
ଭୁବନଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ନିର୍ବାଚନରେ ଭୋଟର ଏକ ଭିନ୍ନ ସ୍ୱାଦର ରାଜନୀତି ଦେଖିବାକୁ ଯାଉଛନ୍ତି। ତେଣୁ ନିର୍ବାଚନ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ସେତେ ବଢ଼ିବାରେ ଲାଗିଛି। କ୍ଷମତା ଲୋଭ ନେତାଙ୍କୁ ଏମିତି ଏକ ସ୍ତରରେ ପହଞ୍ଚାଇଛି ଯେଉଁଠି ରକ୍ତର ସମ୍ପର୍କ ବି ବିରୋଧୀ ହୋଇଯାଇଛି। କେଉଁଠି ବାପା ପ୍ରଚାର କରିବେ ପୁଅ ବିରୁଦ୍ଧରେ ତ କେଉଁଠି ଝିଅ ବିରୁଦ୍ଧରେ। ପୁଣି କେଉଁଠି ଦେଖିବାକୁ ମିଳିବ ଦୁଇ ଭଉଣୀଙ୍କୁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳରେ।
ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ। ଏଥର ଏହି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ ବାପା-ପୁଅଙ୍କର କମାଲ । ସେମାନେ ହେଉଛନ୍ତି ପ୍ରଶାନ୍ତ ନନ୍ଦ ଓ ତାଙ୍କ ପୁଅ ଋଷଭ । ପ୍ରଶାନ୍ତ ନନ୍ଦ ଖାଲି ନେତା ନୁହଁନ୍ତି ଜଣେ ଲୋକପ୍ରିୟ ଅଭିନେତା ମଧ୍ୟ। ବିଜେଡିର ଜଣେ ଷ୍ଟାର ପ୍ରଚାରକ। ଷ୍ଟାର ପ୍ରଚାରକ ଭାବେ ପ୍ରଶାନ୍ତ ଦଳର ସମସ୍ତ ପ୍ରାର୍ଥୀଙ୍କ ପାଇଁ ସବୁ ସ୍ଥାନରେ ପ୍ରଚାର କରି ପାରିବେ। ଯଦି ଏମିତି ହୁଏ, ତେବେ ପ୍ରଶାନ୍ତଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ମଧ୍ୟ ଯିବାକୁ ପଡ଼ିପାରେ। ସେଠାରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କ ପାଇଁ ପ୍ରଚାର କରିବେ ପ୍ରଶାନ୍ତ । ଅନ୍ୟ ଅର୍ଥରେ ସେ ତାଙ୍କ ପୁଅ ବିରୁଦ୍ଧରେ ପ୍ରଚାର କରିବେ। ହେଲେ ଏହି ଧର୍ମସଙ୍କଟକୁ କେମିତି ସାମ୍ନା କରିବେ ପ୍ରଶାନ୍ତ ?
ଏଠାରେ କହି ରଖୁଛୁ ଯେ, ପ୍ରଶାନ୍ତଙ୍କ ପୁଅ ଋଷଭ ବିଜେପି ପ୍ରାର୍ଥୀ ଭାବେ ଏହି ଆସନରୁ ଲଢ଼ୁଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଜେଡିରୁ ଟିକଟ ପାଇଛନ୍ତି ପ୍ରଶାନ୍ତ ସାହୁ।
ବେଗୁନିଆବାସୀଙ୍କ ପାଇଁ ନେତା ତଥା ଅଭିନେତା ପ୍ରଶାନ୍ତ ଅତି ପରିଚିତ ମୁହଁ। ଥରେ ନୁହେଁ ୨ ଥର ଏହି ଆସନରୁ ସେ ଜିତି ଆସିଛନ୍ତି। ଥରେ ୨୦୦୦ରେ ବିଜେପି ଟିକଟରେ ଏବଂ ୨୦୦୯ରେ ଏନସିପି ଟିକଟରେ। ୨୦୧୪ରେ ମଧ୍ୟ ଏହି ଆସନ ବିଜେଡି ହାତକୁ ଯାଇଥିଲା। ପ୍ରଶାନ୍ତ କୁମାର ଜଗଦେବ ଏହି ଆସନରେ ବିଧାୟକ ଭାବରେ ଜିତିଥିଲେ। ଦୀର୍ଘ ଏକ ଦଶନ୍ଧି ଧରି ଏହି ଆସନ ବିଜେଡି କବଜାରେ ରହି ଆସିଛି। ହେଲେ ଏଥର ବିଜେଡି ଏହି ଆସନରୁ ଜିତି ପାରିବ ତ ? କାରଣ ଏଥର ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଠିଆ ହୋଇଛି ବିଜେପି।
ପୂର୍ବତନ ବିଧାୟକ ଭାବରେ ପ୍ରଶାନ୍ତ ନନ୍ଦଙ୍କର ଏହି ନିର୍ବାଚନ ମଣ୍ଡଳୀରେ ପ୍ରଭାବ ଥିବାରୁ ଷ୍ଟାର କ୍ୟାମ୍ପନର ଭାବେ ଦଳ ତାଙ୍କୁ ଏଠାକୁ ପ୍ରଚାର ପାଇଁ ପଠାଇପାରେ। ତେବେ ସେ ଦଳ ପାଇଁ ପ୍ରଚାର କରିବେ ନା ପୁଅ ବିରୁଦ୍ଧରେ। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶାନ୍ତଙ୍କ ପୁଅ ଋଷଭ ରାଜନୀତିରେ ନୂଆ ମୁହଁ। ପ୍ରଥମ କରି ନିର୍ବାଚନ ଲଢୁଛନ୍ତି। ପୁଅର ପ୍ରଥମ ପରୀକ୍ଷାରେ କି ଆଶୀର୍ବାଦ ଦେବେ ବାପା ?
ଏଠାରେ ପ୍ରଶ୍ନ ଉଠୁଛି ପ୍ରଶାନ୍ତ ପ୍ରଚାର ସମୟରେ ପୁଅକୁ ଭୋଟ ନ ଦେବା ପାଇଁ ଭୋଟରଙ୍କୁ କହି ପାରିବେ ତ? ଏକଥା କହିବା ସମୟରେ ପୁତ୍ର ସ୍ନେହ ତାଙ୍କ ବାଟ ଓଗାଳିବ ନାହିଁ ତ? ଯଦି ଦଳର ସମ୍ମାନକୁ ଦୃଷ୍ଟିରେ ରଖି ସେ ରିଅଲ୍ରେ ପ୍ରଚାର କରିବାକୁ ଚାହିଁବେ , ତେବେ ପ୍ରଶାନ୍ତଙ୍କ ପୁଅ ଋଷଭଙ୍କର ଭବିଷ୍ୟତ ଅନ୍ଧାର ଘେରକୁ ଚାଲି ଯାଇପାରେ। ହୁଏତ ପୁଅର ପରାଜୟ ପାଇଁ ସେ ନିଜେ ହିଁ ଦାୟୀ ରହିବେ। କିନ୍ତୁ ଦକ୍ଷ ଅଭିନେତା ପ୍ରଶାନ୍ତ ଏଠି ଅଭିନୟ କରିବେନି ତ ? ବିରୋଧୀ ଦଳରେ ଥାଇ ମଧ୍ୟ ପୁଅକୁ ସୁହାଇଲା ପରି ପ୍ରଚାର କରିବେନି ତ ?
ଯଦି ସେମିତି କଲେ, ତେବେ ପ୍ରଶାନ୍ତଙ୍କ ନିଜ ରାଜନୈତିକ କ୍ୟାରିୟରରେ ଆଞ୍ଚ୍ ଆସିବନି ତ ? ତେବେ କାହା ଭବିଷ୍ୟତକୁ ବଳି ଦେବେ ପ୍ରଶାନ୍ତ? ନିଜର ନା ପୁଅର ?
from Odisha Reporter https://ift.tt/2Uc28K9
No comments:
Post a Comment