ଏମିତି ହେଲେ ବିଜୟ ଗାଦିକୁ ‘ହାତ’ର ହାତ ପାଇବଟି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଏମିତି ହେଲେ ବିଜୟ ଗାଦିକୁ ‘ହାତ’ର ହାତ ପାଇବଟି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ସ୍ଥିତି ଯାହା ନିର୍ବାଚନୀ ବୈତରଣୀ ପାର ହେବାକୁ ‘ହାତ’ର ହାତ ପାଇବନି କହିଲେ ଚଳେ। ଦୁର୍ବଳ ନେତୃତ୍ୱ ସାଙ୍ଗକୁ ମୋଦି ହାୱାରେ କଂଗ୍ରେସ ପ୍ରତିକୂଳ ଭାବେ ପ୍ରଭାବିତ ହେବାର ସମ୍ଭବନା ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ଅନେକ ସ୍ଥାନରେ ଦଳ ଭଲ ପ୍ରାର୍ଥୀ ଦେଇଥିବାରୁ ବିଜୟ ସମ୍ଭାବନା ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ମୁଖିଆ କନ୍ଦଳ କଂଗ୍ରେସ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି।

ପିସିସି ସଭାପତି ଆଉ ସଭାନେତ୍ରୀଙ୍କ ମଧ୍ୟରେ ବିବାଦ ତୀବ୍ର ହେବାକୁ ଯାଉଥିବା ବେଳେ ଆଜି କଂଗ୍ରେସ ସଭାନେତ୍ରୀ ସୁମତ୍ରା ଜେନାଙ୍କ ବକ୍ତବ୍ୟ ଏ କଥାକୁ ସ୍ପଷ୍ଟ କରିଛି। କଂଗ୍ରେସ ଦଳର ନେତାମାନେ ସର୍ବଦା ସୁପ୍ରିମୋ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧିଙ୍କ ନୀତି ଆଦର୍ଶରେ ଦଳ ଚାଲୁଥିବା କଥା କହୁଥିଲେ ମଧ୍ୟ ଓଡ଼ିଶାରେ ଏହାର ଭିନ୍ନ ଚିତ୍ର ରହିଛି ବୋଲି ସେ କହିଛନ୍ତି। ଏଠାରେ ରାହୁଲଙ୍କ କଂଗ୍ରେସ ନୁହେଁ ପିସିସି ସଭାପତିଙ୍କ କଂଗ୍ରେସ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛନ୍ତି ସୁମିତ୍ରା।

ବିଜେଡି, ବିଜେପି ତୁଳନାରେ କଂଗ୍ରେସରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଆଶାତୀତ ଭାବେ କମ୍‌ ଥିବାରୁ ନିର୍ବାଚନ ଜିତିବା ପାଇଁ କଂଗ୍ରେସ ପକ୍ଷରୁ ହୋଇଥିବା ରଣନୀତି ଫେଲ୍‌ ମାରିବ ବୋଲି ପରୋକ୍ଷରେ ଇଙ୍ଗୀତ ଦେଇଛନ୍ତି ଜେନା।

ବିଜେଡି ଓ ବିଜେପି ମହିଳା କାର୍ଡ ଖେଳି ୨୦୧୪ ନିର୍ବାଚନ ତୁଳନାରେ ଏଥର ଅଧିକ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଛାଡିଛନ୍ତି। ମହିଳାଙ୍କ ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନ କରି ଦଳ ଫାଇଦା ହାସଲ କରିବାକୁ ବସିଥିବା ବେଳେ କଂଗ୍ରେସ ଏଥିରେ ପଛୁଆ ପଡିଯାଇଛି। ସୁମିତ୍ରାଙ୍କ ଅଭିଯୋଗ ମୁତାବକ ସେ ମହିଳା କଂଗ୍ରେସର ସଭାନେତ୍ରୀ ହୋଇଥିବାରୁ ୫୨ ଜଣ ଯୋଗ୍ୟ ମହିଳା ପ୍ରାର୍ଥୀଙ୍କ ନାଁ ନିର୍ବାଚନ ପୂର୍ବରୁ ପିସିସି ମୁଖିଆଙ୍କ ସମ୍ମୁଖରେ ଦାଖଲ କରିଥିଲେ। କିନ୍ତୁ ସେହି ତାଲିକାରେ ଥିବା ଅନେକ ଯୋଗ୍ୟ ପ୍ରାର୍ଥୀ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଟିକେଟ ପାଇବାକୁ ଯୋଗ୍ୟତା ଥାଇ ବି କେଉଁ କାରଣ ପାଇଁ ସେମାନେ ବାଦ୍‌ ପଡିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ସୁମିତ୍ରା ଜେନା ଏହି ନିର୍ବାଚନରେ ଭଦ୍ରକ ଆସନରୁ କଂଗ୍ରେସ ଟିକେଟ ଆଶାୟୀ ଥିଲେ ମଧ୍ୟ ତାଙ୍କ ଟିକେଟ କାଟି ଦିଆଯାଇଛି।



from Odisha Reporter http://bit.ly/2IdWTSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages