ମାଟିର ପୁଅ କାଟିଦେବ ଭୋଟ, ଚିନ୍ତାରେ ଅଚ୍ୟୁତ-ଖାରବେଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ମାଟିର ପୁଅ କାଟିଦେବ ଭୋଟ, ଚିନ୍ତାରେ ଅଚ୍ୟୁତ-ଖାରବେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ପାଳି ପଡ଼ିବ କନ୍ଧମାଳ ଲୋକସଭା ଆସନର। ଏହି ଆସନରେ ଅଛନ୍ତି ଦୁଇ ହେବିୱେଟ ଅଚ୍ୟୁତ ସାମନ୍ତ ଏବଂ ଖାରବେଳ ସ୍ୱାଇଁ । ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଏପ୍ରିଲ ୧୮ରେ। ରାଜ୍ୟ ସଭା ସାଂସଦ ଅଚ୍ୟୁତ ଛିଡ଼ା ହୋଇଛନ୍ତି ବିଜେଡିରୁ । ଖାରବେଳ ସ୍ୱାଇଁ ବିଜେପିରୁ। କଂଗ୍ରେସ ପ୍ରାର୍ଥୀ କରିଛି ମନୋଜ ଆଚାର୍ଯ୍ୟଙ୍କୁ। ସମସ୍ତଙ୍କ ନଜର କନ୍ଧମାଳ ଲୋକସଭା ଆସନରେ। ଭୋଟର ବି ଦ୍ୱନ୍ଦ୍ୱରେ ! କାହାକୁ ଭୋଟ ଦେବେ ! ଜଣେ ମାଟିର ପୁଅ। ଅନ୍ୟଜଣେ  ଏଇ ମାଟିର ପିଲାଙ୍କ ଭବିଷ୍ୟତ ଗଢୁଛି ବୋଲି କହୁଛି। ଆଉ ଜଣେ ଏ ମାଟି ପାଇଁ ସମ୍ପୂର୍ଣ୍ଣ ଅପରିଚିତ ହେଲେ ବି ଦଳୀୟ ପ୍ରଭାବ ଓ ଲୋକପ୍ରିୟତା ତାଙ୍କର ରହିଛି। ଜଣେ କଂଗ୍ରେସର ମନୋଜ ଆଚାର୍ଯ୍ୟ, ୨ୟ ଜଣକ ଅଚ୍ୟୁତ ସାମନ୍ତ ଏବଂ ତୃତୀୟ ଜଣକ ଖାରବେଳ ସ୍ୱାଇଁ।

୪ଟି ଜିଲ୍ଲା କନ୍ଧମାଳ, ଗଞ୍ଜାମ,ବୌଦ୍ଧ ଓ ନୟାଗଡକୁ ବ୍ୟାପିଛି କନ୍ଧମାଳ ଲୋକସଭା ଆସନ। ଏହା ଅଧୀନରେ ରହିଛି ବାଲିଗୁଡା, ଜି.ଉଦୟଗିରି, ବୌଦ୍ଧ, କଣ୍ଟାମାଳ, ଭଞ୍ଜନଗର, ଦଶପଲ୍ଲା ଓ ଫୁଲବାଣୀ ବିଧାନସଭା ଆସନ। ବିଜେଡିର ଗଡ କୁହାଯାଉଥିବା ଏହି ଆସନରେ ଏଥର ସ୍ଥିତି କିନ୍ତୁ ଭିନ୍ନ। ୧୯୯୬ ନିର୍ବାଚନରୁ ଏଠାରୁ ଜିତି ଆସୁଛି ବିଜେଡି। ୨୦୧୪ରେ ବିଜେଡିର ହେମେନ୍ଦ୍ର ଚନ୍ଦ୍ର ସିଂ ୪,୨୧,୪୫୮ ଭୋଟ ପାଇ ଜିତିଥିବାବେଳେ ବିଜେପି ୧,୦୮,୭୪୪ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲା। କଂଗ୍ରେସର ହରିହର କରଣ୨,୪୦,୪୧୧ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ।

୨୦୧୪ରେ ହେମେନ୍ଦ୍ରଙ୍କ ଦେହାନ୍ତ ପରେ ଏହି ଆସନରେ ହୋଇଥିଲା ଉପନିର୍ବାଚନ। ହେମେନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡି ଟିକଟରେ ଠିଆ ହୋଇ ବହୁ ଅଧିକ ଭାଟରେ ବିଜୟୀ ହୋଇଥିଲେ।

ହେଲେ ଏବେ କନ୍ଧମାଳ ଲୋକସଭାର ସ୍ଥିତି ବଦଳି ଯାଇଛି। ବିଜେଡି ପ୍ରାର୍ଥୀଙ୍କୁ ନେଇ ଦଳ ଭିତରେ ଯେଉଁ ଅସନ୍ତେଷ ଲାଗି ରହିଛି ତାହା ଅଚ୍ୟୁତଙ୍କ ଜିତିବା ରାସ୍ତାରେ କଣ୍ଟା ହେବ ନିଶ୍ଚୟ। ପ୍ରଥମତଃ ଦଳରେ ଅନେକ ଆଶାୟୀ ଥିଲେ ମଧ୍ୟ ଦଳ ବାହାର ପ୍ରାର୍ଥୀ ଦେଲା। ଏହାକୁ ନେଇ କର୍ମୀ କ୍ଷୁବ୍ଧ। ଦ୍ୱିତୀୟରେ ଅଚ୍ୟୁତ ଅତର୍କିତ ରାଜୀନତିକୁ ଆସିଛନ୍ତି। ଏହି ଅଞ୍ଚଳ ପାଇଁ ନୂଆ ମୁହଁ। ତାହା ସତ୍ତ୍ୱେ ସେ କର୍ମୀଙ୍କୁ ଅଣଦେଖା କରୁଛନ୍ତି। ସେ କର୍ମୀଙ୍କ ସହ ପ୍ରଚାର ନ କରି ତାଙ୍କ ଅନୁଷ୍ଠାନରେ ପଢୁଥିବା ପିଲା ଏବଂ ସେମାନଙ୍କ ଅଭିଭାବକଙ୍କୁ ନେଇ ପ୍ରଚାର କରୁଛିନ୍ତି। ଯାହା କି କର୍ମୀଙ୍କୁ ହତାଶ କରିଛି। ଏପରିକି ତୃଣମୂଳ କର୍ମୀଙ୍କୁ ଗୁରୁତ୍ୱ ନ ଦେବାରୁ ସେମାନେ ବିଜେଡିରୁ ନିଜକୁ ଦୂରେଇ ନେବାକୁ ଆରମ୍ଭ କରି ଦେଲେଣି। ତା ଛଡା ଅନେକ ସ୍ଥାନରେ ଅଚ୍ୟୁତଙ୍କ ପ୍ରଚାର ମଧ୍ୟ ଦୁର୍ବଳ। ଅନେକ ଭୋଟର ଅଚ୍ୟୁତଙ୍କୁ ଚିହ୍ନି ବି ପାରୁନାହାନ୍ତି। ଏସବୁ କାରଣରୁ ଏଥର ବିଜେଡି ଟିକଟ ଭାଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଖାରବେଳ ସ୍ୱାଇଁ ବିଜେପିର ଜଣେ ପୁରୁଖା ନେତା ହେଲେ ମଧ୍ୟ ଏହି ଅଞ୍ଚଳ ପାଇଁ ନୂଆ। ସେ ବାଲେଶ୍ୱରରୁ ତିନି ଥର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରେ ଦଳରୁ ବାହାରି ନୂଆ ଦଳ ଉତ୍କଳ ଭାରତ ଗଢିଥିଲେ। ଚଳିତ ନିର୍ବାଚନ ପୂର୍ବରୁ ନିଜ ଦଳ ସହ ପୁଣି ବିଜେପିରେ ମିଶି କନ୍ଧମାଳରୁ ପ୍ରାର୍ଥୀ ହୋଇଛନ୍ତି। ଅଚ୍ୟୁତଙ୍କୁ ଟକ୍କର ଦେବା ପାଇଁ ଦଳ ତାଙ୍କୁ ଏଠାରୁ ପ୍ରାର୍ଥୀ କରାଇଛି। ଖାରବେଳ ଦଳୀୟ କର୍ମୀଙ୍କ ସମର୍ଥନରେ ପ୍ରଚାର ଯୋରଦାର ଚଲାଇଛନ୍ତି। ତା ଛଡା ଉପନିର୍ବାଚନରେ ବିପୁଳ ଭୋଟରେ ଜିତିଥିବା ବିଜେଡି ଏମପି ପ୍ରତ୍ୟୁଷା ରାଜେଶ୍ୱରୀ ବିଜେଡି ଛାଡି ଏବେ ବିଜେପିରେ। ତେଣୁ ବିଜେଡିର କିଛି ଭୋଟ ମଧ୍ୟ ଖାରବେଳଙ୍କ ପକେଟକୁ ଆସିବ। ତା ଛଡା ଦଳୀୟ କର୍ମୀଙ୍କ ସମର୍ଥନ ଏବଂ ମୋଦି ଲହର ମଧ୍ୟ ତାଙ୍କୁ ଜିତିବାରେ କିଛିଟା ସାହାଯ୍ୟ କରିବ।

ଅଚ୍ୟୁତ, ଖାରବେଳଙ୍କୁ ଏହି ଆସନରୁ ଦେଖିବା ପରେ ସମସ୍ତେ ଭାବୁଥିଲେ ଯେ, ଦୁଇ ଜଣଙ୍କ ଭିତରେ ହେବ ଜୋରଦାର୍‌ ଟକ୍କର। କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତିକୁ ଦେଖିଲେ ତାଙ୍କୁ ଅଣଦେଖା କରିହେବନି । କାରଣ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ନୂଆ ମୁହଁ ହେଲ ମଧ୍ୟ ଭୋଟରଙ୍କ ପାଇଁ ଅଚିହ୍ନା ନୁହଁନ୍ତି । ସେ ଏହି ମାଟିର ପୁଅ। ଘର କନ୍ଧମାଳର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ। ତେଣୁ ଭୋଟରଙ୍କ ଅନୁକମ୍ପାମୂଳକ ଭୋଟ ପାଇବାର ଆଶା ରଖିଛନ୍ତି। ମାଟିର ପୁଅ ଭାବେ ସେ ବିଜେଡି ଓ ବିଜେପିର କିଛି ଭୋଟ ଟାଣି ନେବେ ବୋଲି ଆକଳନ କରାଯାଉଛି।

ବିଜେପି, ବିଜେଡି ଓ କଂଗ୍ରେସକୁ ଛାଡ଼ି ଦେଲେ ଆଉ ଦୁଇଜଣ ପ୍ରାର୍ଥୀ ବିଏସପିର ଅମିର ନାୟକ ଏବଂ ସିପିଆଇଏମ୍‌ଏଲ୍‌ର  ଟୁନା ମଲ୍ଲିକ ଅଛନ୍ତି।  ତେବେ ମୁଖ୍ୟ ଲଢେଇ ବିଜେଡି-ବିଜେପି ମଧ୍ୟରେ ହେଉଥିଲେ ହେଁ କଂଗ୍ରେସ ବି ଟକ୍କର ଦେବ ଏମାନଙ୍କୁ ।



from Odisha Reporter http://bit.ly/2UBP9BF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages