ଅଲିମ୍ପିକ୍ କୋଟା ହାସଲ କଲେ ଦିବ୍ୟାଂଶ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ଅଲିମ୍ପିକ୍ କୋଟା ହାସଲ କଲେ ଦିବ୍ୟାଂଶ ସିଂହ

ବେଜିଂ: ୧୭ ବର୍ଷୀୟ ଭାରତୀୟ ଶୁଟର ଦିବ୍ୟାଂଶ ସିଂହ ଏଠାରେ ଚାଲିଥିବା ଆଇଏସଏସଏଫ୍ ୱାର୍ଲ୍ଡ କପରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଚତୁର୍ଥ ଅଲିମ୍ପିକ୍ କୋଟା ପକ୍କା କରିଛନ୍ତି। ନିଜର ଦ୍ୱିତୀୟ ସିନିୟର୍ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦିବ୍ୟାଂଶ ୧୦ ମିଟର ଏୟାର୍ ରାଇଫଲ୍ ଇଭେଣ୍ଟରେ ୨୪୯.୦ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ତେବେ ସେ ସ୍ୱର୍ଣ୍ଣ ପଦକ ଜିତିବାରୁ ମାତ୍ର ୦.୪ ପଏଣ୍ଟ ପଛରେ ରହିଯାଇଥିଲେ। ଏହି ଇଭେଣ୍ଟରେ ଚୀନର ଝିଚେଙ୍ଗ ହୁଇ ୨୪୯.୪ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରୁଷର ଗ୍ରିଗୋରୀ ଶାମାକୋଭ୍ ୨୨୭.୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ଭାରତର ଏହା ୨୦୨୦ ଅଲିମ୍ପିକ୍ ପାଇଁ ଚତୁର୍ଥ କୋଟା। ଏହା ପୂର୍ବରୁ ଅଞ୍ଜୁମ ମୁଦଗିଲ୍ ଓ ଅପୂବୀ ଚାନ୍ଦେଲା (ମହିଳା ୧୦ ମିଟର୍ ଏୟାର୍ ରାଇଫଲ୍) ଓ ସୌରଭ ଚୌଧୁରୀ (ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ୍) ଅଲିମ୍ପିକ୍ କୋଟା ହାସଲ କରିଛନ୍ତି।

ଦିବ୍ୟାଂଶ କ୍ୱାଲିଫିକେସନରେ ୬୨୯.୨ ସ୍କୋର ସହ ତୃତୀୟ ସ୍ଥାନରେ ରହି ଫାଇନାଲକୁ କ୍ୱାଲିଫାଏ କରିଥିଲେ। ଏହି ଇଭେଣ୍ଟରେ ଭାରତର ଅନ୍ୟ ଶୁଟର୍ ଯଥା ରବି କୁମାର ୬୨୪.୧ ପଏଣ୍ଟ ସହ ୪୪ତମ ଓ ଦୀପକ କୁମାର ୬୨୨.୬ ସ୍କୋର ସହ ୫୭ତମ ସ୍ଥାନରେ ରହିଥିଲେ।

ଅଲିମ୍ପିକ୍ କୋଟା ହାସଲ କରିବା ପରେ ଦିବ୍ୟାଂଶ କହିଥିଲେ, ଦେଶ ପାଇଁ ଅଲିମ୍ପିକ୍ କୋଟା ହାସଲ କରିପାରିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ଏହି ଇଭେଣ୍ଟ ମୋ ପାଇଁ ବେଶ୍ କଷ୍ଟସାଧ୍ୟ ଥିଲା, କିନ୍ତୁ ମୁଁ ମୋ ଲୟ ଟାର୍ଗେଟ୍ ଉପରୁ ହଟାଇ ନଥିଲି। ଯେଉଁକାରଣରୁ ପଦକ ଜିତିବାରେ ସଫଳ ହେଲି। ଏହି ସଫଳତା ମଧ୍ୟ ମୋତେ ଆଗାମୀ ଦିନରେ ଆଗକୁ ବଢିବାରେ ସହାୟକ ହେବ ବୋଲି ଦିବ୍ୟାଂଶ କହିଛନ୍ତି। ଗୁରୁବାର ଦିବ୍ୟାଂଶ ଅଞ୍ଜୁମ ମୁଗଦିଲଙ୍କ ସହ ମିଶି ୧୦ ମିଟର୍ ଏୟାର ରାଇଫଲ୍ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।



from Odisha Reporter http://bit.ly/2PxQIL5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages