ଆଇପିଏଲ୍‌: କ୍ରମାଗତ ୬ଷ୍ଠ ମ୍ୟାଚ୍‌ ହାରିଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଆଇପିଏଲ୍‌: କ୍ରମାଗତ ୬ଷ୍ଠ ମ୍ୟାଚ୍‌ ହାରିଲେ ବିରାଟ୍‌

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ପରାଜୟ ଧାରା ଜାରି ରହିଛି। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଆରସିବିକୁ ୪ ୱିକେଟ୍‌ରେ ପରାସ୍ତ କରିଛି। ଏହି ପରାଜୟ ସହ ଆରସିବି ଉପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିବାର ଆଶଙ୍କା ବଢ଼ି ଯାଇଛି।

ପ୍ରଥମେ ବ୍ୟାଟିଂ କରି ଆରସିବି ୮ ୱିକେଟ ହରାଇ ମାତ୍ର ୧୪୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଦିଲ୍ଲୀ ୧୮ଓଭର ଓ ୫ଟି ବଲ୍‌ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଦିଲ୍ଲୀ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ୬୭ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଦଳକୁ ଜିତିବା ପାଇଁ ଗୋଟିଏ ରନ୍‌ ଦରକାର ଥିବା ବେଳେ ଅକ୍ସଲ ପଟେଲ୍‌ ଚୌକା ମାରି ଦିଲ୍ଲୀ ବିଜୟର ମୁଣ୍ଡି ମାରିଥିଲେ।

ବେଙ୍ଗାଲୁରୁ ଦେଇଥିବା ଚ୍ୟାଲେଞ୍ଜିଂ ୧୫୦ ରନ୍‌ର ଟାର୍ଗେଟର ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଅଭିଜ୍ଞ ଶିଖର ଧୱନ୍‌ଙ୍କୁ ହରାଇଥିଲା। ଧୱନ୍‌ ପ୍ରଥମ ବଲ୍‌ରେ ଖାତା ଖୋଲି ନ ପାରି ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ଅନ୍ୟତମ ଓପନର ପୃଥ୍ୱୀ ଶ’ ଓ ଅଧିନାୟକ ଶ୍ରେୟସ ଆୟର ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ଲାଇନ୍‌ଅପ୍‌କୁ ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ୍‌ ପାଇଁ ମାତ୍ର ୮.୨ ଓଭର୍‌ରେ ୬୮ ରନ୍‌ର ଭାଗିଦାରୀ କରିଥିଲେ। ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରୁଥିବା ଶ’ କିନ୍ତୁ ଭୁଲ ଶଟ୍‌ ଖେଳି ପବନ ନେଗିଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ସେ ଆଉଟ୍‌ ହେବା ପୂର୍ବରୁ ୨୮ ରନ୍‌ କରିଥିଲେ।

ଶ’ଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କଲିନ୍‌ ଇମଗ୍ରାନ ଅଧିନାୟକ ଶ୍ରେୟସ ଆୟରଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ଇତି ମଧ୍ୟରେ ଶ୍ରେୟସ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୦୮ ଥିବା ବେଳେ ୨୨ ରନ୍‌ କରି ଇମଗ୍ରାନ୍‌ ପ୍ୟାଭିଲିୟନ୍‌ ଫେରିଥିଲେ। ତାଙ୍କୁ ମୋଇନ୍‌ ଅଲୀ ଆଉଟ୍‌ କରିଥିଲେ। ଇମଗ୍ରାନ୍‌ଙ୍କ ଆଉଟ୍‌ ହେବା ପରେ ଯୁବ ତାରକା ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ। ପନ୍ତ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ।

ସେ ବେଙ୍ଗାଲୁରୁ ବୋଲରଙ୍କୁ କଡ଼ା ପ୍ରହାର କରିବା ସହ ଦଳକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ। ଦଳକୁ ଜିତିବାକୁ ମାତ୍ର ୫ ରନ୍‌ ଦରକାର ଥିବା ବେଳେ ଅସଲ ଡ୍ରାମା ଆରମ୍ଭ ହୋଇଥିଲା।

ଆରମ୍ଭରୁ ଭଲ ବ୍ୟାଟିଂ କରୁଥିବା ଶ୍ରେୟସ ଆୟର ପ୍ରଥମେ (୬୭) ରନ୍‌ କରି ନବଦୀପ ସାଇନିଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହାପରେ କ୍ରିସ୍‌ ମୋରିସ୍‌ ମଧ୍ୟ ଖାତା ଖୋଲିବା ପୂର୍ବରୁ ସାଇନିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅନ୍ୟପକ୍ଷରେ ବ୍ୟାଟିଂ କରୁଥିବା ପନ୍ତ(୧୮)ଦଳକୁ ଜିତିବା ପାଇଁ ୩ ରନ୍‌ ଦରକାର ଥିବା ବେଳେ ବଡ଼ ଶଟ୍‌ ଖେଳିବା ଲୋଭରେ ମହମ୍ମଦ ସିରାଜ୍‌ଙ୍କ ବଲ୍‌ରେ ପ୍ୟାଭିଲିୟନ୍‌ ଫେରିଥିଲେ।

ଏହାପରେ ଅକ୍ସର ପଟେଲ(୪) ଓ ରାହୁଲ ତେୱାତିଆ(୧) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ।

ବେଙ୍ଗାଲୁରୁ ପକ୍ଷରୁ ନବଦୀପ ସାଇନି ୨ଟି ୱିକେଟ୍‌ ନେଇଥିବା ବେଳେ ଟିମ୍‌ ସାଉଦି, ପବନ ନେଗି ଓ ମୋଇନ୍‌ ଅଲୀ ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

ଏହାପୂର୍ବରୁ ବିରାଟ୍‌ଙ୍କ କୋହଲିଙ୍କ ୪୧ ଓ ମୋଇନ୍‌ ଅଲୀଙ୍କ ୩୨ ରନ୍‌ ବଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। ଦିଲ୍ଲୀ ପକ୍ଷରୁ କାଗିସୋ ରାବାଡା ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ।



from Odisha Reporter http://bit.ly/2YQKZEt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages