ବିରୋଧୀଙ୍କୁ ମୋଦିଙ୍କ ତେର୍ଛାବାଣ: ଆତଙ୍କୀ ହମଲା ପରେ ଆମେ କଣ ଚୁପ ବସିଥାଆନ୍ତୁ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ବିରୋଧୀଙ୍କୁ ମୋଦିଙ୍କ ତେର୍ଛାବାଣ: ଆତଙ୍କୀ ହମଲା ପରେ ଆମେ କଣ ଚୁପ ବସିଥାଆନ୍ତୁ?

ଲକ୍ଷ୍ନୌ: ଆତଙ୍କାବାଦୀ ପ୍ରସଙ୍ଗରେ ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ଉପରେ ଜୋରଦାର ହମ୍‌ଲା କରିଛନ୍ତି। ସେ କହିଛନ୍ତି, ଭାରତ ଯେତେବେଳେ ଆତଙ୍କବାଦୀଙ୍କୁ ହତ୍ୟା କରୁଛି, ସେତେବେଳେ କିଛି ଲୋକଙ୍କ ନିଦ ହଜି ଯାଉଛି। ଏଭଳି କରି ସେମାନେ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଉଛନ୍ତି ବୋଲି ମୋଦି କହିଛନ୍ତି।

ସାଧାରଣ ନିର୍ବାଚନ ପାଇଁ ଆଜି ମୋଦି ଉତ୍ତରପ୍ରଦେଶରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି, “ଆତଙ୍କବାଦୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦେବାକୁ ଭାରତ ସରକାର ଚାହୁଁଥିବା ବେଳେ ଆଉ କିଛି ଲୋକ ଏହାକୁ ସହ୍ୟ କରିପାରୁ ନାହାନ୍ତି। ଭାରତରେ ଆତଙ୍କବାଦୀ ହମ୍‌ଲା ହେବା ପରେ, ଆପଣମାନେ କୁହନ୍ତୁ, ଆମେ ଏହାର ଜବାବ ଦେବା ଦରକାର କି ନୁହେଁ?

ଆତଙ୍କବାଦୀ ହମ୍‌ଲା ପରେ ଆମେ କ’ଣ ଚୁପ ବସିଥାଆନ୍ତେ? ଆତଙ୍କବାଦୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦିଆଯାଉଛି। ହେଲେ କିଛି ଲୋକ ଏହାକୁ ସହି ପାରୁନାହାନ୍ତି। ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଗଲେ, ସେମାନଙ୍କ ନିଦ ହଜି ଯାଉଛି। ପାକିସ୍ତାନ ସମଗ୍ର ବିଶ୍ୱରେ ଅପମାନିତ ହେଉଥିବା ବେଳେ ଆମ ଦେଶର କିଛି ଲୋକ ଇସ୍‌ଲାମାବାଦ ସପକ୍ଷରେ ମତ ଦେଉଛନ୍ତି।

କଂଗ୍ରେସ ହେଉ, କିମ୍ବା ସପା କି ବିଏସ୍‌ପି ହେଉ, ସମସ୍ତେ ଆପଣମାନଙ୍କ ଜୀବନ ଓ ଭବିଷ୍ୟତ ବିପଦ ମଧ୍ୟକୁ ଟାଣି ନେବାକୁ ଚେଷ୍ଟା କରୁଛନ୍ତି। ବୁଆ(ମାୟାବତୀ) ଓ ବବୁଆ(ଅଖିଲେଶ) ସରକାର ଆତଙ୍କବାଦୀଙ୍କୁ ସମର୍ଥନ କରିବା ସହ ସେମାନଙ୍କ ସରକାର ବେଳେ ଅନେକ ଆତଙ୍କୀଙ୍କୁ ମୁକ୍ତ କରିଛନ୍ତି। ତେଣୁ ଏବେ ସେମାନଙ୍କୁ ଜବାବ ଦେବା ଦରକାର।”

ୟୁଏଇ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିବାରୁ ମୋଦି ତାଙ୍କୁ ଧନ୍ୟବାଦ ଦେଇଥିଲେ।



from Odisha Reporter http://bit.ly/2IelwPd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages