ତୃତୀୟ ପର୍ଯ୍ୟାୟରେ ୬୧% ମତଦାନ: ଇଭିଏମ୍ ଭଙ୍ଗା, ୨ ବୁଥରେ ମତଦାନ ସ୍ଥଗିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ତୃତୀୟ ପର୍ଯ୍ୟାୟରେ ୬୧% ମତଦାନ: ଇଭିଏମ୍ ଭଙ୍ଗା, ୨ ବୁଥରେ ମତଦାନ ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଁ ଭାଁ ଗଣ୍ଡଗୋଳ ମଧ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜ୍ୟର ୬ଟି ଲୋକସଭା ଓ ୪୨ ବିଧାନସଭା ଆସନରେ ଆଜି ହୋଇଥିବା ଭୋଟଗ୍ରହଣରେ ମତଦାନ ହାର ସନ୍ଧ୍ୟା ୬ଟା ସୁଦ୍ଧା ପ୍ରାୟ ୬୧% ରହିଛି। ଏହି ମତଦାନ ହାର ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଢେଙ୍କାନାଳ ଲୋକସଭା ଆସନରେ ମତଦାନ ହାର ସର୍ବାଧିକ ୬୨.୮୦% ହୋଇଥିବାବେଳେ କେନ୍ଦୁଝରରେ ୬୧.୪୭%, କଟକରେ ୫୩.୧୮%, ପୁରୀରେ ୫୮.୧୧ %, ସମ୍ବଲପୁରରେ ୫୨.୯୪% ଓ ଭୁବନେଶ୍ୱରରେ ୫୦.୪୬% ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ହାର ୪୧ % ମଧ୍ୟରେ ସୀମିତ ଥିବାବେଳେ ୨୦୧୪ ସାଧାରଣ ନିର୍ବାଚନରେ ଏହି ହାର ୪୩.୧୩ ପ୍ରତିଶତ ରେକର୍ଡ କରାଯାଇଥିଲା। ତେବେ ଆସନ୍ତାକାଲି ଚୂଡ଼ାନ୍ତ ମତଦାନ ହାରରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ ଆଜି ପୁରୀ ଲୋକସଭା ଆସନରେ କେତେକ ସ୍ଥାନରେ ଇଭିଏମ୍ ଭାଙ୍ଗି ଦିଆଯାଇଥିବାର ଅଭିଯୋଗ ମିଳିଥିବାବେଳେ ଭୁବନେଶ୍ୱରର ଆଇଗଣିଆ ଅଞ୍ଚଳରେ ଇଭିଏମରେ ତ୍ରୁଟି ଯୋଗୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭିଭିପ୍ୟାଟରେ ତ୍ରୁଟି ଯୋଗୁ ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ୧୯୬ ନମ୍ବର ବୁଥ୍ ଏବଂ ଦେବଗଡ଼ର ୧୮୩ ନମ୍ବର ବୁଥରେ ମତଦାନ ସ୍ଥଗିତ ରଖାଯାଇଛି। ଘସିପୁରାର କେତେକ ବୁଥରେ ରିଗିଂ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସିଇଓ ଶ୍ରୀ କୁମାର କହିଛନ୍ତି ଯେ ଏ ସମ୍ପର୍କରେ ଜାତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ଆବଶ୍ୟକ ନିଷ୍ପତ୍ତି ନେବେ। ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ମତଦାନ ହାର ୬୧ ପ୍ରତିଶତ ରହିଛି। ରାଜ୍ୟର ସମସ୍ତ ୩ଟି ପର୍ଯ୍ୟାୟରେ ମତଦାନ ହାରକୁ ମିଶାଇଲେ ଏହା ପ୍ରାୟ ୬୮-୬୯ ପ୍ରତିଶତ ହେବ। ତେବେ ଆସନ୍ତାକାଲି ସୁଦ୍ଧା ତୃତୀୟ ପର୍ଯ୍ୟାୟର ଚୂଡ଼ାନ୍ତ ମତଦାନ ହାର ସ୍ପଷ୍ଟ ହେବ।



from Odisha Reporter http://bit.ly/2GnV1Eo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages