ପିସିସି ସଭାପତିଙ୍କ ଉପରେ ଆକ୍ରମଣକୁ ସିପିଏମ୍‌ର ନିନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ପିସିସି ସଭାପତିଙ୍କ ଉପରେ ଆକ୍ରମଣକୁ ସିପିଏମ୍‌ର ନିନ୍ଦା

niranjan2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ନିର୍ବାଚନ ପ୍ରଚାରର ଶେଷ ସମୟରେ ଘସିପୁରା ନିର୍ବାଚନମଣ୍ଡଳୀରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ଘସିପୁରା ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କର୍ମୀମାନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ସିପିଆଇ (ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ନିନ୍ଦା କରାଯାଇଛି।

ରାଜ୍ୟର ଅନ୍ୟତମ ତୁଙ୍ଗ ରାଜନୈତିକ ନେତା ତଥା ନିର୍ବାଚନର ପ୍ରାର୍ଥୀଙ୍କ ଉପରେ ଶାସକ ବିଜେଡି ଦଳ ପକ୍ଷରୁ ଏପରି ନାରକୀୟ ଆକ୍ରମଣ ଏକ ପ୍ରାୟୋଜିତ ହିଂସା। କେଉଁଝର ଜିଲ୍ଲାରେ ଖୋଦ୍ ଶାସକ ବିଜେଡି ନେତା ଓ ମନ୍ତ୍ରୀଙ୍କ ସମର୍ଥକମାନଙ୍କ ଦ୍ୱାରା ବାରମ୍ବାର ପ୍ରତିପକ୍ଷ ରାଜନୈତିକ ଶକ୍ତି ଓ ବ୍ୟକ୍ତିମାନଙ୍କୁ ହତ୍ୟା ଏବଂ ହିଂସାକାଣ୍ଡ ସମଗ୍ର ରାଜ୍ୟରେ ଚର୍ଚ୍ଚିତ। ବିଜେଡି ଶାସନକାଳ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର କେବଳ ଅବନତି ଘଟି ନାହିଁ , ବିଜେଡି ଇଙ୍ଗିତରେ ସର୍ବତ୍ର ହିଂସାକାଣ୍ଡ ସଙ୍ଘଟିତ କରାଯାଉଛି। ଯେଉଁଠି ତୁଙ୍ଗ ରାଜନୀତିକ ନେତା ଓ ପ୍ରାର୍ଥୀମାନଙ୍କ ନିରାପତ୍ତା ନାହିଁ, ସେଠାରେ ସାଧାରଣ ଲୋକେ କେତେ ସୁରକ୍ଷିତ?  ପୁଲିସ ଓ ପ୍ରଶାସନ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି। ଏହି ପରିସ୍ଥିତିରେ ଘସିପୁରା ହିଂସାକାଣ୍ଡରେ ଲିପ୍ତ ଶାସକ ବିଜେଡି କର୍ମୀ ଓ ନେତାମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଆସନ୍ତା ଏପ୍ରିଲ ୨୩ ଓ ୨୯ ତାରିଖ ଭୋଟ ବେଳେ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ସିପିଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ଦାବି କରିଛି।

ଅନୁରୂପ ଭାବେ ବିଜେପି ମଧ୍ୟ ରାଜ୍ୟରେ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିଛି। କ୍ଷମତା ଦଖଲ ପାଇଁ ସେମାନେ ପ୍ରତିପକ୍ଷଙ୍କ ଉପରେ ବୋମା ଓ ମାରଣାସ୍ତ୍ର ନେଇ ଆକ୍ରମଣ କରୁଛନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପରେ ବିଜେପି ପକ୍ଷରୁ ବୋମାମାଡ଼ ହିଂସାତ୍ମକ ରାଜନୀତିର ମୁଖା ଖୋଲିଦେଇଛି। ନିର୍ବାଚନ କମିଶନ ମଧ୍ୟ ତୁରନ୍ତ ହସ୍ତକ୍ଷେପ କରି ଅବାଧ ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସଙ୍ଗେ ସଙ୍ଗେ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସିପିଆଇ(ଏମ୍) ପକ୍ଷରୁ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଦାବି କରିଛନ୍ତି।



from Odisha Reporter http://bit.ly/2VnOFyI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages