କୋହଲି ଓ ମନ୍ଧାନା ୱିଜଡେନ୍ ‘କ୍ରିକେଟର ଅଫ୍ ଦି ଇୟର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

କୋହଲି ଓ ମନ୍ଧାନା ୱିଜଡେନ୍ ‘କ୍ରିକେଟର ଅଫ୍ ଦି ଇୟର’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଇପିଏଲରେ ଖରାପ ଫର୍ମ ପାଇଁ ଲଗାତାର ସମାଲୋଚିତ ହୋଇଆସୁଛନ୍ତି। ଏଭଳି ସ୍ଥିତିରେ କ୍ରିକେଟର ବାଇବେଲ୍ କୁହାଯାଉଥିବା ୱିଜଡେନ୍ କୋହଲିଙ୍କୁ ଶ୍ରେଷ୍ଠ କ୍ରିକେଟର ବିବେଚିତ କରିଛି। କୋହଲିଙ୍କୁ ଲଗାତାର ତୃତୀୟ ବର୍ଷ ପାଇଁ ୱିଜଡେନ୍ “ଲିଡିଙ୍ଗ୍ କ୍ରିକେଟର ଅଫ୍ ଦି ଇୟର’ ଉପାଧି ମିଳିଛି।

ସେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ତୃତୀୟଥର ୱିଜଡେନର ସର୍ବଶ୍ରେଷ୍ଠ ପୁରସ୍କାର ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ଇଂଲଣ୍ଡର ଟ୍ୟାମି ବ୍ୟୁମଣ୍ଟ, ଜୋସ ବଟଲର, ସାମ୍ କୁରାନ୍, ଆଫଗାନିସ୍ତାନର ରଶିଦ୍ ଖାନ୍ ଓ ଇଂଲଣ୍ଡର ରୋରି ବର୍ନସଙ୍କୁ ମଧ୍ୟ ୱିଜଡେନ୍ “ଲିଡିଙ୍ଗ କ୍ରିକେଟର ଅଫ୍ ଦି ଇୟର’ ବିବେଚିତ କରାଯାଇଛି। ଭାରତୀୟ ମହିଳା ଦଳର ରନ୍ ମେଶିନ୍ ଭାବେ ପରିଚିତ ସ୍ମୃତି ମନ୍ଧାନାଙ୍କୁ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ଚୟନ କରାଯାଇଛି।

ବିରାଟ୍ ୨୦୧୮ ବର୍ଷରେ ତିନୋଟି ଯାକ ଫର୍ମାଟରେ ୬୮.୨୭ ହାରରେ ୨୭୩୫ ରନ୍ କରିଛନ୍ତି। କୋହଲି ନିଜର ନିକଟ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡର ଜୋ ରୁଟଙ୍କଠାରୁ ୭୦୦ ରନରେ ଆଗୁଆ ଅଛନ୍ତି। ଏହି ସମୟ ମଧ୍ୟରେ ବିରାଟ ୩୭ଟି ଇନିଂସରେ ୧୧ ଶତକ ମାରିଛନ୍ତି, ଯେଉଁଥିରେ ଭାରତର ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତ ସାମିଲ ଅଛି।

ଏହି ତିନୋଟି ଗସ୍ତରେ ବିରାଟଙ୍କ ବ୍ୟାଟରୁ ପ୍ରବଳ ରନ୍ ବର୍ଷିଥିଲା। ଇଂଲଣ୍ଡ ଗସ୍ତରେ ସେ ୫୯.୩୦ ହାରରେ ୫୯୩ ରନ୍ କରିବା ସତ୍ତ୍ୱେ ଭାରତ ୧-୪ରେ ସିରିଜ୍ ହାରିଯାଇଥିଲା। କୋହଲି ବିଶ୍ୱର ତୃତୀୟ କ୍ରିକେଟର ଭାବେ ସର୍ବାଧିକ ୱିଜଡେନ୍ ପୁରସ୍କାର ବିଜେତା ହୋଇଛନ୍ତି। ଏହି ମାମଲାରେ ଆଗରେ ଅଛନ୍ତି କିମ୍ବଦନ୍ତୀ କ୍ରିକେଟର ସାର୍ ଡନ୍ ବ୍ରାଡମ୍ୟାନ୍।

ବ୍ରାଡମ୍ୟାନ୍ ସର୍ବାଧିକ ୧୦ଥର ଏବଂ ଜ୍ୟାକ୍ ହବ୍ସ ୮ଥର ଏହି ସମ୍ମାନ ହାସଲ କରିଛନ୍ତି। କୋହଲିଙ୍କୁ ସର୍ବଶ୍ରେଷ୍ଠ କ୍ରିକେଟର୍ ଚୟନ କରାଯିବା ନେଇ ୱିଜଡେନର ଏଡିଟର୍ ଲରେନ୍ସ ବୁଥ୍ କହିଛନ୍ତି, ‘ଇଂଲଣ୍ଡରେ କୋହଲିଙ୍କ ବ୍ୟାଟିଂ ଉଚ୍ଚକୋଟୀର ରହିଥିଲା। ସେଠାରେ ତାଙ୍କ ଫର୍ମ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଯଥେଷ୍ଟ ଉନ୍ନତ ଥିଲା।’

ସେହିପରି ଭାରତୀୟ ମହିଳା ଦଳର ଓପ୍ନର ମନ୍ଧାନା ୨୦୧୮ରେ ଦିନିକିଆରେ ୬୬୯ ରନ୍ ଏବଂ ଟି-୨୦ରେ ୬୬୨ ରନ୍ କରିଥିଲେ। ସେ ମଧ୍ୟ ୱିମେନ୍ସ ସୁପର ଲିଗରେ ୧୭୪.୬୮ ଷ୍ଟ୍ରାଇକରେଟରେ ୪୨୧ ରନ୍ କରିଥିଲେ। ଏହି କାରଣରୁ ତାଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ବିଚେବିଚ କରାଯାଇଛି।

ଆଫଗାନିସ୍ତାନର ଯୁବ ସ୍ପିନର ରଶିଦ୍ ଶ୍ରେଷ୍ଠ ଟି-୨୦ କ୍ରିକେଟର୍ ବିବେଚିତ ହୋଇଛନ୍ତି। ରଶିଦ୍ ୨୦୧୮ର ଆଇପିଏଲରେ ୨୧ ୱିକେଟ୍ ନେଇଥିଲେ। ଏହାଛଡ଼ା ଜାତୀୟ ଦଳ ପକ୍ଷରୁ ସେ ମାତ୍ର ୮.୬୮ ହାରରେ ୨୨ ୱିକେଟ୍ ନେଇ ଜବରଦସ୍ତ ଫର୍ମ ଦେଖାଇଥିଲେ।

ଇଂଲଣ୍ଡର ୱିକେଟକିପର ବ୍ୟାଟ୍ସମ୍ୟାନ୍ ବଟଲର୍ ୨୦୧୮ରେ ଟେଷ୍ଟ କ୍ରିକେଟରେ ୪୪.୭୦ ହାରରେ ୭୬୦ ରନ୍ କରିଥିଲେ। ସେ ମଧ୍ୟ ଟ୍ରେଣ୍ଟ ବ୍ରିଜରେ ଭାରତ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ଶତକ ମାରିଛନ୍ତି। ଏହି ବ୍ୟାଟ୍ସମ୍ୟାନ୍ ଦିନିକିଆ କ୍ରିକେଟରେ ମଧ୍ୟ ଦମଦାର ପ୍ରଦର୍ଶନ କରି ୫୦ହାରରେ ରନ୍ କରିଥିଲେ।

ଇଂଲଣ୍ଡ କ୍ରିକେଟର୍ ଟମ୍ କରାନଙ୍କ ସାନ ଭାଇ ସାମ୍ କରାନ୍ ଭାରତ ବିପକ୍ଷ ନିଜର ଡେବ୍ୟୁ ଟେଷ୍ଟ ସିରିଜରେ ୧୧ ୱିକେଟ୍ ନେବା ସହ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ୨୭୨ ରନ୍ କରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ କାରଣରୁ ତାଙ୍କୁ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଥିଲା।

ଇଂଲଣ୍ଡ ମହିଳା ଦଳର ଓପ୍ନର ଟାମି ବ୍ୟୁମଣ୍ଟ ୨୦୧୮ରେ ଭଲ ପ୍ରଦର୍ଶନ କରିଥିଲେ। ସେ ଦିନିକିଆରେ ୪୫୨ ଓ ଟି-୨୦ରେ ୪୩୦ ରନ୍ କରିଥିଲେ। ସେ ମଧ୍ୟ ୱିମେନ୍ସ ସୁପର ଲିଗରେ ସାଉଥ୍ ଭାଇପର୍ସ ପକ୍ଷରୁ ଖେଳି ୧୯୮ ରନ୍ କରିଥିଲେ।

ଅପରପକ୍ଷରେ ଇଂଲଣ୍ଡର ରୋରି ବର୍ନସ୍ କାଉଣ୍ଟି ଚାମ୍ପିଅନଶିପରେ ୬୪.୭୧ ହାରରେ ୧୩୫୯ ରନ୍ କରିଥିଲେ । ଏହା ମଧ୍ୟରେ ତାଙ୍କର ୪ଟି ଶତକ ମଧ୍ୟ ସାମିଲ୍ ଥିଲା। ତାଙ୍କର ଏହି ସଫଳ ପ୍ରଦର୍ଶନ ବଳରେ ସରେ ଟିମ୍ ୧୬ ବର୍ଷ ପରେ ପ୍ରଥମ କାଉଣ୍ଟି ଚାମ୍ପିଅନଶିପ୍ ଟାଇଟଲ୍ ଜିତିଥିଲା। କାଉଣ୍ଟିରେ ଭଲ ପ୍ରଦର୍ଶନ ଦ୍ୱାରା ତାଙ୍କୁ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଇଂଲଣ୍ଡ ଦଳରେ ସାମିଲ୍ କରାଯାଇଥିଲା।



from Odisha Reporter http://bit.ly/2UtCmkE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages