
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ବିଜେପିର ସୁପରଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦିଙ୍କୁ ଦୁର୍ନୀତି ପ୍ରସଙ୍ଗରେ ତାଙ୍କ ସହ ଖୋଲା ବିତର୍କ କରିବାକୁ ଆହ୍ୱାନ ଦେଇଛନ୍ତି। ତେବେ ଯଦି ଶ୍ରୀ ମୋଦି ବିତର୍କ ପାଇଁ ଡରୁଛନ୍ତି, ତା’ହେଲେ ବହି ନେଇ ମୋ ସହ ଆଲୋଚନା କରିବାକୁ ଆସନ୍ତୁ ବୋଲି ରାହୁଲ ଟ୍ୱିଟ୍ କରି ଆହ୍ୱାନ ଦେଇଛନ୍ତି।
ରାହୁଲ କହିଛନ୍ତି, “ଜାତୀୟ ସୁରକ୍ଷା, ବିଶେଷ କରି ରାଫେଲ ଯୁଦ୍ଧ ବିମାନ ଡିଲ୍ ଉପରେ ବିତର୍କ କଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ପ୍ରିୟ ପ୍ରଧାନମନ୍ତ୍ରୀ, କ’ଣ ଆପଣ ମୋ ସହ ଦୁର୍ନୀତି ପ୍ରସଙ୍ଗରେ ବିତର୍କ କରିବାକୁ ଭୟଭୀତ? କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଆପଣଙ୍କ ଏହି ସମସ୍ୟାକୁ ଦୂର କରି ଦେଉଛି। ଆପଣ ଏକ ବହି ନେଇ ଆସନ୍ତୁ। ଆପଣ ଏହାକୁ ଦେଖି ବିତର୍କ ପାଇଁ ପ୍ରସ୍ତୁତ ହୋଇପାରିବେ। ୧. ରାଫେଲ+ଅନୀଲ ଅମ୍ବାନି, ୨.ନିରବ ମୋଦି, ୩: ଅମିତ ଶାହ + ବିମୁଦ୍ରାକରଣ।”
ଏହାପୂର୍ବରୁ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି କଲା ବେଳେ ମଧ୍ୟ ରାହୁଲ ସମାନ ଢଙ୍ଗରେ ମୋଦିଙ୍କୁ ବିତର୍କ ପାଇଁ ଆହ୍ୱାନ କରିଥିଲେ।
from Odisha Reporter http://bit.ly/2U9cx45
No comments:
Post a Comment