ଟିକ୍‌ଟକ୍‌ ବ୍ୟାନ୍‌ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଟିକ୍‌ଟକ୍‌ ବ୍ୟାନ୍‌ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭିଡିଓ ଶେୟାରିଂ ଆପ୍‌ ଟିକ୍‌ଟକ୍‌ ଉପରେ ବ୍ୟାନ୍‌ ଲଗାଇବାକୁ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଟିକ୍‌ଟକ୍‌ ସପକ୍ଷରେ ଏକାଧିକ ଆବେଦନ କରାଯିବାରୁ ସର୍ବୋଚ୍ଚ ଅଦାଲତ ଏପ୍ରିଲ ୧୫ରେ ଏହା ଉପରେ ଶୁଣାଣି କରିବେ।

ଟିକଟକ୍‌ ଆପର ଆରମ୍ଭ କରିଥିବା ଚାଇନା କମ୍ପାନୀ ବାଇଟ୍‌ ଡ୍ୟାନ୍ସ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ରହିଥିଲେ। ଆବେଦନକାରୀ ଖଣ୍ଡପୀଠକୁ କହିଥିଲେ ଯେ “ ବର୍ତ୍ତମାନ ଟିକଟକ୍‌ ଆପ୍‌କୁ ଏକ ବିଲିୟନ୍‌ରୁ ଅଧିକ ଲୋକ ଡାଉନ୍‌ଲୋଡ୍ କରି ବ୍ୟବହାର କରୁଛନ୍ତି। ତେଣୁ ଏବେ ଏହାକୁ ବନ୍ଦ କରାଯିବ ଠିକ୍‌ ନୁହେଁ। କୋର୍ଟ ଏହାକୁ ଗ୍ରହଣ କରିବା ସହ ଏପ୍ରିଲ ୧୫ରେ ଏହାର ଶୁଣାଣି ହେବ ବୋଲି କହିଛନ୍ତି।

ଏପ୍ରିଲ ୩ରେ ମାଡ୍ରାସ ହାଇକୋର୍ଟ ଟିକ୍‌ଟକ୍‌ରେ ପ୍ରସ୍ତୁତ ହେଉଥିବା ଭିଡିଓ ପର୍ଣ୍ଣୋଗ୍ରାଫି ଓ ପିଲାଙ୍କ ମାନସିକତା ଉପରେ ଖରାପ ପ୍ରଭାବ ପକାଉଥିବା କହିଥିଲେ। ଏଥିସହ ସେ କେନ୍ଦ୍ର ସରକାରଙ୍କୁ ଏଭଳି ଆପକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter http://bit.ly/2UMz5fq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages