
ମୋହନା (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ସର୍ଚ୍ଚ ଅପରେସନ ବେଳେ ୫୦ କେଜି ଓଜନର ୨ଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ମିଳିଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ଧାରି ଘାଟି ରାସ୍ତାର ଏକ କଲଭର୍ଟ ତଳୁ ଏହି ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଛି ପୁଲିସ ଓ ସିଆର୍ପିଏଫ୍ ଟିମ୍। ଗଜପତିରୁ ଏକ ବୋମା ନିଷ୍କ୍ରିୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହାକୁ ନିଷ୍କ୍ରିୟ କରିଛି।
ନିର୍ବାଚନ ବେଳେ କୌଣସି ପ୍ରକାର ଅଘଟଣ ଘଟାଇବା ସହ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଏହି ଲ୍ୟାଣ୍ଡମାଇନ୍ ଖଞ୍ଜା ଯାଇଥିବା ଗଜପତି ଏସ୍ପି ସାରା ଶର୍ମା କହିଛନ୍ତି।
୨୦୧୦ ମସିହାରେ ମାଓବାଦୀ ଏହି ଅନ୍ଧାରିଘାଟି କଲଭର୍ଟ ଉଡ଼ାଇଥିଲେ।
ଏନେଇ ଏସ୍ପି ଶାରା ଶର୍ମା କହିଛନ୍ତି-“କଲ୍ଭର୍ଟ ତଳେ ଲ୍ୟାଣ୍ଡମାଇନ୍ ଥିବା ନେଇ ସୂଚନା ମିଳିଥିଲା। ସେହି ତଥ୍ୟକୁ ଆଧାର କରି ତଦନ୍ତକାରୀ ଟିମ୍ ଯାଞ୍ଚ କରିଥିଲା। ଏହି ସମୟରେ ଦୁଇଟି ଲ୍ୟାଣ୍ଡମାଇନ୍ ମିଳିଥିଲା। ଏହାଛଡ଼ା ୫୦ ମିଟର ଲମ୍ବ ତାର ମିଳିଥିଲା। ନିର୍ବାଚନରେ ବ୍ୟାଘାତ ସୃଷ୍ଟି କରିବା ଲକ୍ଷ୍ୟରେ ନକ୍ସଲମାନେ ଏପରି ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଲ୍ୟାଣ୍ଡମାଇନ୍କୁ ସଂଯୋଗ କରିଥିବା ତାରକୁ ଦେଖିଥିଲେ ଜଣାପଡ଼ୁଛି ଏହା ଅଳ୍ପ ଦିନ ଭିତରେ ଖଞ୍ଜା ଯାଇଛି।”
from Odisha Reporter http://bit.ly/2D6OY6n
No comments:
Post a Comment