୨୫ ବର୍ଷ ପରେ ଏକାଠି ହେଲେ ଏସପି-ବିଏସପି , ଦେଲେ ‘ମୋଦି-ଯୋଗୀ ଭଗାଓ’ ନାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

୨୫ ବର୍ଷ ପରେ ଏକାଠି ହେଲେ ଏସପି-ବିଏସପି , ଦେଲେ ‘ମୋଦି-ଯୋଗୀ ଭଗାଓ’ ନାରା

ଲକ୍ଷ୍ନୌ: ପଶ୍ଚିମ ଉତ୍ତର ପ୍ରଦେଶରେ ୮ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୧ରେ ମତଦାନ ହେବା ପୂର୍ବରୁ ଦେଓବନ୍ଦରେ ଉତ୍ତର ପ୍ରଦେଶର ଦୁଇ ପୂର୍ବତନ ମୁଖ୍ଯମନ୍ତ୍ରୀ ଅଖିଳେଶ ଯାଦବ ଏବଂ ସୁଶ୍ରୀ ମାୟାବତୀ ଏକାଠି ହୋଇ ବିଜେପି ଓ କଂଗ୍ରେସ ବିରୋଧରେ ଜୋରଦାର ବର୍ଷିଛନ୍ତି। ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ଏକାଠି ସମାଜବାଦୀ ପାର୍ଟି (ସପା) ଏବଂ ବହୁଜନ ସମାଜ ପାର୍ଟି (ବସପା) ଏପରି ମିଳିତ ରାଲି କରିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ରରୁ ଯୋଗୀ ଏବଂ ମୋଦିଙ୍କୁ ହଟାଇବା ପାଇଁ ମହାମେଣ୍ଟ ନାରା ଦେଇଛି।
 
ଆୟୋଜିତ ଏହି ରାଲିରେ ଉଭୟ କଂଗ୍ରେସ-ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ମାୟାବତୀ। କଂଗ୍ରେସର ନିର୍ବାଚନୀ ଇସ୍ତାହାର ‘ନ୍ଯାୟ’ ମିଛ ବୋଲି ମାୟାବତୀ କହିଛନ୍ତି। ଇନ୍ଦିରା ଗାନ୍ଧି ଗରିବୀ ହଟାଇବା ପାଇଁ ନାରା ଦେଇଥିଲେ ଏବେ ବି କଂଗ୍ରେସ ସମାନ ନାରା ଦେଉଛି। ବିଜେପି ମଧ୍ଯ ସମାନ ନୀତି ଆପଣାଇଛି। ଆଉ ମୋଦିଙ୍କ ନାଟକ ଚାଲିବ ନାହିଁ ବୋଲି କଟାକ୍ଷ କରିଛନ୍ତି ମହାମେଣ୍ଟର ନେତା।
 
ବିଜେପିର ସମସ୍ତ ନୀତି ସମାଜରେ ଘୃଣାଭାବ ସୃଷ୍ଟି କରୁଛି, ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ବୋଲି କହିଛନ୍ତି ମାୟାବତୀ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ଭଳି ସଂସ୍ଥାକୁ ବ୍ଯବହାର କରି ବିଜେପି କ୍ଷମତାର ଅପବ୍ଯବହାର କରୁଥିବା ଅଭିଯୋଗ ଆଣିଛନ୍ତି ବିଏସପି ସୁପ୍ରିମୋ।
 
ଆଗାମୀ ଦିନରେ ମହାମେଣ୍ଟ ନେତୃତ୍ବ ନେବ। ତାଙ୍କ ସରକାର ଆସିଲେ ତୃଣମୁଳସ୍ତରରେ ଲୋକେ କିଭଳି ନିଯୁକ୍ତି ପାଇବେ ତାହା ତାଙ୍କର ପ୍ରାଥମିକତା ରହିବ ବୋଲି ମାୟାବତୀ କହିଛନ୍ତି। କଂଗ୍ରେସ ଓ ବିଜେପି ନିଜ କାମକୁ ନେଇ ଢୋଲ ପିଟୁଥିବାବେଳେ ତାଙ୍କ ଦଳ କିନ୍ତୁ ନିରବ ରହି ଲୋକଙ୍କ ପାଇଁ କାମ କରିବ ବୋଲି ସେ କହିଛନ୍ତି।
 
ଉତ୍ତର ପ୍ରଦେଶରେ ଚଳିତ ସାଧାରଣ ନିର୍ବାଚନ ପାଇଁ ମହାମେଣ୍ଟ ହୋଇଛି। ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମିଳିତ ହୋଇ ୭୮ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ଅବଶ୍ୟ କଂଗ୍ରେସର ଦୁଇ ନେତା ରାହୁଲ ଓ ସୋନିଆ ଗାନ୍ଧିଙ୍କ ଆସନରେ ଏହି ମହାମେଣ୍ଟ ପ୍ରାର୍ଥୀ ଦେଇ ନାହିଁ।
 
ପଶ୍ଚିମ ଉତ୍ତର ପ୍ରଦେଶର ଏପ୍ରିଲ ୧୧ ତାରିଖ ଦିନ ୮ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବାକୁ ଯାଉଛି। ତେଣୁ ଏହି ରାଲି ଶାସକ ବିଜେପି ବିରୋଧରେ ବଳ ଗୋଟାଇବା ପାଇଁ ସହାୟକ ହେବ ବୋଲି କଂଗ୍ରେସ ଆଶା ରଖିଛି। ୨୦୧୪ ସାଧାରଣ ନିର୍ବାଚନରେ ଏହି ୮ ଲୋକସଭା ଆସନରେ ମୋଦି ହାୱାରେ ସମସ୍ତ ବିରୋଧୀ ନେତା ପରାସ୍ତ ହୋଇଥିଲେ। ଏବେ ମହାମେଣ୍ଟରେ ସାମିଲ ଥିବା ଆରଏଲଡ଼ିର ପ୍ରମୁଖ ଅଜିତ ସିଂହ ମଧ୍ଯ ଏଠାରେ ପରାସ୍ତ ହୋଇଥିଲେ।
 
୨୦୧୪ରେ ମୋଦି ଲହରୀରେ ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରୁ ବିଜେପି ଏକାକୀ ୭୧ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା। ରାଜ୍ଯର ପ୍ରମୁଖ ଦଳ ବସପା କୈଣସି ଆସନ ଜିତିନଥିଲା। ସେତେବେଳେ ଦଳିତ ଭୋଟର ଅଧିକ ସଂଖ୍ୟାରେ ବିଜେପିକୁ ସମର୍ଥନ କରିଥିଲେ। ପରବର୍ତ୍ତୀ ସମୟରେ ବିଧାନସଭା ନିର୍ବାଚନରେ ମଧ୍ଯ ବିଜେପିକୁ ଭୋଟ ଦେଇ ଦଳିତ ଭୋଟର କେବଳ ଜାତି ଆଧାରରେ ଭୋଟ ଦେବାକୁ ଚାହିୁଁନଥିବା ସ୍ପଷ୍ଚ କରିଥିଲେ।
 
ହେଲେ ୨୦୧୮ରେ କୈରାନା ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସପା-ବସପା ସମର୍ଥନରେ ଆରଏଲଡି ପ୍ରାର୍ଥୀ ବିଜେପି ପାଖରୁ ଏହି ଆସନକୁ ଅକ୍ତିଆର କରିଥିଲା। ଏହି ବିଜୟ ୨୦୧୯ ନିର୍ବାଚନରେ ବିଜେପି ବିରୋଧରେ ଏକ ହେବା ପାଇଁ ତିନି ଦଳକୁ ବାଟ ଦେଖାଇଥିଲା।


from Odisha Reporter http://bit.ly/2G5lesy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages