
ନୂଆଦିଲ୍ଲୀ: ସୋଶାଲ ମିଡ଼ିଆ ଫେସବୁକ୍, ଟ୍ବିଟର ଓ ହ୍ବାଟସ ଆପର ୫୦୩ଟି ପୋଷ୍ଟକୁ ଡିଲିଟ୍ କରାଯାଇଛି। ନିର୍ବାଚନ କମିଶନ ଡିଲିଟ ହୋଇଥିବା ପୋଷ୍ଟ ଗୁଡ଼ିକ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇବା ପରେ ସୋଶାଲ ମିଡ଼ିଆ କତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି।
ନିର୍ବାଚନ କମିଶନ ଅଧିକାରୀ ଧୀରେନ୍ଦ୍ର ଓଝା ପ୍ରତିକ୍ରିୟା ଦେଇ କହିଛନ୍ତି, ଫେସବୁକରୁ ୫୦୦ଟି ପୋଷ୍ଟ, ୨ଟି ଟ୍ୱିଟ ଏବଂ ଗୋଟିଏ ହ୍ବାଟସଆପ ପୋଷ୍ଟ ହଟାଯାଇଛି।
ସୂଚନାଯୋଗ୍ୟ ଗତମାସ ନିର୍ବାଚନ କମିଶନଙ୍କ ସହ ସୋଶାଲ ମିଡ଼ିଆ କମ୍ପାନୀ କର୍ତ୍ତୃପକ୍ଷ ବୈଠକ କରିଥିଲେ। ମତଦାନର ୪୮ ଘଣ୍ଟା ପୂର୍ବରୁ ଏବଂ ନିର୍ବାଚନୀ ପ୍ରଚାର ବେଳେ ଯେଉଁ ପୋଷ୍ଟ ଆଚରଣ ବିଧି ଉଲ୍ଲଂଘନ କରିବ ତାକୁ ହଟାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସୋଶାଲ ମିଡିଆ କର୍ତ୍ତୃପକ୍ଷ। ପ୍ରଥମ ଥର ପାଇଁ ସୋଶାଲ ମିଡ଼ିଆ ନିର୍ବାଚନ ବେଳେ ଆଚରଣ ବିଧି ଆଇନକୁ ପାଳନ କରିବା ପାଇଁ ରାଜି ହୋଇଛି।
from Odisha Reporter http://bit.ly/2v41wXK
No comments:
Post a Comment