
ମୋହାଲି: ଆଇପିଏଲରେ ହ୍ୟାଟ୍ରିକ୍ ନେବାରେ ସବୁଠାରୁ କନିଷ୍ଠ ବୋଲର ହୋଇଥିବା କିଙ୍ଗସ ଇଲେଭେନ୍ ପଞ୍ଜାବର ଅଲରାଉଣ୍ଡର ସାମ କରାନ୍ ନିଜର ଏହି ବଡ଼ ସଫଳତା ବିଷୟରେ ଅବଗତ ନଥିଲେ। ସେ କହିଛନ୍ତି, ‘ମୋତେ ହ୍ୟାଟ୍ରିକ୍ ବିଷୟରେ ଆଦୌ ଜଣାନଥିଲା।
ଯେତେବେଳେ ଆମେ ମ୍ୟାଚ୍ ଜିତିଲୁ, ସେହି ସମୟରେ ଜଣେ ଖେଳାଳି ମୋ ପାଖକୁ ଆସି କହିଥିଲେ ଯେ, ମୁଁ ହ୍ୟାଟ୍ରିକ୍ ନେଇଛି।’ ଏକ ସମୟରେ ଦିଲ୍ଲୀକୁ ବିଜୟ ପାଇଁ ୨୧ ବଲରେ ୨୩ ରନ୍ ଆବଶ୍ୟକ ଥିଲା ଏବଂ ଟିମର ୭ ୱିକେଟ ବାକି ଥିଲା। କିନ୍ତୁ କରାନ୍ ବାଜି ପଲଟାଇ ମ୍ୟାଚକୁ ନିଜ ଟିମ ସପକ୍ଷରେ କରିଥିଲେ।
କରାନ ଆହୁରି କହିଛନ୍ତି, ମୋତେ କ’ଣ କରିବାକୁ ହେବ, ତାହା ଅଶ୍ୱିନ କହିଥିଲେ। ରିୟାନ୍ ହାରିସ୍ ଥାର୍ଡମ୍ୟାନରେ ଫିଲ୍ଡିଂ କରୁଥିଲେ। ବ୍ୟାଟ୍ସମ୍ୟାନ କେଉଁଠି ଶଟ୍ ମାରିବେ, ତାହା ମୁଁ ଅନ୍ୟ ଖେଳାଳିମାନଙ୍କୁ ପଚାରିଥିଲି ଏବଂ ସେମାନଙ୍କ ସହାୟତା ଦ୍ୱାରା ମୁଁ ସଫଳ ହୋଇପାରିଲି। ଏହାଛଡ଼ା ଶେଷ ଦୁଇ ଓଭରରେ ମହମ୍ମଦ ସାମି ମଧ୍ୟ ଚମତ୍କାର ବୋଲିଂ କରିଥିଲେ, ଯାହାର ଫାଇଦା ମୋତେ ମିଳିଥିଲା ବୋଲି କରାନ୍ କହିଛନ୍ତି।
from Odisha Reporter https://ift.tt/2WHJPJh
No comments:
Post a Comment