜବରଦସ୍ତ ଆଟାକ୍ କରି ମୁକାବିଲାକୁ ଜିତି ନେଇଥିଲେ।

କବିନ୍ଦର ଏହା ପୂର୍ବରୁ ଫିନଲ୍ୟାଣ୍ଡରେ ଅନୁଷ୍ଠିତ ଜିବି ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ୟେରାଲିୟେଭ ଗତବର୍ଷ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଭାରତର ମହିଳା ବକ୍ସର ସୋନିଆ କ୍ୱାର୍ଟରଫାଇନାଲରେ କୋରିଆର ଜୋ ସନ୍ ହ୍ୱା’ଙ୍କୁ ପରାସ୍ତ କରିଥିଲେ। ତେବେ ଜାତୀୟ ଚାମ୍ପିଅନ୍ ଦୀପକ ସିଂହ (୪୯ କେଜି) ମଧ୍ୟ ସେମିଫାଇନାଲ୍ ପ୍ରବେଶ କରିଛନ୍ତି।

ସେ କ୍ୱାର୍ଟରରେ ଆଫଗାନିସ୍ତାନର ରମିଶ୍ ରହମନିଙ୍କଠାରୁ ୱାକଓଭର୍ ପାଇଥିଲେ। ଅନ୍ୟପକ୍ଷରେ ୱାର୍ଲ୍ଡ ଚାମ୍ପିଅନଶିପ୍ ବ୍ରୋଞ୍ଜ ପଦକ ବିଜେତା ଲୋଭଲିନ୍ ବୋର୍ଗୋହେନ୍ (୬୯ କେଜି) କ୍ୱାର୍ଟରରେ ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିଅନ୍ ଚେନ୍ ନିଏନ୍-ଚିନଙ୍କଠାରୁ ହାରି ବିଦାୟ ନେଇଛନ୍ତି।



from Odisha Reporter http://bit.ly/2VdX1J5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages