
ହାଇଦ୍ରାବାଦ: ତେଲେଙ୍ଗାନାର ନାରାୟଣପେଟ୍ ଜିଲ୍ଲାରେ ଏକ ଭୟଙ୍କର ଘଟଣା ଘଟିଛି। ଏମଜିନରେଗା ଅଧୀନରେ କାର୍ଯ୍ୟ କରୁଥିବା ୧୦ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଛି। ଫଳରେ ବିରାଟ ମାଟି ଅତଡ଼ା ତଳେ ଚାପି ହୋଇ ସେମାନେ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକଙ୍କ ମଧ୍ୟରେ କିଛି ମହିଳା ଥିବା ଜଣାପଡ଼ିଛି।
ଆଜି ମଧ୍ୟାହ୍ନରେ ୧୨ ଜଣ ଶ୍ରମିକ ଏମଜିନରେଗା ଅଧୀନରେ ଏକ ଖନନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେମାନେ ଗୋଟିଏ ସ୍ଥାନକୁ ଖୋଳୁଥିବା ବେଳେ ହଠାତ୍ ବିରାଟ୍ ମାଟି ଅତଡ଼ା ସେମାନଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ସମସ୍ତେ ୮ରୁ ୧୦ ଫୁଟ୍ ଉଚ୍ଚର ମାଟି ତଳେ ଚାପି ହୋଇଯାଇଥିଲେ। ତେବେ କୌଶଳ କ୍ରମେ ଦୁଇ ଜଣ ମହିଳା ମାଟି ଅତଡ଼ା ମଧ୍ୟରୁ ସୁରକ୍ଷିତ ବାହାରକୁ ଚାଲି ଆସିଥିଲେ।
କିନ୍ତୁ ଅନ୍ୟମାନେ ଏହା ମଧ୍ୟରେ ପୋତି ହୋଇ ପ୍ରାଣ ହରାଇଥିବା ପୁଲିସ୍ କହିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter http://bit.ly/2G3HPo6
No comments:
Post a Comment