
କିଏଭ, ୟୁକ୍ରେନ୍: ବିଶ୍ୱରେ ପ୍ରଥମଥର ପାଇଁ ଜଣେ ଲୋକପ୍ରିୟ କମେଡିଆନ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ୟୁକ୍ରେନରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ଅଭିନେତା ଭ୍ଲାଦମିର ଜିଲେନସ୍କାଏ ରାଷ୍ଟ୍ରପତି ପେଟ୍ରୋ ପୋରୋଶଙ୍କୋଙ୍କୁ ପରାସ୍ତ କରିଥିବାର ସୂଚନା ରହିଛି।
ୟୁକ୍ରେନର କେନ୍ଦ୍ର ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଜିଲେନସ୍କାଏ ୭୩.୦୯ ପ୍ରତିଶତ ଭୋଟ ପାଇଥିବା ବେଳେ ରାଷ୍ଟ୍ରପତି ପେଟ୍ରୋ ପୋରୋଶଙ୍କୋ ମାତ୍ର ୨୪.୫୭ ପ୍ରତିଶତ ଭୋଟ ପାଇଥିବା ଜଣାପଡ଼ିଛି। ପଶ୍ଚିମ ୟୁକ୍ରେନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ଭ୍ରାଦମିର ଜିଲେନସ୍କାଏ ଆଗରେ ଥିବା ଜଣାପଡ଼ିଛି। ତେବେ ଜନମତକୁ ବିଦାୟୀ ରାଷ୍ଚ୍ରପତି ସ୍ୱୀକାର କରିଥିବା ବେଳେ ରାଜନୀତିରୁ ସେ ସନ୍ୟାସ ନେବେ ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି।
ବିଜୟୀ ହେବା ପରେ ଭ୍ଲାଦିମିର କହିଛନ୍ତି ପୂର୍ବ ୟୁକ୍ରେନକୁ ସେ ଅଧିକ ଅଗ୍ରାଧିକାର ଦେବେ। ଏଥିସହ ୟୁକ୍ରେନ ଫୋର୍ସ ଏବଂ ପ୍ରୋ-ଋଷିଆ ସେନା ମଧ୍ୟରେ ଚାଲିଥିବା ଯୁଦ୍ଧର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।
ଭ୍ଲାଦମିର ଜିଲେନସ୍କାଏ ୟୁକ୍ରେନର ଜଣେ ଅତି ଲୋକପ୍ରିୟ ଟିଭି ଅଭିନେତା। ‘ଦି ସର୍ଭାଣ୍ଟ ଅଫ୍ ଦି ପିପୁଲ’ ସିରିଏଲର ଜଣେ ଇତିହାସ ପ୍ରଫେସର ଭୂମିକାରେ ଅଭିନୟ କରିଥିଲେ। ତେବେ ସେ ରାଷ୍ଟ୍ରପତି ଭାବେ ଭଲ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
from Odisha Reporter http://bit.ly/2Xwwl3x
No comments:
Post a Comment