ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ କରୁଥିଲେ ଚୋରା ପୀରତି, ଗର୍ଭବତୀ ହେବା ପରେ ଥାନାରେ ଦେଲେ ଏତଲା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ କରୁଥିଲେ ଚୋରା ପୀରତି, ଗର୍ଭବତୀ ହେବା ପରେ ଥାନାରେ ଦେଲେ ଏତଲା!

ସୋର (ଶଶିକାନ୍ତ ବେହେରା): ସ୍ୱାମୀ ଥାଇ ପଡ଼ୋଶୀଙ୍କ ସହିତ କରୁଥିଲେ ଚୋରା ପୀରତି। ଏବେ ଗର୍ଭବତୀ ହେବା ପରେ ସ୍ୱାମୀଙ୍କ ଆଗରେ ଧରାପଡ଼ିଯିବା ଭୟରେ ଥାନାରେ ଏତଲା ଦେଇଛନ୍ତି ଜଣେ ମହିଳା। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଭଦ୍ରକ ଜିଲ୍ଲା ସାବରଙ୍ଗ ଅଞ୍ଚଳର ଜଣେ ମହିଳା ପଦ୍ମା(ଛଦ୍ମନାମ) ସୋର ଥାନା ଅଞ୍ଚଳରେ ରୁହନ୍ତି। ସ୍ୱାମୀ ବାହାରେ ରହୁଥିବାରୁ ପଦ୍ମା ଏକାକୀ ଭଡ଼ାଘରେ ରୁହନ୍ତି। ସେଠାରେ ରହଣି ସମୟରେ ପଦ୍ମା ଜଣେ ପଡ଼ୋଶୀଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ଉଭୟ ଏକାଠି ବୁଲିବା ସହିତ ସୁଇମିଂ ପୁଲରେ ଏକାଠି ଗାଧୋଇବାର ଫଟୋ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସାମ୍ନାକୁ ଆସିଛି।

ପଦ୍ମାଙ୍କ ଅଭିଯୋଗ କ୍ରମେ, ଜଣେ ପେଟ୍ରୋଲ ପମ୍ପ ମାଲିକ ସୁରେଶ ଗାଏନ୍‌ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ୨ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ଥରେ ସେ ନିଜର ଗର୍ଭ ନଷ୍ଟ କରିଥିଲେ। ଏବେ ୩ ମାସର ଗର୍ଭବତୀ ଅଛନ୍ତି। ତେବେ ଗର୍ଭବତୀ କଥା ଶୁଣିବା ପରେ ସୁରେଶ ତାଙ୍କଠାରୁ ଦୂରେଇ ଯାଇଥିବା ପଦ୍ମା ଥାନାରେ ଅଭିଯୋଗ କରିଛନ୍ତି। ସେ ନ୍ୟାୟ ଚାହୁଁଛନ୍ତି ବୋଲି କହିଛନ୍ତି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ନଂ ୧୫୩/୧୯ ଓ ଦଫା ୪୧୭, ୪୯୩, ୩୭୬, ୩୪୩, ୩୧୫, ୩୨୩, ୨୯୪, ୫୦୬ ଏବଂ ୩୪ ଆଇପିସିରେ ମାମଲା ରୁଜୁ କରି ପଦ୍ମାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି।

ପଦ୍ମାଙ୍କ ଏପରି ଅଭିଯୋଗକୁ ସୁରେଶ ଖଣ୍ଡନ କରିଛନ୍ତି। ସେ କହିଛନ୍ତି-“ସେ ରହୁଥିବା ଭଡ଼ାଘରକୁ ବହୁ ଲୋକ ଆସନ୍ତି। ଯାହାକୁ ଘର ମାଲିକ ଓ ପାଖ ପଡ଼ୋଶୀ ବିରୋଧ କରନ୍ତି। ମୁଁ ତାଙ୍କୁ ସୁରକ୍ଷା ଦେଇଥିଲି। ଏବେ ସେ ମୋ ବିରୋଧରେ ଯାହା ଅଭିଯୋଗ ଆଣିଛନ୍ତି, ତାହା ସବୁ ମିଛ।”



from Odisha Reporter http://bit.ly/2P4MAlm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages