କିଏ ଜିତିବ ବିଶ୍ୱକପ୍‌, ଭାରତ ନା ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

କିଏ ଜିତିବ ବିଶ୍ୱକପ୍‌, ଭାରତ ନା ଇଂଲଣ୍ଡ

ନୂଆଦିଲ୍ଲୀ: ଏବେ ଦେଶରେ ଆଇପିଏଲ୍‌ ଋତୁ ଚାଲିଥିବା ବେଳେ ମେ’ ୩୦ ତାରିଖରୁ ବିଶ୍ୱକପ୍‌ କ୍ରିକେଟ୍‌ ମହାକୁମ୍ଭ ଆରମ୍ଭ ହେବ। ଏଥିପାଇଁ ସବୁଦଳ ଜୋରଦାର କସରତ କରିବାରେ ଲାଗିଛନ୍ତି। ବିଶ୍ୱକପ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ ତା’ର ଦଳ ଘୋଷଣା କରି ସାରିଥିବା ବେଳେ ପାକିସ୍ତାନ ମଧ୍ୟ ସମ୍ଭାବ୍ୟ ୨୩ ଜଣିଆ ଦଳ ଘୋଷଣା କରିଛି। ତେବେ ଚଳିତ ବର୍ଷ ବିଶ୍ୱକପ୍‌ ଜିତିବ କିଏ, ତା’କୁ ନେଇ ବିଭିନ୍ନ କ୍ରିକେଟ୍‌ ପଣ୍ଡିତମାନେ ମତଦେବା ଆରମ୍ଭ କରିଛନ୍ତି।

ପାକିସ୍ତାନର ପୂର୍ବତନ କ୍ରିକେଟର ମହମ୍ମଦ ହାଫିଜ୍‌ ଚଳିତ ଥର ଭାରତ କିମ୍ବା ପାକିସ୍ତାନ ବିଶ୍ୱକପ୍‌ ଜିତିବା ପାଇଁ ପ୍ରବଳ ଦାବିଦାର ବୋଲି କହିଥିବା ବେଳେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସାଇମନ କାଟିଚ୍‌ ମଧ୍ୟ ନିଜର ଆକଳନ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ଚଳିତ ବିଶ୍ୱକପ୍‌ ଇଂଲଣ୍ଡରେ ଆୟୋଜିତ ହେଉଛି, ତେଣୁ ଘରୋଇ ଦଳ ଇଂଲଣ୍ଡ ଏହାକୁ ଜିତିବାର ପ୍ରବଳ ଦାବିଦାର ରହିଛି। କାରଣ ଇଂଲଣ୍ଡ ପାଖରେ ଏକ ସନ୍ତୁଳିତ ଦଳ ରହିଛି। ତେବେ ଭାରତ ମଧ୍ୟ ଇଂଲଣ୍ଡକୁ କଡ଼ା ଟକ୍କର ଦେବାର କ୍ଷମତା ରଖିଛି ବୋଲି ସେ କହିଛନ୍ତି।

ବର୍ତ୍ତମାନ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସର ଆସିଷ୍ଟାଣ୍ଟ କୋଚ ଥିବା କାଟିଚ୍‌ କହିଛନ୍ତି, “ଇଂଲଣ୍ଡରେ ଆସନ୍ତା ବିଶ୍ୱକପ୍‌ କ୍ରିକେଟ୍‌ ବେଶ ରୋଚକ ରହିବ। ଇଂଲଣ୍ଡରେ ବିଶ୍ୱକପ୍‌ ଆୟୋଜିତ ହେଉଥିବାରୁ ଏଥିରେ କ୍ରିକେଟର ଏକ ନୂଆ ଦିଗ ଦେଖିବାକୁ ମିଳିବ। ମୁଁ ଭାବୁଛି, ଏଥର ମ୍ୟାଚ୍‌ରେ ପାଣିପାଗର ବେଶ ପ୍ରଭାବ ରହିବ। ଜୁନ୍‌-ଜୁଲାଇର ଖରାଟିଆ ପାଗରେ ମ୍ୟାଚ୍‌ ହେବ। ତେଣୁ ଭାରତୀୟ ସ୍ପିନରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଇଂଲଣ୍ଡ ପରେ ଯଦି କିଏ ବିଶ୍ୱକପ୍‌ ଜିତିବାର କ୍ଷମତା ରଖିଛି, ତା’ହେଲେ ସେ ହେଉଛି ଟିମ୍‌ ଇଣ୍ଡିଆ। କାରଣ ଟିମ୍‌ ଇଣ୍ଡିଆ ପାଖରେ ଏକାଧିକ ମ୍ୟାଚ୍‌ ୱିନର ରହିଛନ୍ତି। ତେବେ ଇଂଲଣ୍ଡ ପାଖରେ ଜୋଶ ବଟଲର ଏବଂ ବେନ୍‌ ଷ୍ଟୋକ୍ସଙ୍କ ଭଳି ଖେଳାଳି ଥିବାରୁ ସେମାନେ କିଛି ବି ଓଲଟପାଲଟ କରିବାର କ୍ଷମତା ରଖିଛନ୍ତି। ସେହିପରି ଅଷ୍ଟ୍ରେଲିଆ ମଧ୍ୟ ଭଲ ପ୍ରଦର୍ଶନ କରିଛି। ଭାରତ ଓ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ ଜିତିଛି। ତେଣୁ ଏହି ଦଳଗୁଡ଼ିକ ମଧ୍ୟରୁ ଗୋଟିଏ ବିଶ୍ୱକପ୍‌ ଜିତିବ ବୋଲି ମୁଁ ଆଶା କରୁଛି।”

ମେ’୩୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ।



from Odisha Reporter http://bit.ly/2G7kEuB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages