ଶ୍ରୀଲଙ୍କା ଗଣସଂହାର: ୪ ଜେଡିଏସ କର୍ମୀ ମୃତ, ୩ ଏବେ ବି ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଶ୍ରୀଲଙ୍କା ଗଣସଂହାର: ୪ ଜେଡିଏସ କର୍ମୀ ମୃତ, ୩ ଏବେ ବି ନିଖୋଜ

କର୍ଣ୍ଣାଟକ: ଶ୍ରୀଲଙ୍କାରେ ରବିବାର ହୋଇଥିବା ଗଣସଂହାର ଘଟଣାରେ କର୍ଣ୍ଣାଟକ ମେଣ୍ଟ ସରକାରର ଅନ୍ୟତମ ଦଳ ଜେଡିଏସର ୪ ନେତାଙ୍କ ମୃତ୍ୟୁ ହୋଇଛି। ମୋଟ ୭ ଜଣ ଜେଡିଏସ ନେତା ଶ୍ରୀଲଙ୍କା ବୁଲିବାକୁ ଯାଇଥିଲେ। ୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ବାକି ୩ ଜଣଙ୍କର କୌଣସି ଖୋଜ ଖବର ନଥିବା ଜଣାପଡ଼ିଛି। 

 
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡ଼ିଏସ ସଭାପତି ଏଚ୍‍ ଡି କୁମାରସ୍ୱାମୀ ଟ୍ୱିଟ୍ କରି ଏହା ସ୍ପଷ୍ଟ କରିଛନ୍ତି। ନିଖୋଜ ୩ ଜେଡିଏସ ନେତା  ହେଲେ ଏଚ୍. ଶିଭକୁମାର, ଏ ମରେଗୌଡ଼ା ଏବଂ ଏଚ୍. ପୁଟାରଜୁ। ମୃତ ୪ ନେତା ହେଲେ ଲକ୍ଷ୍ମଣ ଗୌଡ଼ ରମେଶ, କେଏମ ଲକ୍ଷ୍ମୀନାରାୟଣ, ଏମ୍ ରଙ୍ଗପା ଏବଂ କେଜି ହନୁମନ୍ତାରୟପ୍ପା।
 
ରାଜଧାନୀ ଦିଲ୍ଲୀରେ ଅବସ୍ଥାପିତ କର୍ଣ୍ଣାଟକା ଭବନ ସହ କର୍ଣ୍ଣାଟକା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଅଫିସ୍ ଯୋଗାଯୋଗରେ ଥିବା ଜଣାପଡ଼ିଛି। ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ମଧ୍ୟ ଏ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
 
ଗତକାଲି ଇଷ୍ଟର ସଣ୍ଡେ ପାଳନ ହେଉଥିବା ବେଳେ ଶ୍ରୀଲଙ୍କାରେ ମୋଟ ୮ଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଭାରତୀୟଙ୍କ ସମେତ ୨୯୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ରୁ ଅଧିକ ଆହତ ହୋଇ ଶ୍ରୀଲଙ୍କାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


from Odisha Reporter http://bit.ly/2PnG3Th

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages