ସଂକଳ୍ପ କଲା ବିଜେପି: ସରକାରକୁ ଆସିଲେ ଗରିବଙ୍କ ଉତ୍‌ଥାନକୁ ଦେବ ପ୍ରାଥମିକତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ସଂକଳ୍ପ କଲା ବିଜେପି: ସରକାରକୁ ଆସିଲେ ଗରିବଙ୍କ ଉତ୍‌ଥାନକୁ ଦେବ ପ୍ରାଥମିକତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷମତାକୁ ଆସିଲେ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ଲାଗି SIT ଗଠନ ସହ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବ ବିଜେପି । ୧୯ ନିର୍ବାଚନ ଲାଗି ପ୍ରସ୍ତୁତ ଇସ୍ତାହାରରେ ନୂଆ ଓଡ଼ିଶା ସଂକଳ୍ପ ପତ୍ରରେ ଦଳ ଏହି ପ୍ରତିଶ୍ରୁତି ଦେଇଛି। ଗରିବଙ୍କ ଉତ୍ଥାନ, କୃଷକଙ୍କୁ ବିନା ସୁଧରେ ଋଣ, ୬୦ ବୟସରୁ ଅଧିକ ଚାଷୀଙ୍କ ଲାଗି ମାସିକ ୩ ହଜାର ଟଙ୍କା ପେନସନ ବ୍ୟବସ୍ଥାର ମଧ୍ୟ ପ୍ରତିଶ୍ରୁତି ରହିଛି ଏହି ଇସ୍ତହାରରେ। ଆଦିବାସୀଙ୍କୁ ସଶକ୍ତ କରିବା ଲାଗି ପେସା ଆଇନ୍ ଲାଗୁ ଏବଂ ୧୫ ବୟସରୁ କମ୍ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶିଦଣ୍ଡରେ ଦଣ୍ଡିତ କରିବା ଲାଗି ଆଇନ ଆଣିବାକୁ ବିଜେପି ସଙ୍କଳ୍ପବଦ୍ଧ ବୋଲି କହିଛି। ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଯୁକ୍ତ ଦୁଇ ପାସ୍ ମେଧାବୀ ଛାତ୍ରୀଙ୍କୁ ଦୁଇ ଚକିଆ ଯାନ ଦେବାକୁ ବି ଘୋଷଣା କରିଛି ଦଳ।

ବିଜେପିର ଏହି ସଂକଳ୍ପ ପତ୍ର ଉନ୍ମୋଚନ ଉତ୍ସବରେ ଶାହଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆ ଓଡ଼ିଶା ଗଠନ ଲାଗି ଏହିଭଳି ୯ଟି ପ୍ରତିଶ୍ରୁତି ସମ୍ବଳିତ ସଂକଳ୍ପପତ୍ର ଜାରି କରିଛନ୍ତି ବିଜେପି ସଭାପତି ଅମିତ୍ ଶାହ। ଯେଉଁଥିରେ ପ୍ରାଥମିକତା ଭିତ୍ତିରେ ରହିଛି ଗରିବଙ୍କ ଉତ୍ଥାନ, ଆଦିବାସୀ, ପଛୁଆବର୍ଗଙ୍କ ବିକାଶ ପ୍ରସଙ୍ଗ। ତା’ ସାଙ୍ଗକୁ କୃଷି, ଜଳସେଚନ, ଶିଳ୍ପ, ଶିକ୍ଷା, ନିଯୁକ୍ତି, ଦୁର୍ନୀତି ବିରୋଧରେ ଲଢେଇ। SIT ଗଠନ ସହ ସବୁ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବ ବୋଲି ଘୋଷଣା କରିଛି ଦଳ। ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ପିସି କାରବାର ବିଲୋପ ଲାଗି ଇସ୍ତାହାରରେ ପ୍ରତିଶ୍ରୁତି ମଧ୍ୟ ଦେଇଛି।

ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପିଏମ୍ କିଷାନ ଯୋଜନା ଲାଗୁ କରି ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇଦେବ। ସବୁ ଚାଷଜମିକୁ ପାଣି, ୯୫ ପ୍ରତିଶତ ରିହାତିରେ ସୋଲାର ପମ୍ପସେଟ୍ ଓ ୬୦ ବର୍ଷରୁ ଅଧିକ ସମସ୍ତ ଚାଷୀଙ୍କୁ ମାସିକ ୩ ହଜାର ପେନ୍‌ସନ୍‌ ଦେବାକୁ ମଧ୍ୟ ଘୋଷଣା କରାଯାଇଛି।

ବିଜେପି ସଙ୍କଳ୍ପ ପତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ପେସା ଆଇନ୍‌ ଲାଗୁ କରିବାର ପ୍ରତିଶ୍ରୁତି। ଏହି ଆଇନ୍‌ ଲାଗୁ ହେଲେ ମହିଳା ଓ ନାବାଳିକାଙ୍କ ବିରୋଧରେ ଅପରାଧ ରୋକାଯାଇପାରି।  ୧୫ ବର୍ଷରୁ କମ୍ ନାବାଳିକାଙ୍କୁ ଦୁଷ୍କର୍ମ କଲେ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯିବ। କେଜିରୁ ପିଜି ପର୍ଯ୍ୟନ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ସମସ୍ତଙ୍କୁ ମାଗଣା ଶିକ୍ଷା ମିଳିବା ସହ ଯୁକ୍ତ ଦୁଇରେ ଭଲ ରେଜଲ୍ଟ  କରିଥିବା ଝିଅଙ୍କୁ ମାଗଣା ଦୁଇ ଚକିଆ ଗାଡି ଯୋଗାଇ ଦିଆଯିବ ବୋଲି  ମନଲୋଭା ପ୍ରତିଶ୍ରୁତି ଦେଇଛି ବିଜେପି।

ଚୁମ୍ବକ୍‌ରେ ପ୍ରତିଶ୍ରୁତି

  • ପୁରୀ ହେବ ଭାରତର ଧାର୍ମିକ ରାଜଧାନୀ
  • ୧୫ ନୂଆ ବନ୍ଦର, ୧୫ ନୂଆ ସ୍ମାର୍ଟ ସିଟି ଦେଖିବ ଓଡ଼ିଶା
  • କଟକ-ଭୁବନେଶ୍ୱର ଟୁଇନ ସିଟିକୁ ସଂଯୋଗ କରିବା ଲାଗି ମେଟ୍ରୋ ରେଳ ପ୍ରକଳ୍ପ ନେଇ ଅନୁଧ୍ୟାନ
  • ଖୋର୍ଦ୍ଧାରେ ପାଇକ ସ୍ମାରକୀ ପ୍ରତିଷ୍ଠା
  • ରାଜ୍ୟର ସମସ୍ତ ୩୦ ଜିଲ୍ଲାକୁ ରେଳପଥରେ ସଂଯୋଗ କରିବା ଲାଗି ବ୍ୟବସ୍ଥା


from Odisha Reporter http://bit.ly/2I6tbzP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages