ହାଇଦ୍ରାବାଦ ପାଇଁ ଏହି ଖେଳାଳି ବହୁତ ଲକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ହାଇଦ୍ରାବାଦ ପାଇଁ ଏହି ଖେଳାଳି ବହୁତ ଲକି

ନୂଆଦିଲ୍ଲୀ: ଆଇପିଏଲର ଦ୍ୱାଦଶ ସଂସ୍କରଣ ଶିଖରରେ ପହଞ୍ଚିସାରିଛି। ସବୁ ଟିମ ନିଜ ନିଜର ପ୍ରଥମ ରାଉଣ୍ଡ ପୂରଣ କରିବା ନିକଟତର ହୋଇଛନ୍ତି। ଏହା ଶେଷ ହେବା ମାତ୍ରକେ ପ୍ଲେଅଫକୁ କିଏ ଯିଏ ଯିବ, ତାହା ସ୍ପଷ୍ଟ ହୋଇଯିବ। ଏପର୍ଯ୍ୟନ୍ତ ଏହି ଦୌଡ଼ରେ ଚେନ୍ନାଇ ସୁପର କିଙ୍ଗସ୍, ସନରାଇଜର୍ସ ହାଇଦ୍ରାବାଦ ଟିମ୍ ଆଗରେ ଅଛନ୍ତି।

ଦୁଇ ଟିମ ୪ଟି ଲେଖାଏ ମ୍ୟାଚ୍ ଖେଳିଛନ୍ତି ଏବଂ ତିନୋଟି ଲେଖାଏ ମୁକାବିଲା ଜିତିଛନ୍ତି। ହାଇଦ୍ରାବାଦ ପଏଣ୍ଟ ତାଲିକାର ଶୀର୍ଷରେ ଅଛି ଏବଂ ଏହା ପରେ ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟରେ ଅଛି। ସନରାଇଜର୍ସ ହାଇଦ୍ରାବାଦ ସଫଳତାରେ ଡେଭିଡ୍ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋଙ୍କ ବଡ଼ ଯୋଗଦାନ ରହିଛି। ଏଥିସହ ଟିମର ବୋଲିଂ ମଧ୍ୟ ଜବରଦସ୍ତ ରହିଛି।

ତେବେ ହାଇଦ୍ରାବାଦ ପାଖରେ ଏଭଳି ଜଣେ ଖେଳାଳି ଅଛନ୍ତି, ଯିଏ ଆଇପିଏଲରେ ଖେଳିଲା ମାତ୍ରକେ ଟିମର ବିଜୟ ପକ୍କା। ଏହି ଖେଳାଳି ଜଣଙ୍କ ହେଉଛନ୍ତି ମହମ୍ମଦ ନବି। ଆଫଗାନିସ୍ତାନର ଏହି କ୍ରିକେଟର୍ ଯେବେବି ହାଇଦ୍ରାବାଦ ପକ୍ଷରୁ ଖେଳିବାକୁ ଓହ୍ଲାଇଛନ୍ତି, ଟିମକୁ ପ୍ରତି ମ୍ୟାଚରେ ବିଜୟ ମିଳିଛି।

ତେଣୁ ଏଥିରୁ ସ୍ପଷ୍ଟ ଯେ, ନବି ହାଇଦ୍ରାବାଦ ପାଇଁ ବହୁତ ଲକି। ସେ ଆଜି ପର୍ଯ୍ୟନ୍ତ ହାଇଦ୍ରାବାଦ ପକ୍ଷରୁ ମୋଟ ୭ଟି ମ୍ୟାଚ୍ ଖେଳିଛନ୍ତି ଏବଂ ସବୁଥିରେ ଦଳ ବିଜୟୀ ହୋଇଛି। ନବି ୨୦୧୭ରେ ୩ଟି ଓ ୨୦୧୮ରେ ୨ଟି ମ୍ୟାଚ୍ ଖେଳିଥିଲେ। ଚଳିତ ସଂସ୍କରଣରେ ସେ ନିଜର ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିଥିଲେ।

ଏହି ମ୍ୟାଚରେ ସେ ୧୧ ରନ୍ ଦେଇ ୪ଟି ୱିକେଟ୍ ନେଇ ଟିମର ବିଜୟ ପକ୍କା କରିଥିଲେ। ଗୁରୁବାର ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳିଥିଲେ। ଏଥିରେ ସେ ୪ ଓଭରରେ ୨୧ ରନ୍ ଦେଇ ୨ଟି ୱିକେଟ୍ ନେବା ସହ ବ୍ୟାଟିଂରେ ୯ ବଲରେ ୧୭ ରନର ମୂଲ୍ୟବାନ୍ ଇନିଂସ୍ ଖେଳିଥିଲେ। ଆଇପିଏଲରେ ସେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳି ମୋଟ ୯ଟି ୱିକେଟ୍ ନେଇଛନ୍ତି।



from Odisha Reporter http://bit.ly/2G27VsS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages