ତାମିଲନାଡ଼ୁରେ ଭୋଟ୍‌ ପାଇଁ ନୋଟ୍‌ କାରବାର, ଇସିଙ୍କୁ ଜବାବ ତଲବ କଲେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ତାମିଲନାଡ଼ୁରେ ଭୋଟ୍‌ ପାଇଁ ନୋଟ୍‌ କାରବାର, ଇସିଙ୍କୁ ଜବାବ ତଲବ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ତାମିଲନାଡ଼ୁର ସମସ୍ତ ଲୋକସଭା ଆସନରେ ଭୋଟରମାନଙ୍କୁ ଭୋଟ୍‌ ପାଇଁ ନୋଟ୍‌ ଦିଆଯାଇଥିବା ନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ନିର୍ବାଚନ କମିଶନ୍‌ଙ୍କୁ ଉତ୍ତର ରଖିବାକୁ କହିଛନ୍ତି। ତାମିଲନାଡ଼ୁରୁ ୩୯ ଜଣ ଲୋକସଭା ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ଆସନ୍ତା ୧୮ ତାରିଖରେ ଏଠାରେ ଲୋକସଭା ପାଇଁ ନିର୍ବାଚନ ଅଛି। ସେହିଭଳି ବିଧାନସଭା ପାଇଁ ହେବାକୁ ଥିବା ଉପନିର୍ବାଚନ ୧୮ ଓ ୧୯ ତାରିଖରେ ଅନୁଷ୍ଠିତ ହେବ।

ଆମେଦନକାରୀ ଦର୍ଶାଇଛନ୍ତି, ପ୍ରତି ଭୋଟରଙ୍କୁ ୫ ହଜାର ଟଙ୍କା ଦିଆଯାଇଛି। ତେଣୁ ନିର୍ବାଚନ ନିୟନ୍ତ୍ରକ ନିର୍ବାଚନ ଘୁଞ୍ଚାଇବାକୁ ଏଥିରେ କୁହାଯାଇଛି। ଅନ୍ୟ ପକ୍ଷରେ ପୂର୍ବରୁ ତାମିଲନାଡ଼ୁ ନିର୍ବାଚନ ଅଧିକାରୀ କହିସାରିଛନ୍ତି ଯେ, ଆଚରଣ ବିଧି ଲାଗୁ ହେବାପରଠାରୁ ୧୩୫.୪୧ କୋଟି ନଗଦ ଟଙ୍କା ଜବତ ହୋଇସାରିଲାଣି। ଏହି ସମୟରେ ୩୭ ଲକ୍ଷ ଟଙ୍କାର ମଦ, ୩୭ ଟଙ୍କାର ଡ୍ରଗ୍‌ସ ଓ ଅନ୍ୟ ନିଶା ଦ୍ରବ୍ୟ, ୧୦୨୨ କିଲୋ ସୁନା, ୬୪୫ କିଲୋ ରୁପା ଓ ୨୯୪ କିଲୋର ଅନ୍ୟ ମୂଲ୍ୟବାନ ଧାତୁ ଜବତ କରାଯାଇଛି।

ପୂର୍ବରୁ ଭେଲ୍ଲୋର ନିର୍ବାଚନମଣ୍ଡଳୀରୁ ବୃହତ୍‌ ପରିମାଣର ଅର୍ଥ ଜବତ ହେବାପରେ ନିର୍ବାଚନ ବାତିଲ କରିବା ପାଇଁ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିସ ପଠାଇଥିବା କିଛି ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି।



from Odisha Reporter http://bit.ly/2VMDUTh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages