ଭାରତରେ iPhone 7 ତିଆରି କଲା ଆପଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଭାରତରେ iPhone 7 ତିଆରି କଲା ଆପଲ୍

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆମେରିକା ଭିତ୍ତିକ ବହୁଳଆଦୃତ ସ୍ମାର୍ଟଫୋନ୍‌ ନିର୍ମାତା ଆପଲ୍‌ ଏହାର iPhone 7 ମଡେଲ୍‌କୁ ଭାରତରେ ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏହା ପୂର୍ବରୁ iPhone SE ଏବଂ iPhone 6s ମଡେଲ୍‌କୁ କମ୍ପାନୀ ଭାରତରେ ପ୍ରସ୍ତୁତ କରି ସାରିଥିବା ବେଳେ ଏବେ iPhone 7 କୁ ଏଠାରେ ନିର୍ମାଣ କରି ନିଜର କଳେବର ବୃଦ୍ଧି କରିଛି ବୋଲି କମ୍ପାନୀ ପ୍ରକାଶ କରିଛି।

କମ୍ପାନୀର ବେଙ୍ଗାଲୁରୁସ୍ଥିତ ଏସେମ୍ବଲ୍‌ ୟୁନିଟ୍‌ ଠାରେ iPhone 7 କୁ ପ୍ରସ୍ତୁତ କରାଯାଇଛି। ଏହା ଫଳରେ ସ୍ଥାନୀୟ କଷ୍ଟମରଙ୍କ ଚାହିଦା ପୂରଣ କରିବା ସହିତ ଏଠାରେ କମ୍ପାନୀ ନିଜର ସ୍ଥିତି ସୁଦୃଢ଼ କରି ପାରିବ ବୋଲି ଆପଲ୍‌ର ଜଣେ ମୁଖପାତ୍ର ମଙ୍ଗଳବାର ପ୍ରକାଶ କରିଛନ୍ତି।
୩୨ ଜିବି ବିଶିଷ୍ଟ iPhone 7ର ମୂଲ୍ୟ ୩୯,୯୦୦ ଟଙ୍କା ହୋଇଥିବା ବେଳେ ୧୨୮ ଜିବି ଭାରିଆଣ୍ଟର ମୂଲ୍ୟ ୪୯ ହଜାର ଟଙ୍କା ରହିଛି।



from Odisha Reporter https://ift.tt/2HT8bMW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages