ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ସହିଦ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ନୋଟିସ ପଠାଇଛି ନିର୍ବାଚନ କମିଶନ। ୨୪ ଘଣ୍ଟା ମଧ୍ୟରେ ସାଧ୍ୱୀ ନିର୍ବାଚନ କମିଶନ ପଠାଇଥିବା ନୋଟିସର ଜବାବ ପଠାଇବେ ବୋଲି ନିର୍ଦ୍ଦେଶ ରହିଛି।
ଭୋପାଲରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ବେଳେ ସାଧ୍ୱୀ ପ୍ରଜ୍ଞା କହିଥିଲେ ସହିଦ କରକରେ ମୋତେ ମାଲେଗାଁଓ ବିସ୍ଫୋରଣ ଘଟଣାରେ ନିର୍ଯାତନା ଦେଇଥିଲେ। ଏଥିପାଇଁ ମୁଁ ତାଙ୍କୁ ଅଭିଶାପ ଦେଇଥିଲି। ଏହାପରେ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ସାଧ୍ୱୀ।
ଏହାପରେ ସାଧ୍ୱୀ ସହିଦଙ୍କ ପ୍ରତି ଦେଇଥିବା ଅପମାନସୂଚକ ମନ୍ତବ୍ୟ ପାଇଁ ‍ସମସ୍ତଙ୍କ ପାଖରେ ‍କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ, “ଯଦି ମୋ ମନ୍ତବ୍ୟ ଶତ୍ରୁମାନଙ୍କୁ ଖୁସି କରୁଛି, ମୁଁ ମୋ ମନ୍ତବ୍ୟ ଫେରାଇ ନେଉଛି। ମୁଁ କ୍ଷମା ମଧ୍ୟ ମାଗୁଛି। ଆମ ମନ୍ତବ୍ୟ ଶତ୍ରୁଙ୍କୁ ଖୁସି କରାଇବା ଭଳି ହେବା ଅନୁଚିତ। ମୁଁ ଯେଉଁ ଯନ୍ତ୍ରଣା ଦେଇ ଗତି କରିଛି ତାହା ଫେରିପାଇବା ସମ୍ଭବ ନୁହେଁ। କିନ୍ତୁ ହେମନ୍ତ ଜଣେ ସହିଦ।”

ତେବେ ସାଧ୍ୱୀଙ୍କ ଏହି ମନ୍ତବ୍ୟକୁ ନେଇ ଗତକାଲି ତାଙ୍କ ଦଳ ବିଜେପି ସ୍ପଷ୍ଟୀକରଣ ରଖିଥିଲା, ସାଧ୍ୱୀ ଦେଇଥିବା ମନ୍ତବ୍ୟ ତାଙ୍କ ନିଜସ୍ୱ, ଏହା ଦଳର ମତ ନୁହେଁ।



from Odisha Reporter http://bit.ly/2ve8IRt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages