‘ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇନଥିଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

‘ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇନଥିଲା’

ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନ ଦେଶକୁ ଆସିବ ଏବଂ ସମସ୍ତ ଦେଶବାସୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ବୋଲି ବିଜେପି କେବେ ହେଲେ ପ୍ରତିଶ୍ରୁତି ଦେଇ ନଥିଲା ବୋଲି ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ସେ କହିଛନ୍ତି, ଆମେ କେବେ ହେଲେ ଲୋକଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ବୋଲି କହି ନଥିଲୁ। କେବଳ କଳାଧନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲୁ। ଏବେ କଳାଧନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଆମ ସରକାର କଳାଧନକୁ ଠାବ କରିବାକୁ ଏସ୍‌ଆଇଟି ମଧ୍ୟ ଗଠନ କରିଛନ୍ତି। ତେଣୁ ବିରୋଧୀ ଏହାକୁ ନେଇ ଅପପ୍ରଚାର ନ କରନ୍ତୁ।”

୨୦୧୪ରେ ବିଜେପି ଦେଇଥିବା ୧୫ ଲକ୍ଷ ଟଙ୍କାର ପ୍ରତିଶ୍ରୁତି ପୂରଣ କରିନାହିଁ ବୋଲି କହି ବିରୋଧୀ ଦଳଗୁଡ଼ିକ ହଙ୍ଗାମା କରୁଥିବା ବେଳେ ଆଜି ରାଜନାଥ ସିଂହ ଏଭଳି ବୟାନ ଦେଇଛନ୍ତି। ଅନ୍ୟପକ୍ଷରେ ଦେଶରେ ଇଡି ଓ ଆୟକର ବିଭାଗର ଚଢ଼ଉ ସମ୍ପର୍କରେ ମଧ୍ୟ ରାଜନାଥ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ବିରୋଧୀ ଦଳଗୁଡ଼ିକ କେବଳ ଅପପ୍ରଚାର କରିବା ଜାଣିଛନ୍ତି। ଆୟକର ଚଢ଼ଉରେ ବିଜେପି କିମ୍ବା ସରକାରଙ୍କ କୌଣସି ଭୂମିକା ନାହିଁ।”



from Odisha Reporter http://bit.ly/2CZImqz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages