
ନାଗପୁର: ବହୁ ଚର୍ଚ୍ଚିତ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ଆସାମୀ ଅବଦୁଲ ଗନି ତୁର୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ଏକ ସରକାରୀ ହସ୍ପିଟାଲ୍ରେ ମୃତ୍ୟୁ ଘଟିଛି। ନାଗପୁର ଜେଲ ଅଧୀକ୍ଷକ ରାନି ଭୋଁସଲେ କହିଛନ୍ତି, “ତୁର୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ହସ୍ପିଟାଲ୍ ନିଆଯାଇଥିଲା। ତେବେ ସେଠାରେ ଆଜି ତା’ର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।”
୧୯୯୩ ମାର୍ଚ୍ଚ ୧୨ରେ ମୁମ୍ବାଇର ସେଣ୍ଟ୍ରାଲ ବଜାରରେ ହୋଇଥିବା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଥିଲା ତୁର୍କ। ଏଥିରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସ୍ୱତନ୍ତ୍ର ଟାଡା କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତେବେ ୨୦୧୨ରେ ତାକୁ ନାଗପୁର ଜେଲକୁ ଅଣାଯାଇଥିଲା। ଏବେ ତା’ର ମୃତ୍ୟୁ ହୋଇଛି।
from Odisha Reporter http://bit.ly/2ZEfWw6
No comments:
Post a Comment