ଜେଲ୍‌ରେ ଥାଇ ପୁଲିଜର ପୁରସ୍କାର ପାଇଲେ ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଜେଲ୍‌ରେ ଥାଇ ପୁଲିଜର ପୁରସ୍କାର ପାଇଲେ ସାମ୍ବାଦିକ

ନ୍ୟୁୟର୍କ: ସାମ୍ବାଦିକତା କ୍ଷେତ୍ରରେ ବିଶ୍ୱର ମର୍ଯ୍ୟାଦାଜନକ ପୁରସ୍କାର କୁହାଯାଉଥିବା ପୁଲିଜର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ମିଆଁମାରର ଜେଲ୍‌ରେ ଦିନ କାଟୁଥିବା ୨ ଜଣ ରୟଟର୍ସ ରିପୋର୍ଟର। ସୋମବାର ନ୍ୟୁୟର୍କଠାରେ ପୁଲିଜର ସେଣ୍ଟର ପକ୍ଷରୁ ସେହି ଦୁଇ ରୟଟର୍ସ ରିପୋର୍ଟରଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ୱା ଲୋନ୍‌ ଏବଂ କ୍ୟାୟ ସୋ ଊ ମିଆଁମାରର ବହୁ ଗୋପନୀୟ ତଥ୍ୟର ଖୁଲାସା କରିଥିବା ଅଭିଯୋଗରେ ୭ ବର୍ଷର ଜେଲଦଣ୍ଡ ଦିଆଯାଇଛି। ସେମାନେ ଜେଲରେ ୪୯୦ ଦିନ ଅତିବାହିତ କରି ସାରିଲେଣି।

୨୦୧୭ ମସିହାରେ ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲିମ୍‌ଙ୍କ ବିରୋଧରେ ସାମରିକ ଅଭିଯାନରେ ୧୦ ଜଣ ରୋହିଙ୍ଗ୍ୟାଙ୍କୁ ହତ୍ୟା କରାଯାଇଥିବା ସେମାନେ ଖବର ପ୍ରକାଶ କରିଥିଲେ। କିନ୍ତୁ ମିଆଁମାର ସରକାର ଯୁକ୍ତି ଦର୍ଶାଇ ଆସୁଥିଲେ ଏହା ମାନିବକ ଅଧିକାର ଉଲ୍ଲଂଘନ ମାମଲା ନୁହେଁ, ବରଂ ସେମାନେ ସେହି ବର୍ଷ ଅଗଷ୍ଟରେ ପୁଲିସ୍‌ ପୋଷ୍ଟକୁ ଟାର୍ଗେଟ୍‌ କରିଥିବାରୁ ସେମାନଙ୍କୁ ଗୁଳି କରାଯାଇଥିଲା।

ପୁଲିଜର ଆଡମିନ୍‌ଷ୍ଟ୍ରେଟର ଡାନା କାଣ୍ଡେ କହିଥିଲେ, ଏହି ସାମ୍ବାଦିକ ଯୋଡ଼ିଙ୍କୁ ବର୍ତ୍ତମାନ ପୁଲିଜରର ସମ୍ମାନଜନକ ବିଜେତା ତାଲିକାରେ ସାମିଲ କରାଯାଇଛି। ସେମାନେ ମିଆଁମାରରେ ରୋହିଙ୍ଗ୍ୟା ମୁସଲିମ୍‌ଙ୍କ ହତ୍ୟା ଏବଂ ଏଥିରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ଭୂମିକା ବାବଦରେ ସାହସିକତାର ସହିତ ଖବର ପ୍ରକାଶ କରିଥିଲେ। ଏଥିରେ ମିଆଁମାର ମିଲିଟାରୀର ନୃଶଂସ କାଣ୍ଡ ବାବଦରେ ବିଶେଷ ଭାବରେ ଖୁଲାସା କରାଯାଇଥିଲା।

ଏହି ରିପୋର୍ଟିଂରେ କେବଳ ମିଲିଟାରୀ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଲୋକଙ୍କ ମତକୁ ଉଦ୍ଧାର କରାଯାଇ ନଥିଲା, ସେ ଦୁଇ ସାମ୍ବାଦିକ ଗୋଟିଏ ପରେ ଗୋଟିଏ ଖବର ପ୍ରକାଶ କରିଥିଲେ ଯାହାକି ପରେ କାଳଜୟୀ ରିପୋର୍ଟ ଭାବେ ସ୍ୱୀକୃତ ହୋଇଛି। ଇନ୍‌ଡିନ୍‌ ଗଣହତ୍ୟା କୁହାଯାଉଥିବା ଏହି ଘଟଣାରେ ମୁସଲିମ୍‌ ବହୁଳ ଗାଁ ଗୁଡ଼ିକରେ ମିଆଁମାର ସେନାର କାର୍ଯ୍ୟାନୁଷ୍ଠାନ ବାବଦରେ ରୟଟର୍ସ ରିପୋର୍ଟରଙ୍କ ଏହି ଖବର ସମୂହ ସମଗ୍ର ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା।



from Odisha Reporter http://bit.ly/2UGwWCQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages