
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ମହମ୍ମଦ ଅଲ୍ଲୀ ଜିନ୍ନା। ଯାହାଙ୍କୁ ନେଇ ଏବେ ଭାରି ଚର୍ଚ୍ଚା।
ଆଶ୍ଚର୍ଯ୍ୟ ହେଉଛନ୍ତି ନା !
କଥାଟା କିନ୍ତୁ ବିଲକୁଲ୍ ସତ। ମହମ୍ମଦ ଅଲ୍ଲୀ ଜିନ୍ନା ଭଦ୍ରକର ଲୋକ। ଇଏ ପାକିସ୍ତାନର ପ୍ରଥମ ରାଷ୍ଟ୍ରପତି ମହମ୍ମଦ ଅଲ୍ଲୀ ଜିନ୍ନା ନୁହଁନ୍ତି ଇଏ ଭଦ୍ରକର ଶେଖ୍ ମହମ୍ମଦ ଅଲ୍ଲୀ ଜିନ୍ନା। ଭଦ୍ରକ ବିଧାନସଭା ଆସନ ପାଇଁ ସେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅଟନ୍ତି।
୪ର୍ଥ ପର୍ଯ୍ୟାୟରେ, ଅର୍ଥାତ ଏପ୍ରିଲ ୨୯ ତାରିଖରେ ଭଦ୍ରକ ଜିଲ୍ଲାରେ ହେବ ମତଦାନ। ଏଇ ଚର୍ଚ୍ଚିତ ବ୍ୟକ୍ତିତ୍ୱ ମହମ୍ମଦ ଅଲ୍ଲୀ ଜିନ୍ନା ଭଦ୍ରକ ଛଦକ ମହଲ, ପୁରୁଣା ବଜାରର ବାସିନ୍ଦା ଅଟନ୍ତି । ମହମ୍ମଦଙ୍କ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍ । ୧୯୮୯ରେ ସେ ଭଦ୍ରକ ହାଇସ୍କୁଲରୁ ପାସ କରିଥିଲେ। ରାଜନୀତି ତାଙ୍କର ପେସା ବା ନିଶା ନୁହଁ। ମୁଖ୍ୟ ବେଉସା ବ୍ୟବସାୟ ହୋଇଥିଲେ ହେଁ ପ୍ରଥମ ଥର ପାଇଁ ସେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଏହି ଆସନରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିଜ ନାମକୁ ନେଇ ବେଶି ଚର୍ଚ୍ଚାକୁ ଆସିଛନ୍ତି ସେ। ୪ର୍ଥ ଯର୍ପ୍ୟାୟରେ ମତଦାନ ହେଉଥିବାରୁ ତାଙ୍କର ପ୍ରଚାର ପ୍ରସାର ଲୋକଲୋଚନକୁ ଆସିନି ।
from Odisha Reporter http://bit.ly/2WW2ph8
No comments:
Post a Comment