ନବୀନଙ୍କ ଆରୋପ ହାସ୍ୟାସ୍ପଦ ଓ ଦୁଃଖଦ: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ନବୀନଙ୍କ ଆରୋପ ହାସ୍ୟାସ୍ପଦ ଓ ଦୁଃଖଦ: ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଗୁଜବ ପ୍ରଚାର ନେଇ ନବୀନ ପଟ୍ଟନାୟକ ଆଣିଥିବା ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନବୀନଙ୍କ ସାକ୍ଷାତକାର ନେଇଥିବା ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନଙ୍କ ସହ ଆଲୋଚନା ବେଳେ ବୈଜୟନ୍ତ, ନବୀନଙ୍କ ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରି ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି।

ନବୀନ ତାଙ୍କ ନାଁରେ ଆଣିଥିବା ଅଭିଯୋଗ ହାସ୍ୟାସ୍ପଦ, ଷଡ଼ଯନ୍ତ୍ରମୂଳକ ଓ ଦୁଃଖଦ ବୋଲି ବୈଜୟନ୍ତ କହିଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ସେ କେବେ ବି କୌଣସି ପ୍ରଚାର କରିନାହାନ୍ତି ବୋଲି କହିଛନ୍ତି। ସେହିପରି ସେ କେବେ କୌଣସି ପଦ ପାଇଁ ଲାଳାୟିତ ନଥିଲେ ଏବଂଏବେ ବି ନାହନ୍ତି ବୋଲି କହିଛନ୍ତି। ନବୀନଙ୍କ ନାଁ ନ ନେଇ ସେ କହିଛନ୍ତି ଜଣେ ୪ ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି କ୍ଷମତା ଲାଳସା ଯୋଗୁ ସେ ଚୌକିକୁ ଜାବୁଡ଼ି ଧରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବୈଜୟନ୍ତ। ତାଙ୍କ ବିରୋଧରେ ଚାଲିଥିବା ଏଭଳି ଷଡ଼ଯନ୍ତ୍ର ପଛରେ ଏକ କୋଟେରୀର ହାତ ଥିବା ସେ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ନାଁ ନେଇ ବୈଜୟନ୍ତ କହିଛନ୍ତି, ସେ ହିଁ ରାଜ୍ୟରେ ଛାୟା ଶାସନ ଚଳାଇଛନ୍ତି।

ସୂଚନାରୁ ପ୍ରକାଶ, ଏନଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଏକ ସାକ୍ଷାତକାର ନେଇଥିଲେ। ଯେଉଁଥିରେ ନବୀନ ବିଭିନ୍ନ ପ୍ରସଙ୍ଗରେ ମନଖୋଲି ଉତ୍ତର ଦେଇଥିଲେ। ତେବେ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶ୍ନର ଉତ୍ତର ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା। ଏହା ମଧ୍ୟ ରାଜ୍ୟ ରାଜନୀତିରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଥିଲା।

ସାମ୍ୱାଦିକ ଶ୍ରୀ ଜୈନଙ୍କ ପ୍ରଶ୍ନରେ ନବୀନ କହିଛନ୍ତି, ମୋ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ବୈଜୟନ୍ତ ଅପପ୍ରଚାର କରୁଛନ୍ତି। ନିଜ ବ୍ୟକ୍ତିଗତ ରାଜନୈତିକ ଅଭିସନ୍ଧି ଚରିତାର୍ଥ କରିବା ପାଇଁ ‌ସେ ଏଭଳି ପ୍ରଚାର କରୁଥିବା ନବୀନ ଅଭିଯୋଗ ଆଣିଛନ୍ତି।



from Odisha Reporter http://bit.ly/2YWOJEk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages