ଜାଣିଛନ୍ତି, କେଉଁ ଦେଶରେ କେଉଁ ଦିନ ହୁଏ ମତଦାନ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଜାଣିଛନ୍ତି, କେଉଁ ଦେଶରେ କେଉଁ ଦିନ ହୁଏ ମତଦାନ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଭାରତକୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର କୁହାଯାଏ। ସମଗ୍ର ବିଶ୍ୱରେ ଦ୍ୱିତୀୟ ଜନବହୁଳ ବିଶିଷ୍ଟ ଏହି ରାଷ୍ଟ୍ରର ଜନସଂଖ୍ୟା ୧୩୩ କୋଟିରୁ ଊର୍ଦ୍ଧ୍ୱ।  ଏକ ଗଣତନ୍ତ୍ର ରାଷ୍ଟ୍ରରେ ଲୋକ ପ୍ରତିନିଧୀ ବାଛିବା ନାଗରିକଙ୍କ ପ୍ରଥମ କର୍ତ୍ତବ୍ୟ।  ଏହି ଲୋକ ପ୍ରତିନିଧି ୫ ବର୍ଷ ଲାଗି ଦେଶର କାର୍ଯ୍ୟଭାର ସମ୍ଭାଳିଥାନ୍ତି।  ଆଜି ଆସନ୍ତୁ ଜାଣିବା ବିଶ୍ୱର ଅନ୍ୟ ଦେଶର ନାଗରିକମାନେ କିପରି ନିଜର ଏହି କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି।

ଆପଣମାନେ ଜାଣି କି ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ମତଦାନ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ଦୀର୍ଘ ଦିନ  ଧରି ଚାଲୁଥିବା ବେଳେ ଅନ୍ୟ ଦେଶମାନଙ୍କରେ କିନ୍ତୁ ଏଥିଲାଗି ଭିନ୍ନ ନିୟମ ରହିଛି।  ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଯୁକ୍ତ ରାଷ୍ଟ୍ର ଆମେରିକାରେ ଭୋଟ ଗ୍ରହଣ ମଙ୍ଗଳବାର ହୋଇଥାଏ। କିନ୍ତୁ ଅନ୍ୟ ଦେଶମାନଙ୍କରେ ଏହା ରବିବାର ହେବା ନିମନ୍ତେ ସଂରକ୍ଷିତ ରହିଥାଏ। କାନଡ଼ାରେ ସୋମବାର ଭୋଟଦାନ ହେଉଥିବା ବେଳେ ବ୍ରିଟିଶ୍‌ ନାଗରିକମାନ ଗୁରୁବାର ଭୋଟ ଦେଇଥାନ୍ତି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଶନିବାର ନାଗରିକ ନିଜ ମତ ଅଧିକାର ସାବ୍ୟସ୍ତ କରିଥାନ୍ତି।

ହେଲେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ମତଦାନ ମାସ ମାସ ଧରି ଚାଲିଥାଏ। ୨୦୧୪ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ସମଗ୍ର ଦେଶରେ କିଛି ସପ୍ତାହ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲୁ ରହିଥିଲା

ଆଉଏକ ରୋଚକ ଖବର ହେଲେ ବହୁ ଦେଶରେ ନାଗରିକମାନଙ୍କୁ ନିଜ ନାମ ପଞ୍ଜୀକୃତ କରିବାକୁ କଷ୍ଟ କରିବାକୁ ପଡ଼ି ନଥାଏ। ଉକ୍ତ ଦେଶର ସରକାର ହିଁ ଏଡି ଦାୟିତ୍ୱ ସମ୍ପନ୍ନ କରିଥାନ୍ତି।  ଫ୍ରାନ୍ସ ଓ ସ୍ୱେଡେନ ପରି ଦେଶର ନାଗରିକଙ୍କୁ ନିଜ ନାମ ପଞ୍ଜୀକୃତ କରିବା ପଡ଼େ ନାହିଁ।  ୧୮ ବର୍ଷରେ ଉପନୀତ ହେଲେ ଏଠାକାର ସରକାର ନାଗରିକମାନଙ୍କ  ନାମ ପଞ୍ଜୀକୃତ କରି ଦିଅନ୍ତି।

ଆମ ଦେଶରେ ୧୮ ବର୍ଷ ହେଲେ ଜଣେ ମତଦାନ ସାବ୍ୟସ୍ତ୍ୟ କରିବାର ଅଧିକାର ପାଇଥାଏ। ହେଲେ ବିଭିନ୍ନ ଦେଶରେ ଏଥିନିମନ୍ତେ ଭିନ୍ନ ଭିନ୍ନ ବୟସ ନିର୍ଦ୍ଧାରଣ କରାଯାଇଛି। ଅଷ୍ଟ୍ରେଲିଆରେ ଭୋଟ ଦେବା ବାଧ୍ୟତାମୂଳକ ଅଟେ। ଏଠାରେ ୧୬ ବର୍ଷରୁ ଊର୍ଦ୍ଧ୍ୱ ପୁଅଝିଅ ନାଗରିକ ବୋଲି ବିବେଚିତ ହୋଇଥାନ୍ତି। ତେଣୁ ସେମାନେ ଭୋଟ ଦେବା ଲାଗି ମଧ୍ୟ ଯୋଗ୍ୟ ବିବେଚିତ ହୁଅନ୍ତି । ଯେଉଁମାନେ ଏହାର ଅବମାନନା କରନ୍ତି ସେମାନେ ଜୋରିମାନା ଦେଇଥାନ୍ତି। ଏଥିରେ ଖିଲାପ କଲେ ଦଣ୍ଡିତ ହେବା ସୁନିଶ୍ଚିତ।

ସେହିପରି ଅଷ୍ଟ୍ରିଆ, ଆର୍ଜେଣ୍ଟିନା ପରି ଦେଶରେ ୧୬ ବର୍ଷ ପରେ ଏବଂ  ଇଣ୍ଡୋନେସିଆ ଓ ସୁଡ଼େନ ପରି ଦେଶରେ ୧୭ ବର୍ଷରେ ଉପନୀତ ହେବା ପରେ ସେମାନଙ୍କୁ ନାଗରିକ ବୋଲି ବିବେଚନା କରାଯାଏ ଓ ସେମାନେ ମତ ଅଧିକାର ସାବ୍ୟସ୍ତ କରିବାର କ୍ଷମତା ପାଇପାରିଥାନ୍ତି।

୨୦୧୪ ନିର୍ବାଚନରେ ପ୍ରଥମ ଥର ଲାଗି ସ୍କଟିଶର ୧୬ ଓ ୧୭ ବର୍ଷର ନାଗରିକ ଭୋଟ ଦେବାକୁ  ଯୋଗ୍ୟ  ବିବେଚିତ ହୋଇଥିଲେ। ଏହା ପଛରେ ଉଦ୍ଦେଶ୍ୟ ହେଲା ଅଧିକରୁ ଅଧିକ ଯୁବ ବର୍ଗ ମତଦାନ ପ୍ରକ୍ରିୟାରେ ସାମିଲ ହୋଇପାରିବେ। କାଳକ୍ରେମ ସେମାନେ ଦେଶର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ମତଦାନ କରିପାରିବେ।



from Odisha Reporter http://bit.ly/2Gx9I9K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages