
ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନିଙ୍କ ଋଣ ଖିଲାଫ ମାମଲାରେ ସୁପ୍ରିମକୋର୍ଟ ଗୋଟିଏ ପ୍ରକାରର ରାୟ ଦେଇଥିଲେ ହେଁ ଏହାକୁ ଭିନ୍ନ ଢଙ୍ଗରେ ସର୍ବୋଚ୍ଚ ଅଦାଲତନ ୱେବସାଇଟ୍ରେ ଅପଲୋଡ୍ କରିବା ଦୁଇ ଜଣ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ପୂର୍ବରୁ ଏହି ଦୁଇ ଅଧିକାରୀଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଚାକିରିରୁ ବିଦା କରିଥିବା ବେଳେ ଏବେ ପୁଲିସ୍ ଉଭୟଙ୍କୁ ଗିରଫ କରିଛି।
ଏରିକସନ୍ କମ୍ପାନୀ ଠାରୁ ୪୫୮ କୋଟିର ଋଣ ନେଇ ଅନୀଲ ଅମ୍ବାନି ଫେରାଇ ନଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ଶ୍ରୀ ଅମ୍ବାନିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଥିଲେ। ହେଲେ ସମ୍ପୃକ୍ତ ଅଧିକାରୀ ଦୁଇ ଜଣ ଏହି ମାମଲାରେ ଶ୍ରୀ ଅମ୍ବାନି ବ୍ୟକ୍ତିଗତ ଭାବେ ସୁପ୍ରିମକୋର୍ଟରେ ହାଜର ହେବା ଦରକାର ନାହିଁ ବୋଲି ୱେବସାଇଟ୍ରେ ଉଲ୍ଲେଖ କରିଥିଲେ। ଏଥିପାଇଁ ଜଷ୍ଟିସ ଗୋଗୋଇ ଆସିସଷ୍ଟାଣ୍ଟ ରେଜିଷ୍ଟ୍ରାର ମାନବ ଶର୍ମା ଓ ତପନ କୁମାରଙ୍କୁ ଚାକିରିରୁ ବିଦା କରିଥିଲେ। ଏବେ ଉଭୟଙ୍କୁ ଦିଲ୍ଲୀ ପୁଲିସ୍ର କ୍ରାଇମବ୍ରାଞ୍ଚ ଗିରଫ କରିଛି।
ମାର୍ଚ୍ଚ ୧୮ରେ ଶ୍ରୀ ଅମ୍ବାନୀ ଏରିକସନ୍କୁ ବାକି ଥିବା ୪୫୮.୭୭ କୋଟି ଟଙ୍କା ଦେଇ ଜେଲଦଣ୍ଡରୁ ବର୍ତ୍ତି ଯାଇଛନ୍ତି ଏହା ପୂର୍ବରୁ ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଶ୍ରୀ ଅମ୍ବାନୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଥିଲେ। କିନ୍ତୁ ୱେବସାଇଟ୍ରେ ଏହା ଭୁଲ ଭାବେ ଉପସ୍ଥାପନ କରାଯାଇଥିଲା।
from Odisha Reporter http://bit.ly/2UDRWtb
No comments:
Post a Comment