ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

accident1

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଚଢ଼ି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳି ପାରିନି।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ବାଇକ୍‌ରେ ଲିଫ୍ଟ ମାଗି କଣ୍ଟାବଣିଆରୁ ବଅଁରପାଳ ଅଭିମୁଖେ ଆସୁଥିଲେ। ବୁଢ଼ାପଙ୍କ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣଙ୍କ ତଳେ ପଡ଼ିଯାଇଥିଲେ ଓ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା।

ଦୁର୍ଘଟଣା ପରେ ଉଭୟ ଟ୍ରକ୍ ଓ ବାଇକ୍ ଚାଳକ ଫେରାର ହୋଇଯାଇଥିଲେ। ବଅଁରପାଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

ଅନ୍ୟପକ୍ଷରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ଯାତାୟାତକୁ ସ୍ୱାଭାବିକ କରିବା ନିମନ୍ତେ ପୁଲିସ୍ ପ୍ରାୟାସ କରୁଛି।

ସୂଚନାଯୋଗ୍ୟ, ଗତକାଲି ଅନୁଗୋଳର ନାଲକୋ ଥାନା ଅନ୍ତର୍ଗତ ସିପିପି ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଚଢ଼ିଯିବାରୁ ଜ୍ୟୋତିର୍ମୟୀ ପ୍ରଧାନ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ୱାମୀ ଓ ପୁଅ ସାମାନ୍ୟ ଆହତ ହୋଇଥିଲେ। ଜ୍ୟୋତିର୍ମୟୀ ସ୍କୁଲ୍‌ରେ କାମ ସାରି ସ୍ୱାମୀ ଓ ପୁଅ ସହିତ ବାଇକ୍‌ରେ ଫେରୁଥିବା ବେଳେ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ସେମାନେ ସମସ୍ତେ ରାସ୍ତାରେ ଛିଟିକି ପଡ଼ିଥିବା ବେଳେ ଟ୍ରକ୍‌ଟି ଜ୍ୟୋତିର୍ମୟୀଙ୍କ ଉପରେ ମାଡ଼ି ଯାଇଥିଲା।



from Odisha Reporter http://bit.ly/2GE9vQR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages