ବିବାଦରେ ଯୋଗୀଙ୍କ ‘ମୋଦିଜୀ କି ସେନା’ ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ବିବାଦରେ ଯୋଗୀଙ୍କ ‘ମୋଦିଜୀ କି ସେନା’ ବୟାନ

ଲକ୍ଷ୍ନୌ: ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ନେତାମାନେ ଅନେକ ବଡ଼ବଡ଼, ଏପରିକି ଆପତ୍ତିଜନକ ବୟାନ ଦେଉଛନ୍ତି। ଏପରି କି କିଛି ଦାୟିତ୍ୱସଂପନ୍ନ ନେତା ଦେଶର ସେନା ବାହିନୀକୁ ମୋହରା କରି ଭୋଟରଙ୍କୁ ନିଜ ସହ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି।

ଏହିକ୍ରମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ‘ସେନା’କୁ ବ୍ୟବହାର କରିଛନ୍ତି। ସେ ଦେଶର ସେନା ବାହିନୀକୁ ମୋଦିଙ୍କ ସେନା ବୋଲି କହି ଅଡ଼ୁଆରେ ପଡ଼ିଛନ୍ତି।

ଏଥିପାଇଁ ନିର୍ବାଚନ କମିଶନ ରିପୋର୍ଟ ତଲବ କରିଛନ୍ତି। ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏ ସଂକ୍ରାନ୍ତରେ ରିପୋର୍ଟ ମଧ୍ୟ ପଠାଇଛନ୍ତି। ନିର୍ବାଚନ କମିଶନ ଏହାର ତର୍ଜମା କରିବା ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ, ତା’ର ନିଷ୍ପତ୍ତି ନେବେ।

ରବିବାର ଗାଜିଆବାଦଠାରେ ଅୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ଯୋଗୀ କହିଥିଲେ, “ କଂଗ୍ରେସ ଲୋକମାନେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିବା ବେଳେ ମୋଦିଜୀ କି ସେନା ସେମାନଙ୍କୁ ଗୁଳି କରୁଛନ୍ତି।

କଂଗ୍ରେସ ଲୋକମାନେ ମାସୁଦ ଆଝାର ଭଳି ଆତଙ୍କୀ ପାଇଁ ଜୀ ଶବ୍ଦ ବ୍ୟବହାର କରୁଛନ୍ତି। ହେଲେ ମୋଦିଙ୍କ ସରକାର ଆତଙ୍କୀ କ୍ୟାମ୍ପରେ ହମ୍‌ଲା କରୁଛନ୍ତି।”

ସେନାକୁ ଏଭଳି ଭୋଟ ପାଇଁ ବ୍ୟବହାର ନ କରିବାକୁ ନିର୍ବାଚନ କମିଶନ ପୂର୍ବରୁ ସମସ୍ତ ରାଜନୀତିକ ଦଳକୁ କହିଥିଲେ। ତା ସତ୍ତ୍ଵେ ଯୋଗୀଙ୍କ ଏଭଳି ଦାୟିତ୍ୱହୀନ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।



from Odisha Reporter https://ift.tt/2HUhyw6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages