
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ହାରିବା ଭୟରେ ରକ୍ତମୁଖା ହୋଇଛି ଶାସକ ଦଳ। ଏହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ। ଏଥର ବୁଲେଟର ଜବାବ ଲୋକେ ପଦ୍ମ ବଟମ ଚିପିକି ଦେବେ।” ରାଜ୍ୟରେ ଦିନକୁ ଦିନ ବଢୁଥିବା ରାଜନୈତିକ ହିଂସା ଉପରେ ମତ ରଖି ବିଜେଡି ସରକାର ଉପରେ ବର୍ଷିବା ବେଳେ ଏପରି କହିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।
ଗତ ପଞ୍ଚାୟତ ନିର୍ବାଚନ ବେଳେ ୧୭ରୁ ଅଧିକ ଭାରତୀୟ ଜନତା ପାର୍ଟି କର୍ମୀମାନଙ୍କୁ ହତ୍ୟା କରାଯାଇଥିଲା। ଏବେ ବିଜେଡି ସେହି ଧାରା ବଜାୟ ରଖିବାକୁ ଚାହୁଁଛି। ମନ୍ତ୍ରୀ ବିକ୍ରମ ଆରୁଖ ବିଜୁ ଜନତା ଦଳର ପୋଷ୍ଟର ଛଡ଼ା ଅନ୍ୟ କୌଣସି ଦଳର ପୋଷ୍ଟର ଲାଗି ପାରିବ ନାହିଁ ବୋଲି ଗାଁ ଗାଁ ବୁଲି କହିଛନ୍ତି। ଯେଉଁମାନେ ଭାରତୀୟ ଜନତା ଦଳର ପୋଷ୍ଟର ଲଗାଉଛନ୍ତି, ସେମାନଙ୍କୁ ଆକ୍ରୋଶ ମୂଳକ ଆକ୍ରମଣ କରାଯାଉଛି। ତାଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ କରାଯାଉଛି। ଯାହାକି ଅତ୍ୟନ୍ତ ଚିନ୍ତାଦାୟକ।
ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଁ ବାଉଁଶଲୁଣ୍ଡିରେ ବିଜେପି କର୍ମୀ ସଦାନନ୍ଦ ବେହେରାଙ୍କୁ ହତ୍ୟା କରାଯାଇଛି। ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା କରାଇ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଉଛି। ପୁଲିସ ଓ ସିଇଓ ବିଜେଡିର ଦଲାଲ ସାଜି ସହାୟତା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିତିବା ଏବଂ ହାରିବାରେ ବିଜୁ ଜନତା ଦଳ ବିଶ୍ୱାସ କରୁନାହିଁ। କ୍ଷମତା ଲୋଭରେ ହିଂସାତ୍ମକ ବାଟ ଆପଣାଇଛି ଶାସକ ଦଳ।
ଆଜି ସକାଳେ ବକେୟା ଦରମା ଦାବିରେ ଜୟଦେବ ବିହାର ଛକରେ ବିଏମ୍ସିର ଠିକା ସଫେଇ କର୍ମଚାରୀ ଆନ୍ଦୋଳନ କରିଥିଲେ। ଏହି ଖବର ଲୋକଙ୍କ ପାଖରେ ପହଞ୍ଚି ଯିବା ଭୟରେ ନବୀନ ବାବୁ ପୁଲିସ୍ ଲଗାଇ ବନ୍ଧୁକ ମୁନରେ କର୍ମଚାରୀଙ୍କୁ ଆନ୍ଦୋଳନରୁ ଉଠାଇଥିଲେ ବୋଲି ମଧ୍ୟ କହିଛନ୍ତି ଲେଖାଶ୍ରୀ ।
from Odisha Reporter http://bit.ly/2KOCvL1
No comments:
Post a Comment