କେଉଁ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଆରମ୍ଭ ହୋଇଥିଲା ଉତ୍କଳ ଦିବସ ପାଳନ, ଆପଣ ଜାଣନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

କେଉଁ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଆରମ୍ଭ ହୋଇଥିଲା ଉତ୍କଳ ଦିବସ ପାଳନ, ଆପଣ ଜାଣନ୍ତି କି ?

ଭୁବନେଶ(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ଉତ୍କଳ ଦିବସ। ଓଡିଆ ଅସ୍ମିତାର ବାର୍ତ୍ତା ବହନ କରୁଥିବା ଦିନଟିଏ। ନିଜକୁ ଓଡ଼ିଆ ଭାବି ଗର୍ବ କରିବା ଆଉ ଗୌରବମୟ ଅତୀତକୁ ମନେ ପକାଇବାର ଦିନଟିଏ। ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହୋଇଥିଲା। ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ନେତୃତ୍ୱରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲେ ବି ବିଧିବଦ୍ଧ ଭାବେ ତଥା ସରକାରୀ ଭାବେ ୧୯୭୪ ମସିହା ଯାଏ ଉତ୍କଳ ଦିବସ ପାଳନ କରାଯାଉ ନ ଥିଲା।

୧୯୭୫ ମସିହାରେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମୟରେ ଏହାକୁ ବିଧିବଦ୍ଧ ଭାବେ ସରକାରୀ ଉତ୍ସବ ଭାବେ ଘୋଷଣା କରାଗଲା।  ଉକ୍ତ ବର୍ଷ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଉତ୍ସବ ଭୁବନେଶ୍ୱରସ୍ଥିତ ପରେଡ ପଡ଼ିଆରେ ଆରମ୍ଭ ହେଲା। ରାଜଧାନୀର ପରେଡ ଗ୍ରାଉଣ୍ଡ ଭାବେ ପରିଚିତ ଥିବା ଉକ୍ତ ପଡ଼ିଆ ଏବେ ଇନ୍ଦିରା ଗାନ୍ଧୀ ପାର୍କ ନାମରେ ନାମିତ ହୋଇଛି। ସେହି ବର୍ଷଠାରୁ ପ୍ରତି ବର୍ଷ ଓଡ଼ିଶାର କୋଣ ଅନୁକୋଣରେ ଓଡ଼ିଶା ଦିବସ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି । ଏପରିକି ପ୍ରଥମ ଉତ୍କଳ ଦିବସ ଅବସରରେ ପ୍ରଥମ କରି ସରକାରୀ ପତ୍ରିକା ଉତ୍କଳ ପ୍ରସଙ୍ଗ ମଧ୍ୟ ୧୯୭୫ରୁ ଆରମ୍ଭ ହୋଇଥିଲା।

୧୯୮୫ ଏପ୍ରିଲ ୧ରେ  ଦୈନିକ ଓଡ଼ିଆ ଖବରକାଗଜ ‘ପ୍ରଜାତନ୍ତ୍ର’ର ଲୋକପ୍ରିୟ ସ୍ତମ୍ଭ “ଗାଁ ମଜଲିସ’ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ  ‘ଉତ୍କଳ ଦିବସ’  ଶୀର୍ଷକ ଲେଖାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କ ଅବଦାନରେ ଉତ୍କଳ ଦିବସ ଉତ୍ସବ ଆରମ୍ଭ ହୋଇଥିଲା ବୋଲି ପ୍ରକାଶ ପାଇଥିଲା।

୧୯୩୬ ଏପ୍ରିଲ ୧ ତାରିଖରେ  ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା। ହେଲେ ଏହାର ୫୮ ବର୍ଷ ପରେ ୨୦୧୪ ମସିହାରେ ଓଡ଼ିଆ ଭାଷାକୁ  ମିଳିଲା ଶାସ୍ତ୍ରୀୟ ମାନ୍ୟତା। ଗୋଟିଏ ଜାତିର ଗର୍ବ ଓ ପରିଚୟ ହେଉଛି ଏହାର ଭାଷା।  ଦେଶର ୬ଷ୍ଠ ସାମ୍ବିଧାନିକ ଭାଷା ଭାବେ ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସତ୍ତ୍ୱେ ଏବେବି ସବୁଠି ଇଂରାଜୀ ନାମଫଳକ ଦେଖିବାକୁ ମିଳୁଛି। ଯାହାକି ଅତି ଲଜ୍ଜାଜନକ ବିଷୟ। ଇଂରାଜୀ, ହିନ୍ଦୀ ପରି ଭାଷାର ବ୍ୟବହାର କରି  ନିଜ ମାଟିରେ ଆମେ ନିଜକୁ ଆଧୁନିକ ବୋଲି ଭାବୁଛୁ।

ହେଲେ ଏହାଦ୍ୱାରା ଆମକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ଆମ ଭାଷା ଯେ ରସାତଳ ହେଉଛି ତାହା ମାନିବାକୁ ନାରାଜ। ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ବ୍ୟବହାର କରିବା ବାଧ୍ୟତାମୂଳକ ସତ୍ତ୍ୱେ ତାହାକୁ ଖୋଲାଖୋଲା ଉଲ୍ଲଘଂନ କରାଯାଉଛି। ତେଣୁ ମର୍ଯ୍ୟାଦାଜନକ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷା ଯେଉଁଠି ଥିଲା, ସେଇଠି ହିଁ  ରହିଯାଇଛି।



from Odisha Reporter https://ift.tt/2Ull3kY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages