
ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଲୋକସଭା ଆସନ ଅଧୀନରେ ରହିଛି ବଣାଇ ବିଧାନସଭା ଆସନ। ୨ୟ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୮ ତାରିଖରେ ଏଠାରେ ହେବ ମତଦାନ। ଏଥର ବଣାଇ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଜନାର୍ଦ୍ଦନ ଦେହୁରୀ। ନିବାର୍ଚନ ପାଖେଇ ଆସୁଥିବାବେଳେ ଏଠାରେ ପ୍ରଚାର ହୋଇଛି ଜୋରଦାର। ଭୋଟରଙ୍କ ମନ ଜିଣିବା ପାଇଁ ଯିଏ ଯେଉଁ ଉପାୟ ଅବଲମ୍ବନ କରିପାରିଲା ! ହେଲେ ସ୍ୱାଧୀନ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ଏବେ ପ୍ରଚାରକୁ ନେଇ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି।
ଜନାର୍ଦ୍ଦନ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ହେଁ ପ୍ରଚାର ସାମଗ୍ରୀରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଓ ଅନ୍ୟ ନେତାଙ୍କ ଫଟୋ ମାରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ କଂଗ୍ରେସ ପକ୍ଷରୁ ଜନାର୍ଦ୍ଦନଙ୍କୁ ସ୍ପଷ୍ଟୀକରଣ ନୋଟିସ ଜାରି କରାଯାଇଛି।

ଜନାର୍ଦ୍ଦନ କଂଗ୍ରେସ ଟିକଟ ପାଇଁ ଆଶାବାଦୀ ଥିଲେ। ହେଲେ ଦଳ ତାଙ୍କୁ ଟିକଟ ଦେଇ ନ ଥିଲା। କାରଣ, ବଣାଇ ବିଧାନସଭା ଆସନରେ କଂଗ୍ରେସ-ସିପିଆଇ ସିଟ୍ ବୁଝାମଣା ହୋଇଥିଲା। ସେହି ଅନୁସାରେ ଏହି ଆସନ ପଡ଼ିଛି ସିପିଆଇ(ଏମ) ଭାଗରେ। ସିପିଆଇଏମ ଏଠାରେ ଲକ୍ଷ୍ମଣ ମୁଣ୍ଡାଙ୍କୁ ପ୍ରାର୍ଥୀ କରିଛି। ତେଣୁ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରି ଜନାର୍ଦ୍ଦନ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।
ସ୍ୱାଧୀନ ଭାବେ ଲଢୁଥିଲେ ହେଁ, ପ୍ରଚାର ବେଳେ ଜନାର୍ଦ୍ଦନ କଂଗ୍ରେସର ବରିଷ୍ଠ ନେତାଙ୍କ ଫଟୋ ଲଗାଇଛନ୍ତି। ଦଳୀୟ ପତାକା ବ୍ୟବହାର କରୁଛନ୍ତି। ଏ ନେଇ କଂଗ୍ରେସ କମିଟି ପକ୍ଷରୁ ୪୮ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ଦେବାପାଇଁ ଏକ ନୋଟିସ ଜାରି କରାଯାଇଛି। ନଚେତ୍ ତାଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସି ଉପସଭାପତି ଡା.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି।
from Odisha Reporter http://bit.ly/2G3HL7Q
No comments:
Post a Comment