
ହାଇଦ୍ରାବାଦ: ଚଳିତ ଆଇପିଏଲର ୩୦ତମ ରବିବାର ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୫ ରନ୍ କରିଛି। ଫଳରେ ହାଇଦ୍ରାବାଦକୁ ବିଜୟ ପାଇଁ ୧୫୬ ରନ୍ କରିବାକୁ ପଡ଼ିବ।
ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ ୨୦ ରନରେ ଦୁଇ ଓପ୍ନର ଯଥା ପୃଥ୍ୱୀ ଶ’ (୪) ଓ ଶିଖର ଧୱନ୍ (୭)ଙ୍କ ୱିକେଟ୍ ହରାଇଥିଲା।
ଏହା ପରେ କଲିନ୍ ମୁନରୋ ଓ ଅଧିନାୟକ ଶ୍ରେୟସ ଆୟର୍ ଭଲ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ଦୁହିଁଙ୍କ ଆଉଟ୍ ପରେ ଦିଲ୍ଲୀ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଆୟର୍ ୪୫ (୪୦ ବଲ) ଓ ମୁନରୋ ୪୦ (୨୩ ବଲ, ୪ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ।
ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (୨୩) ଓ କ୍ରିସ ମୋରିସ୍ (୪) ନିରାଶ କରିଥିଲେ। ଅକ୍ଷର ପଟେଲ ୧୪ ଓ କାଗିସୋ ରବାଡା ୨ ରନ୍ କରି ଅପରାଜିତ ଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲିଲ୍ ଅହମ୍ମଦ ୩୦ ରନ୍ ଦେଇ ୩ଟି ଓ ଭୁବନେଶ୍ୱର କୁମାର ୨ଟି ୱିକେଟ୍ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଏହି ମ୍ୟାଚକୁ ହାଇଦ୍ରାବାଦ ଦଳର ନିୟମିତ ଅଧିନାୟକ ୱିଲିୟମସନ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି।
from Odisha Reporter http://bit.ly/2Z7rgR3
No comments:
Post a Comment