ବିଛିନ୍ନତାବାଦୀ ନେତା ୟାସିନ ମାଲିକ ସପକ୍ଷରେ ବାହାରିଲେ ମେହବୁବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ବିଛିନ୍ନତାବାଦୀ ନେତା ୟାସିନ ମାଲିକ ସପକ୍ଷରେ ବାହାରିଲେ ମେହବୁବା

ଶ୍ରୀନଗର: ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ସମର୍ଥନରେ ବାହାରିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ପୁଲଓ୍ବାମା ଜିଲ୍ଲାରେ ଆଜି ଏକ ରାଲିକରି ୟାସିନ ମାଲିକ ବିରୋଧରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରିବା ସହିତ ତୁରନ୍ତୁ ୟାସିନ ଓ ଜାମାତ-ଏ-ଇସସାମିର ସଦସ୍ୟଙ୍କୁ ଛାଡ଼ିବା ପାଇଁ ଦାବି କରିଛନ୍ତି ପିଡିପି ସୁପ୍ରିମୋ। ନିୟନ୍ତ୍ରଣ ରେଖାରେ ସୀମାପାର ବ୍ୟବସାୟ ଉପରେ ବ୍ୟାନକୁ ପ୍ରତ୍ୟାହାର କରିବା ସହିତ ଜାମାତ୍-ଏ-ଇସଲାମି ଏବଂ ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟ ବିରୋଧରେ ଯେଉଁ ପ୍ରତିବନ୍ଧକ ଲଗାଇଛି କେନ୍ଦ୍ର ତାକୁ ପ୍ରତ୍ୟାହାର କରୁ ବୋଲି ପିଡିପି ଦାବି କରିଛି। ଯଦି ମାଲେଗାଁଓ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାକୁ ଛାଡି ଦିଆଯାଉଛି ତାହେଲେ ସାଧ୍ୱୀ ୟାସିନ ମଲ୍ଲିକକୁ କାହିଁକି ଛଡ଼ାଯିବନି ବୋଲି ପ୍ରଶ୍ନ କରିଛନ୍ତି ମେହବୁବା।

ଆତଙ୍କବାଦୀ ଲିଙ୍କ୍ ମାମଲାରେ ୟାସିନ ମାଲିକର ଭୂମିକା ଥିବା ପ୍ରମାଣ ପାଇବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମାର୍ଚ୍ଚ ୭ ତାରିଖରେ ତାଙ୍କୁ ଗିରଫ କରିଥିଲା। ପବ୍ଲିକ ସେଫଟି ଆକ୍ଟରେ ଗିରଫ ହୋଇଥିବାରୁ ଏବେ ୨ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବ ୟାସିନ ମାଲିକ। କଶ୍ମୀର ପଣ୍ଡିତଙ୍କ ନରସଂହାର ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ୟାସିନ। ଏଥିସହ ଭାରତୀୟ ବାୟୁସେନାର ୪ ଅଧିକାରୀଙ୍କୁ ତାର ସଂଗଠନ ଜେକେଏଲଏଫ ଦ୍ୱାରା ହତ୍ୟା କରାଯାଇଥିବାର ପ୍ରମାଣ ରହିଛି। ଏମିତିକି ଜେକେଏଲଏଫର ଟେରର ଫଣ୍ଡିଂ ଲିଙ୍କ୍ ଥିବା ଜଣାପଡ଼ିଛି।

ଟେରର ଫଣ୍ଡିଂ ଲିଙ୍କ  ଥିବା କଶ୍ମୀରର ଜାମାତ-ଏ-ଇସଲାମି ସହିତ ୟାସିନ ମାଳିକର ସଂଗଠନ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି।



from Odisha Reporter http://bit.ly/2GpigxS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages