ଭାରତୀୟ ବିଶ୍ୱକପ୍‌ ଟିମ୍‌କୁ ସହଯୋଗ କରିବେ ଏହି ୪ ଦ୍ରୁତ ବୋଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଭାରତୀୟ ବିଶ୍ୱକପ୍‌ ଟିମ୍‌କୁ ସହଯୋଗ କରିବେ ଏହି ୪ ଦ୍ରୁତ ବୋଲର

ନୂଆଦିଲ୍ଲୀ: ଆସନ୍ତା ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଥିବା କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ ବିସିସିଆଇ ୧୫ ଜଣିଆ ସ୍କ୍ୱାଡ୍‌ ଘୋଷଣା କରି ସାରିଛି। ତେବେ ଏହି ଟିମ୍‌କୁ ବିଶ୍ୱକପ୍‌ରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ବିସିସିଆଇ ୪ ଜଣ ଦ୍ରୁତ ବୋଲରଙ୍କୁ ଦଳ ସହ ସାମିଲ କରିଛି। ସେମାନେ ହେଲେ ଖଲୀଲ ଅହମ୍ମଦ, ଅଭେଶ ଖାନ୍‌, ଦୀପକ ଚହର ଓ ନଭଦୀପ ସାଇନି। ଏମାନେ ବିଶ୍ୱକପ୍‌ ଟିମ୍‌ରେ ଥିବା ଖେଳାଳିମାନଙ୍କୁ ନେଟ୍ସରେ ବୋଲିଂ କରିବେ।

ଗତକାଲି ବିଶ୍ୱକପ୍‌ ଟିମ୍‌ ପାଇଁ ଖେଳାଳି ଚୟନ ବେଳେ ନଭଦୀପ ସାଇନି ଓ ଖଲୀଲ ଅହମ୍ମଦଙ୍କ ନାଁକୁ ବିଚାରକୁ ନିଆଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ୧୫ ଜଣିଆ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିଥିଲେ।

ଏବେ ଏମାନଙ୍କୁ ଦଳର ବିଶ୍ୱକପ୍‌ ପାଇଁ ପ୍ରାକ୍ଟିସରେ ଉପଯୋଗ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ୪ ଜଣ ଦ୍ରୁତ ବୋଲରଙ୍କ ମଧ୍ୟରୁ ୩ ଜଣ ଏବେ ଆଇପିଏଲ୍‌ରେ ଖେଳୁଛନ୍ତି। ନଭଦୀପ ଆରସିବି ପକ୍ଷରୁ ଖେଳୁଥିବା ବେଳେ ଖଲୀଲ ଅହମଦ ସନରାଇଜର୍ସ ହାଇଦ୍ରାବାଦ ଦଳରେ ରହିଛନ୍ତି। ସେହିପରି ଦୀପକ ଚହର ଆରମ୍ଭରୁ ହିଁ ଚେନ୍ନାଇ ସୁପରକିଙ୍ଗସରେ ରହିଛନ୍ତି।

ଭାରତ ତା’ର ବଶ୍ୱକପ୍‌ ଅଭିଯାନ ଜୁନ୍‌ ୫ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ।



from Odisha Reporter http://bit.ly/2GhouzT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages