ରାୟୁଡୁଙ୍କୁ ବିଶ୍ୱକପ୍‌ ଟିକେଟ୍‌ ନ ମିଳିବା ନେଇ ମୁହଁ ଖୋଲିଲେ ଗମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ରାୟୁଡୁଙ୍କୁ ବିଶ୍ୱକପ୍‌ ଟିକେଟ୍‌ ନ ମିଳିବା ନେଇ ମୁହଁ ଖୋଲିଲେ ଗମ୍ଭୀର

ନୂଆଦିଲ୍ଲୀ: କିଛି ମାସ ତଳେ ଟିମ୍‌ ଇଣ୍ଡିଆର ୪ ନଂ ସ୍ଥାନ ପାଇଁ ପ୍ରବଳ ଦାବିଦାର ଥିବା ଅମ୍ବାତି ରାୟୁଡୁଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ନ କରାଯିବା, ସମସ୍ତଙ୍କୁ ଚକିତ କରିଛି। ତେବେ ଏ ପ୍ରସଙ୍ଗରେ ପୂର୍ବତନ ଟିମ୍‌ ଇଣ୍ଡିଆ ଓପନର ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି। ସେ ରାୟୁଡୁଙ୍କୁ ବିସିସିଆଇ ବିଶ୍ୱକପ୍‌ ଟିକେଟ୍‌ ନଦେବା ଦୁଃଖଦାୟକ ବୋଲି କହିଛନ୍ତି।

ସେ କହିଛନ୍ତି, “ରିଷଭ ପନ୍ତ ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିବା ନେଇ ବର୍ତ୍ତମାନ ବିତର୍କ ହେଉଛି। ହେଲେ ଏହି ବିତର୍କ ମୂଲ୍ୟହୀନ। ଅମ୍ବାତି ରାୟୁଡୁଙ୍କୁ କାହିଁକି ବାଦ୍‌ ଦିଆଗଲା, ସେଇଟା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ଜଣେ ଖେଳାଳିଙ୍କ ଦିନିକିଆରେ ବ୍ୟାଟିଂ ହାର ୪୮ ରହିଥିବା ବେଳେ ତାଙ୍କୁ ବିଶ୍ୱକପ୍‌ରୁ ବାଦ୍‌ ଦେବା ନିଶ୍ଚିତ ଏକ ହୃଦୟବିଦାରକ ଘଟଣା। ଏହା ମୋ ପାଇଁ ସବୁଠାରୁ ଦୁଃଖର ବିଷୟ।

ମୋ ସହ ମଧ୍ୟ ପୂର୍ବରୁ ୨୦୦୭ରେ ଏମିତି ହୋଇଥିଲା। ୨୦୦୭ ବିଶ୍ୱକପ୍‌ ପାଇଁ ମୋତେ ଚୟନ କରା ନଯିବାରୁ ମୁଁ ବହୁତ କଷ୍ଟ ଅନୁଭବ କରିଥିଲି। ମୁଁ ଜାଣିଛି ଅମ୍ବାତି ରାୟୁଡୁଙ୍କ ମନରେ ଏବେ କ’ଣ ଚାଲିଥିବ। ଜଣେ ଖେଳାଳି ପିଲାବେଳୁ ଗୋଟିଏ ସ୍ୱପ୍ନ ଦେଖୁଥାଏ ଯେ ସେ କେମିତି ବିଶ୍ୱକପ୍‌ ଖେଳିବ। ତେଣୁ ମୁଁ ଅମ୍ବାତିଙ୍କ ପାଇଁ ଦୁଃଖିତ।”

ପନ୍ତଙ୍କ ସମ୍ପର୍କରେ ଗମ୍ଭୀର କହିଛନ୍ତି, “ଏହା ପନ୍ତଙ୍କ ପାଇଁ ଆଦୌ ଶକ୍ତ ଝଟ୍‌କା ନୁହେଁ। ସେ ହ୍ୱାଇଟ୍‌ ବଲ୍‌ କ୍ରିକେଟ୍‌ରେ ଆଦୌ ସ୍ଥିର ପ୍ରଦର୍ଶନ କରିପାରି ନାହାନ୍ତି। ତାଙ୍କୁ ଯେତେବେଳେ ବି ସୁଯୋଗ ମିଳିଛି, ସେ ତା’ର ଫାଇଦା ଠିକ୍‌ ଭାବେ ଉଠାଇ ପାରିନାହାନ୍ତି। ତେଣୁ ଏହା ତାଙ୍କୁ ଝଟ୍‌କା ବୋଲି କହିହେବ ନାହିଁ।”



from Odisha Reporter http://bit.ly/2UEIOWa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages