
ନୂଆଦିଲ୍ଲୀ: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ ରବିବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏଥିସହିତ ସେ ରାଜ୍ୟସଭା ସଦସ୍ୟରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ କିନ୍ତୁ ପୂର୍ବବତ୍ ବିଜେପି ସଦସ୍ୟ ରହିବେ ବୋଲି କହିଛନ୍ତି।
ଗତକାଲି ବୀରେନ୍ଦ୍ର ସିଂହଙ୍କ ପୁଅ ବ୍ରିଜେନ୍ଦ୍ର ସିଂହଙ୍କୁ ବିଜେପି ହିସାରରୁ ପ୍ରାର୍ଥୀ କରିବାକୁ ଘୋଷଣା କରିବାପରେ ସେ ଏହି ପଦକ୍ଷେପ ନେଇଛନ୍ତି। ଶ୍ରୀଯୁକ୍ତ ସିଂହ କହିଛନ୍ତି ଯେ, ସେ ଚାହୁଁନାହାନ୍ତି କେହି ତାଙ୍କ ପରିବାର ଉପରେ ପ୍ରଶ୍ନ ଉଠାଉ। ସେ ବଂଶବାଦର ଅଭିଯୋଗ ଚାହୁଁନାହାନ୍ତି ବୋଲି ମଧ୍ୟ କହିଛନ୍ତି। ତେଣୁ ପ୍ରମୁଖ ପଦବୀଗୁଡ଼ିକରୁ ସେ ଇସ୍ତଫା ଦେଇଥିବା ବିଷୟରେ କହିଛନ୍ତି।
ସେ କହିଛନ୍ତି, ସେ ଦଳର ଜାଗ୍ରତ ଓ ବିଶ୍ୱସ୍ତ କର୍ମୀ ଭାବରେ ସେ କାର୍ଯ୍ୟ କରିବା ଜାରି ରଖିବେ। ତାଙ୍କ ପତ୍ନୀ ପ୍ରେମ ଲତା ସିଂହ ବର୍ତ୍ତମାନ ହରିଆଣାରେ ବିଧାୟକ ଅଛନ୍ତି। ୨୦୧୬ ମସିହାରେ ବୀରେନ୍ଦ୍ର ରାଜ୍ୟସଭା ଯାଇଥିଲେ। ସେଠାରେ ତାଙ୍କର ୬ ବର୍ଷ ଅବଧିରୁ ଆହୁରି ୩ ବର୍ଷ ବାକିଥିଲା।
from Odisha Reporter http://bit.ly/2UiovZg
No comments:
Post a Comment