କାହିଁକି କଂଗ୍ରେସ ଛାଡ଼ି ଶିବସେନାର ଶରଣ ପଶିଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

କାହିଁକି କଂଗ୍ରେସ ଛାଡ଼ି ଶିବସେନାର ଶରଣ ପଶିଲେ ପ୍ରିୟଙ୍କା

ମୁମ୍ବାଇ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ଲୋକପ୍ରିୟ ଟିଭି ଚେହେରା ପ୍ରିୟଙ୍କା ଚର୍ତୁବେଦୀ ହଠାତ୍‌ ଦଳକୁ ବାଏବାଏ କହିଛନ୍ତି। କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ପ୍ରିୟଙ୍କା ତୁରନ୍ତ ବିଜେପିର ମହାରାଷ୍ଟ୍ର ସହଯୋଗୀ ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଏହି ଦଳରେ ଯୋଗଦେଇଛନ୍ତି।

ଶିବସେନାରେ ସାମିଲ ହେବା ପରେ ପ୍ରିୟଙ୍କା କଂଗ୍ରେସ ଛାଡ଼ିବାର କାରଣ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, “ମୁଁ ଶିବସେନା ଓ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଜଣାଉଛି। କାରଣ ସେମାନେ ମୋତେ ପରିବାରର ସଦସ୍ୟ ଭାବେ ନିଜ ସହ ସାମିଲ କରିଛନ୍ତି।

ମୁମ୍ବାଇ-ମହାରାଷ୍ଟ୍ର ହେଉଛି ମୋର କର୍ମଭୂମି। ମୁଁ ଯେତେବେଳେ ମୁମ୍ବାଇ ଫେରିବାକୁ ଚାହିଁଲି ସେତେବେଳେ ଶିବସେନା ବ୍ୟତୀତ ମୋତେ ଆଉ କୌଣସି ସଂଗଠନ ଦେଖାଗଲା ନାହିଁ। କାହିଁକି ଗୋଟିଏ ପାର୍ଟି ସହ ୧୦ ବର୍ଷ ରହିବା ପରେ ମୁଁ ଏହାକୁ ଛାଡ଼ିଲି? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବ। ମୁଁ ସର୍ବଦା ସୋଶାଲ୍‌ ମିଡିଆରେ ବିନ୍ଦାସ ଢଙ୍ଗରେ ବୟାନ ଦେଇଛି।

ଏଥିପାଇଁ ମୋତେ ଓ ପରିବାରକୁ ସର୍ବଦା ଅନ୍ୟମାନେ ଟାର୍ଗେଟ କରିଛନ୍ତି। କିନ୍ତୁ ମୋର ଏଥିରେ ଦୁଃଖ ନଥିଲା। କିନ୍ତୁ ମୋ ଦଳର ଲୋକମାନେ ମୋତେ ଟାର୍ଗେଟ କରିବା ମୋତେ କଷ୍ଟ ଦେଇଥିଲା। ଏହାପରେ ଦଳର ହାଇକମାଣ୍ଡ ମୋ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ସମର୍ଥନ କରିବା ଏବଂ ଏହାକୁ ହାଲୁକା ଭାବେ ନେବା ମୋତେ କଷ୍ଟ ଦେଇଥିଲା।

ଯେଉଁ ପାର୍ଟି ପାଇଁ ମୁଁ ୧୦ ବର୍ଷ କାମ କରିଥିଲି, ତା’ର ପରିଣାମ କ’ଣ ଏମିତି ମିଳିଥାଏ? ମୁଁ ଜାଣିଛି ପୂର୍ବରୁ ମୁଁ ଦେଇଥିବା ମନ୍ତବ୍ୟ ଏବେ ବି ମୋ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ରହିଛି। ଏଥିପାଇଁ ମୁଁ ଟ୍ରୋଲ ମଧ୍ୟ ହେବି। ତଥାପି ସବୁ ଭାବିଚିନ୍ତି ମୁଁ ଶିବସେନାରେ ସାମିଲ ହୋଇଛି। ମୁଁ ଏବେ ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ନେତୃତ୍ୱ ଅଧିନରେ କାର୍ଯ୍ୟ କରି ଦଳକୁ ସଶକ୍ତ କରିବି।”

ଗତ ୧୭ ତାରିଖରେ ପ୍ରିୟଙ୍କା ଟ୍ୱିଟ୍‌ କରି କଂଗ୍ରେସ ଦଳ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଦଳରେ ଗୁଣ୍ଡାମାନଙ୍କୁ ପ୍ରାଥମିକତା ଦିଆଯାଉଥିବା ସେ ଦର୍ଶାଇଥିଲେ।

ରାଫେଲ ଦୁର୍ନୀତି ପ୍ରସଙ୍ଗରେ ପ୍ରିୟଙ୍କା ଉତ୍ତର ପ୍ରଦେଶର ମଥୁରାରେ ପ୍ରେସ କନଫରେନସ କରିବା ପାଇଁ ଯାଇଥିଲେ। ହେଲେ ସେଠାରେ ସେ ନିଜ ଦଳର (କଂଗ୍ରେସ) କର୍ମୀଙ୍କ ଦ୍ୱାରା କମେଣ୍ଟ ମରାର ଶିକାର ହୋଇଥିଲେ। ଏହାପରେ ସେ ଅଭିଯୋଗ କରିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପରେ ପଶ୍ଚିମ ଉତ୍ତର ପ୍ରଦେଶର ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା କଂଗ୍ରେସ କର୍ମୀଙ୍କ ଉପରୁ ପ୍ରତିବନ୍ଧକ ହଟାଯାଇଥିଲା। ଏହାକୁ ନେଇ ପ୍ରିୟଙ୍କା ଅସନ୍ତୋଷ ପ୍ରକାଶ କରିଥିଲେ।



from Odisha Reporter http://bit.ly/2V7LQl9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages