ବିଜେଡି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀଙ୍କ ବାପାଙ୍କ ନାଁ ତିନିଟି ଜାଗାରେ ଅଲଗା ଅଲଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ବିଜେଡି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀଙ୍କ ବାପାଙ୍କ ନାଁ ତିନିଟି ଜାଗାରେ ଅଲଗା ଅଲଗା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ବାପାଙ୍କ ନାଁ ତିନିଟି ଜାଗାରେ ଅଲଗା ଅଲଗା ରହିଛି। ଯାହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି। ନିଜ ନାମାଙ୍କନ ପତ୍ରରେ ଚନ୍ଦ୍ରାଣୀ ବାପାଙ୍କ ନାଁ ରହିଛି ସଞ୍ଜୀବ ମୁର୍ମୁ। ତେବେ ଭୋଟର କାର୍ଡରେ ତାଙ୍କ ବାପାଙ୍କ ନାଁ ସଞ୍ଜୀବ ସିହ୍ନା ରହିଛି। ସେହିପରି ଆଇଟିଇଆର୍‌ କଲେଜରେ ବି.ଟେକ ପଢିବା ବେଳେ ତାଙ୍କ ବାପାଙ୍କ ନାଁ କାର୍ତ୍ତିକ ଚନ୍ଦ୍ର ସୋରେନ୍ ରହିଛି।

ତିନିଟି ଜାଗାରେ ବାପାଙ୍କ ନାଁ ତିନି ପ୍ରକାର ଥିବାରୁ ରିଟର୍ଣ୍ଣିଂ ଅଫିସର କିପରି ତାଙ୍କ ନାମାଙ୍କନ ପତ୍ରକୁ କାଏମ ରଖିଲେ, ତାକୁ ନେଇ ସନ୍ଦେହ ହେଉଥିବା ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି।

ଏହାର ଜବାବରେ ଚନ୍ଦ୍ରାଣୀ କହିଛନ୍ତି,“ମୋ ବାପାଙ୍କ ନାଁ ସଂଜୀବ ମୁର୍ମୁ। ତେବେ ମୋ ବାପା ତାଙ୍କ ଡକ୍ୟୁମେଣ୍ଟରେ ସିହ୍ନା ଟାଇଟଲ୍ ବ୍ୟବହାର କରୁଥିଲେ। ସେହିପରି ପାଠ ପଢ଼ିବା ବେଳେ କାର୍ତ୍ତିକ ଚନ୍ଦ୍ର ସୋରେନ୍ ମୋର ଲୋକାଲ୍ ଗାର୍ଡିଅନ୍ ଥିଲେ।”



from Odisha Reporter http://bit.ly/2uR6iaZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages